ପ୍ରମୂଖ ଖବର
  • କାଶୀପୁର : କାଶୀପୁରରେ ବ୍ୟାପିଛି ଅଜଣା ରୋଗ, ସପ୍ତାହେ ଭିତରେ ଗଲାଣି ୪ ଶିଶୁଙ୍କ ଜୀବନ
  • ||
  • ଭୁବନେଶ୍ୱର: କୋଣାର୍କ ଶୈଳୀରେ ସଜେଇ ହୋଇଛି ଜନତା ମଇଦାନ, ଭିଭିଆଇପି ଅତିଥିଙ୍କ ପାଇଁ ସ୍ୱତନ୍ତ୍ର ବ୍ୟବସ୍ଥା
  • ||
  • ଭୁବନେଶ୍ୱର: ୬ ଥର ବିଧାୟକ ହୋଇଛନ୍ତି ଉପମୁଖ୍ୟମନ୍ତ୍ରୀ କନକ ବର୍ଦ୍ଧନ ସିଂହଦେଓ, ପତ୍ନୀ ବଲାଙ୍ଗିର ସାଂସଦ
  • ||
  • ପୁରୀ : ଜୋରସୋରରେ ଚାଲିଛି ରଥଖଳା କାମ; ସରିଛି ଚକ ଅଖ ଫିଟିଂ, ଆରମ୍ଭ ହୋଇଛି ଧୂଳିଦଣ୍ଡା କାମ
  • ||
  • ଭୁବନେଶ୍ଵର : ୫ଟାରେ ମୁଖ୍ୟମନ୍ତ୍ରୀ ଭାବେ ଶପଥ ନେବେ ମୋହନ ମାଝୀ, ସାମିଲ ହେବେ ପ୍ରଧାନମନ୍ତ୍ରୀ ଓ ଗୃହ ମନ୍ତ୍ରୀଙ୍କ ସମେତ ବହୁ ବରିଷ୍ଠ ନେତା
  • ||

ଭୋଟ ପରିଚୟ ପତ୍ର ଥାଇ ଭୋଟ ଦେଇ ପାରିଲେନି ଅନେକ ଭୋଟର, ମତଦାନରୁ ବଞ୍ଚିତ ହେଲେ ଦିବ୍ୟାଙ୍ଗ ବୃଦ୍ଧ ଦମ୍ପତି

ମାଲକାନଗିରି,୧୩।୫(ଆପ୍ର ):କେତେ ଖୁସିରେ  ୫ବର୍ଷ ପରେ ଭୋଟ ଦେଵା ପାଇଁ ଭୋଟ ପରିଚୟ ପତ୍ର ହାତରେ ଧରି  କଷ୍ଟ କରି ଭୋଟ କେନ୍ଦ୍ର କୁ ଆସିଥିଲେ ଭିନ୍ନକ୍ଷମ ବୃଦ୍ଧ ଦମ୍ପତି। ହେଲେ ବୁଥରେ ଥିବା ଭୋଟର ଲିଷ୍ଟରେ ସେମାନଙ୍କ ନାମ ନଥିବାରୁ ନିରାଶ ହୋଇ ମନଦୁଃଖ ରେ ପୁଣି ଘରକୁ ଫେରିଗଲେ ଏହି ଦମ୍ପତି। ଏମିତି ଦୃଶ୍ୟ ଦେଖିବାକୁ ମିଳିଛି ମାଲକାନଗିରି ଜିଲ୍ଲା ସଦର ମହାକୁମାସ୍ଥ ଏକ୍ସ ବୋର୍ଡ ଭୋଟ କେନ୍ଦ୍ରରେ। 

ଏସଡ଼ିଓ କଲୋନୀର ଭିନ୍ନକ୍ଷମ ବୃଦ୍ଧ ତ୍ରିନାଥ ପୂଜାରୀ ଓ ତାଙ୍କ ର ବୃଦ୍ଧା ପତ୍ନୀ ମୋତି ପୂଜାରୀ ଭୋଟ ଦେଵା ପାଇଁ ଏକ୍ସ ବୋର୍ଡ ସ୍କୁଲ ଭୋଟ କେନ୍ଦ୍ରକୁ ଯାଇଥିଲେ। ସେଠାରେ ସେମାନେ ଅନେକ ସମୟ ଧରି ଲାଇନ ରେ ରହିବା ପରେ ବୁଥ ଭିତରକୁ ଗଲା ପରେ ସେମାନଙ୍କ ନାମ ଲିଷ୍ଟ ରେ ନଥିବାରୁ ସେମାନେ ଭୋଟ ଦେଇ ପାରିବେ ନାହିଁ ବୋଲି ପୁଲିଙ୍ଗ ଅଫିସର କହି ଫେରାଇ ଦେଇଥିଲେ। କେତେ ଆଶା କରି ଏହି ଦମ୍ପତି ଭୋଟ ଦେଵା ପାଇଁ ଯାଇ ଭୋଟ ଦାନ ରୁ ବଞ୍ଚିତ  ହୋଇ ନିରାଶ ହୋଇ ଘରକୁ ଫେରିଛନ୍ତି. ସେମାନଙ୍କ ପରି ଜିଲ୍ଲାର ଅନେକ ବୁଥ ରେ ଏପରି ଘଟଣା ଘଟିଥିବାର ଜଣା ପଡିଛି।

 ପ୍ରତି ୫ ବର୍ଷକୁ ଥରେ ସାଧାରଣ ନିର୍ବାଚନ ହୋଇଥାଏ। ଏହି ମହାନ ପର୍ବରେ ସାମିଲ ହୋଇ ନିଜର ଗଣତନ୍ତ୍ର ଅଧିକାରକୁ ସାବ୍ୟସ୍ତ କରିବା ପାଇଁ ପ୍ରତ୍ୟେକ ଭୋଟର ଆଗ୍ରହ ପ୍ରକାଶ କରିଥାନ୍ତି। କିନ୍ତୁ ମାଲକାନଗିରି ପୌରପରିଷଦ ଅଞ୍ଚଳ କୁମୁଟିଗୁଡା, ଏକ୍ସ ବୋର୍ଡ,ବୁଟିଗୁଡାର ଅନେକ ଭୋଟର ପରିଚୟ ପତ୍ର ଥାଇ ମଧ୍ୟ ଭୋଟର ତାଲିକାରେ ନାମ ନ ଥିବାରୁ ସେମାନେ ମତଦାନ କରିପାରି ନ ଥିବାର ଜଣା ପଡିଛି।

ଆହୁରି ପଢନ୍ତୁ : ରାଜ୍ୟରେ ପ୍ରଥମ ପର୍ଯ୍ୟାୟ ମତଦାନ : ଅପରାହ୍ନ ୩ଟା ସୁଦ୍ଧା କୋଟିଆରେ ୮୦% ମତଦାନ

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.