ପ୍ରମୁଖ ଖବର
  • ତୀବ୍ର ରୂପ ନେଲା ଖଲ୍ଲିକୋଟ ରାଜନୈତିକ ହିଂସା, ପୋଲିସ ଭ୍ୟାନ୍‌କୁ ଢେଲା ସହ ବୋତଲ ମାଡ କଲେ ଉତ୍ତ୍ୟକ୍ତ ଲୋକ
  • ||
  • ବର୍ଷାଙ୍କୁ ନିର୍ଯାତନା ମାମଲା: ଅନୁଭବଙ୍କୁ ବଡ଼ ଆଶ୍ଵସ୍ତି, NBW ଉପରେ ରହିତାଦେଶ ଜାରି କଲେ ହାଇକୋର୍ଟ
  • ||
  • ବିଜେପି ଛାଡ଼ିଲେ ରମା ବଳିଆରସିଂହ, ପ୍ରାଥମିକ ସଦସ୍ୟ ପଦରୁ ଇସ୍ତଫା ଦେଲେ
  • ||
  • ମୁଖ୍ୟମନ୍ତ୍ରୀଙ୍କ ରୋଡ୍‌ ସୋ' ପାଇଁ ଟ୍ରାଫିକ୍‌ କଟକଣା, ଅପରାହ୍ଣ ସାଢ଼େ ୪ଟାରୁ ଏହି ସବୁ ରୁଟ୍‌ରେ ବନ୍ଦ ରହିବ ଗାଡ଼ି ଚଳାଚଳ
  • ||
  • କଂଗ୍ରେସ ପ୍ରଚାର ମଇଦାନରେ ଖଡ୍‌ଗେ, ଫୁଲବାଣୀରେ ଜନସଭାକୁ ସମ୍ବୋଧିତ କରିବେ
  • ||
  • ଭୁବନେଶ୍ବର ଜିଜିପି କଲୋନୀରେ ଅଗ୍ନିକାଣ୍ଡ, ଗ୍ୟାସ୍ ସିଲିଣ୍ଡର ଫାଟି ଜଳିଗଲା ୪ ଦୋକାନ
  • ||
  • ରଥଖଳା ହାଲ୍ଚାଲ୍, ୪୨ ତୁମ୍ବ ଗୋଲେଇ ଶେଷ, ଆଜି ସୂତା ବାଡ଼ିଆ ଓ ବିନ୍ଧ ଅନୁକୂଳ
  • ||
  • IPL 2024: ଉପଲ୍‌ରେ ହାଇଦ୍ରାବାଦକୁ ଭେଟିବ ଗୁଜରାଟ୍, ପ୍ଲେ-ଅଫ୍‌ରୁ ୧ ପଏଣ୍ଟ ଦୂରରେ ସନରାଇଜର୍ସ
  • ||
  • ରାଜଧାନୀରେ ସକାଳେ ବିଜେପି, ସନ୍ଧ୍ୟାରେ ବିଜେଡି ଦେଖାଇବ ଦମ୍‌: ଆଜି ନବୀନ, ନଡ୍ଡାଙ୍କ ମେଗା ରୋଡ୍‌ ସୋ’
  • ||
  • ୨୫ ବେଳକୁ ଲଘୁଚାପ ସମ୍ଭାବନା:୧୯ରେ ପଶ୍ଚିମ ଓଡ଼ିଶା ଜଳିବ, ଉପକୂଳ ୪୦ ଡିଗ୍ରୀ ଛୁଇଁବ ପାରଦ
  • ||

ଆଇପିଏଲ-୨୦୨୪ : ଦିଲ୍ଲୀ କ୍ୟାପିଟାଲ୍ସକୁ ୭ ୱିକେଟ୍‌ରେ ହରାଇଲା କୋଲକାତା ନାଇଟ୍‌ ରାଇଡର୍ସ

କୋଲକାତା -  ଦିଲ୍ଲୀ କ୍ୟାପିଟାଲ୍ସକୁ ୭ ୱିକେଟ୍‌ରେ ହରାଇଲା କୋଲକାତା ନାଇଟ୍‌ ରାଇଡର୍ସ। ୧୫୪ରନ୍‌ର ଟାର୍ଗେଟ୍‌କୁ ପିଛା କରି କୋଲକାତା ୧୬.୩ ଓଭରରେ ( ୧୫୭ ରନ) ବିଜୟ ହାସଲ କରି ନେଇଛି। କୋଲକାତା ନାଇଟ୍‌ ରାଇଡର୍ସର ସଦ୍ୟ ଆଇପିଏଲ ସିଜନରେ ଏହା ୯ଟି ମ୍ୟାଚ୍‌ରେ ୬ଷ୍ଠ ତମ ବିଜୟ। ଅର୍ଥାତ୍‌ କେକେଆର ବିଜୟର ସିକ୍ସର ଲଗାଇଛି। ସେପଟେ ଦିଲ୍ଲୀର ୧୧ଟି ମ୍ୟାଚ୍‌ରେ ଏହା ୬ତମ ପରାଜୟ। ଆଇପିଏଲ -୨୦୨୪ର ୧୭ତମ ସିଜନର ମ୍ୟାଚ୍‌ ୪୭ରେ ଆଜି କୋଲକାତା ନାଇଟ୍‌ ରାଇଡର୍ସ (କେକେଆର) ଓ ଦିଲ୍ଲୀ କ୍ୟାପିଟାଲ୍ସ (ଡିସି) ମୁହାଁମୁହିଁ ହୋଇଥିଲେ। ଉଭୟ ଟିମ୍‌ ମଧ୍ୟରେ ଏହି ମୁକାବିଲା କୋଲକାତାର ଐତିହାସିକ ଇଡେନ ଗାର୍ଡେନ୍ସରେ ଖେଳା ଯାଉଥିଲା।

ଆଇପିଏଲ-୨୦୨୪ : କୋଲକାତାକୁ ୧୫୪ରନ୍‌ର ଟାର୍ଗେଟ୍‌ ଦେଲା ଦିଲ୍ଲୀ କ୍ୟାପିଟାଲ୍ସ

କୋଲକାତାର ଏହି ଆକର୍ଷଣୀୟ ବିଜୟରେ ୱିକେଟ୍‌କିପର ବ୍ୟାଟ୍ସମ୍ୟାନ ଫିଲ୍‌ ସାଲ୍ଟଙ୍କ ପ୍ରମୁଖ ଭୂମିକା ଥିଲା।  ସାଲ୍ଟ କେବଳ ୩୩ଟି ବଲରେ ୬୬ ରନ୍‌ କରିଥିଲେ, ଯେଉଁଥିରେ ୭ଟି ଚୌକା ଓ ୫ଟି ଛକା ସାମିଲ ଥିଲା। ସାଲ୍ଟ ଓ ସୁନିଲ ନରେନଙ୍କ ମଧ୍ୟରେ ପ୍ରଥମ ୱିକେଟ୍‌ ପାଇଁ ୬.୧ ଓଭରରେ ୭୯ ରନ୍‌ର ପାର୍ଟନରସିପ୍‌ ହୋଇଥିଲା। ଯିଏକି ମ୍ୟାଚ୍‌କୁ ଏକତରଫା କରିଦେଇଥିଲେ। 

ଉଲ୍ଲେଖନୀୟ ଯେ, ଉକ୍ତ ମ୍ୟାଚ୍‌ରେ ଦିଲ୍ଲୀ କ୍ୟାପିଟାଲ୍ସ , କୋଲକାତାକୁ ୧୫୪ରନ୍ ଟାର୍ଗେଟ୍‌ ଦେଇଥିଲା। ଟସ୍‌ ଜିତି ପ୍ରଥମେ ବ୍ୟାଟିଂ କରିବାକୁ ଆସିଥିବା ଦିଲ୍ଲୀ କ୍ୟାପିଟାଲ୍ସ  ୨୦ ଓଭରରେ ୯ ୱିକେଟ୍‌ ରେ ୧୫୩ ରନ୍‌ କରିଥିଲା । ଦିଲ୍ଲୀ କ୍ୟାପିଟାଲ୍ସ ପାଇଁ କୁଲଦୀପ ଯାଦବ ସବୁଠୁ ଅଧିକ ଅପରାଜେୟ ୩୫ ରନ୍‌ କରିଥିବା ବେଳେ ଅଧିନାୟକ ରିଷଭ ପନ୍ତ ୨୦ଟି ବଲରେ ୨୭ ରନ କରି ପାରିଥିଲେ। ,ଯେଉଁଥିରେ ରହିଥିଲା ୨ଟି ଚୌକା ଓ ଗୋଟିଏ ଛକା । ଏହା ବ୍ୟତୀତ ଅଭିଷେକ ପୋରେଲ ୧୮ ଓ ଅକ୍ଷର ପଟେଲ ୧୫ ରନ୍‌ କରିଥିଲେ। କେକେଆରର ବରୁଣ ଚକ୍ରବର୍ତ୍ତୀ ସବୁଠୁ ଅଧିକ ୩ଟି ୱିକେଟ୍‌ ନେଇଥିଲେ । ସେପଟେ ବୈଭବ ଅରୋରା ଓ ହର୍ଷିତ ରାଣାଙ୍କୁ ୨-୨ ୱିକେଟ୍‌ ମିଳିଥିଲା। 

ଉକ୍ତ ମୁକାବିଲା ପାଇଁ ଦୁଇ ଟିମ୍‌ରେ ବଡ଼ ପରିବର୍ତ୍ତନ ହୋଇଥିଲା। କୋଲକାତା ନାଇଟ୍‌ ରାଇଡର୍ସର ଦ୍ରୁତ ବୋଲର ମିଚେଲ ଷ୍ଟାର୍କ ଆହତ ସମସ୍ୟାରୁ ବାହାରି ଏହି ମ୍ୟାଚ୍‌ରେ ଖେଳିଥିଲେ। ଯେଉଁଥି ପାଇଁ ଦୁଷ୍ମନ୍ତା ଚମିରାଙ୍କୁ ବାହାରେ ରହିବାକୁ ପଡ଼ିଥିଲା। ଦ୍ରୁତ ବୋଲର ବୈଭବ ଅରୋରାଙ୍କୁ ମଧ୍ୟ ଏହି ମ୍ୟାଚରେ ସୁଯୋଗ ମିଲିଥିଲା। ଅନ୍ୟପଟେ ଦିଲ୍ଲୀ କ୍ୟାପିଟାଲ୍ସର ପ୍ଲେଇଂ-୧୧ରେ ଓପନର ପୃଥ୍ୱୀ ଶ’ଙ୍କ ପ୍ରତ୍ୟାବର୍ତ୍ତନ ହୋଇଥିଲା । 

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.