ପ୍ରମୂଖ ଖବର
  • ଲଘୁଚାପ ସକ୍ରିୟ: ଆସନ୍ତା ୪ ଦିନ ବିଭିନ୍ନ ଜିଲ୍ଲାରେ ପ୍ରବଳ ବର୍ଷା ସମ୍ଭାବନା, ସତର୍କ କରାଇଲେ ଏସ୍‌ଆରସି
  • ||

ରାଜ୍ୟରେ ପ୍ରଥମ ପର୍ଯ୍ୟାୟ ମତଦାନ : ଅପରାହ୍ନ ୩ଟା ସୁଦ୍ଧା କୋଟିଆରେ ୮୦%

ଭୁବନେଶ୍ବର,୧୩।୫ :  ରାଜ୍ୟରେ ପ୍ରଥମ ପର୍ଯ୍ୟାୟ ମତଦାନ ସୁରୁଖୁରୁରେ ଚାଲିଛି । ରାଜ୍ୟରେ ଅପରାହ୍ନ ୩ ସୁଦ୍ଧା ୫୨.୯୧ ପ୍ରତିଶତ ମତଦାନ ହୋଇଛି । ବ୍ରହ୍ମପୁର ସହରାଞ୍ଚଳରେ ସବୁଠାରୁ କମ ମତଦାନ ହୋଇଛି । ଏଠାରେ ୪୪.୬୫ ପ୍ରତିଶତ ମତଦାନ ହୋଇଛି । ସହରାଞ୍ଚଳ ଲୋକେ ଭୋଟ ଦେବାକୁ ଅନୁରୋଧ କରିଛନ୍ତି ସିଇଓ । 

ଅପରାହ୍ନ ୩ଟା ସୁଦ୍ଧା ଗଞ୍ଜାମରେ ୪୪.୩୯, ମାଲକାନଗିରି, ୫୩.୬୫, ଗଜପତି ୪୫.୨୯, ବ୍ରହ୍ମପୁରରେ ୪୪.୬୫ ପ୍ରତିଶତ, କୋରାପୁଟରେ ୫୩.୦୮ ପ୍ରତିଶତ, ନବରଙ୍ଗପୁରରେ ୫୬.୭୬ ପ୍ରତିଶତ ଓ କଳାହାଣ୍ଡିରେ ୫୭.୯୧, ରାୟଗଡାରେ ୫୩.୬୦ ପ୍ରତିଶତ ମତଦାନ ହୋଇଛି । ଅଧିକାଂଶ ସ୍ଥାନରେ  ମତଦାନ ୫୦ ପ୍ରତିଶତ ଟପିଯାଇଛି । 

ତେବେ କୋରାପୁଟ ଜିଲ୍ଲା କୋଟିଆ ପଞ୍ଚାୟତରେ ସର୍ବାଧିକ  ମତଦାନ ହୋଇଛି । ସେଠାରେ ବର୍ତ୍ତମାନ ସୁଦ୍ଧା ହାରାହାରି ୮୦ ପ୍ରତିଶତ ମତଦାନ ହୋଇଛି । ତଳକାଣ୍ଟି ରେ ସର୍ବାଧିକ ୮୪  ପ୍ରତିଶତ ମତଦାନ ହୋଇଛି । ଗୁମେଲ ପଦର ବୁଥରେ ୭୪ ପ୍ରତିଶତ ମତଦାନ ହୋଇଛି।  


News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.