ମାଲକାନଗିରି, ୨୭।୪: ସୀମାନ୍ତରେ ମାଓବାଦୀଙ୍କମାନେ ବର୍ବର କାଣ୍ଡ ଘଟାଇଥିବା ସୂଚନା । ପୂର୍ବତନ ସରପଞ୍ଚ କଂଗ୍ରେସ ନେତାଙ୍କୁ ହତ୍ୟା କରି ନିଜର ସ୍ଥିତି ଜାହିର କରିଛନ୍ତି ମାଓବାଦୀ । ମାଲକାନଗିରି ଜିଲ୍ଲା ସୀମାନ୍ତ ଛତିଶଗଡ଼ ରାଜ୍ୟ ଦନ୍ତେୱାଡ଼ା ଜିଲ୍ଲାରେ ଜଣେ ପୂର୍ବତନ ସରପଞ୍ଚ ତଥା କଂଗ୍ରେସ ନେତାଙ୍କୁ ହତ୍ୟା କରିଛନ୍ତି ମାଓବାଦୀ । ଦନ୍ତେୱାଡ଼ା ଜିଲ୍ଲାର କଂଗ୍ରେସ ନେତା ତଥା ପୂର୍ବତନ ସରପଞ୍ଚ ଯୋଗା ପୋଡିୟମଙ୍କୁ ଅତି ନିର୍ମମ ଭାବେ ମାଓବାଦୀମାନେ ହତ୍ୟା କରିଛନ୍ତି । ଆରାନପୁର ଥାନା ଅନ୍ତର୍ଗତ ପୋଟାଲି ସିଏଏଫ କ୍ୟାମ୍ପଠାରୁ ମାତ୍ର, ୫୦୦ମିଟର ଦୂରରେ ତାଙ୍କୁ ହତ୍ୟା କରିଛନ୍ତି ମାଓବାଦୀମାନେ ।
ଜେଡିୟୁ ନେତାଙ୍କୁ ବିଚ୍ ରାସ୍ତାରେ ଗୁଳି କରି ହତ୍ୟା, ୪ ଦୁର୍ବୁତ୍ତଙ୍କୁ ଖୋଜୁଛି ପୋଲିସ
କଂଗ୍ରେସ ନେତା ଯୋଗା ପୋଡିୟମ ଘରେ ଶୋଇଥିବା ବେଳେ ମାଓବାଦୀମାନେ ସେଠାରେ ପହଞ୍ଚି ଧାରୁଆ ଅସ୍ତ୍ରରେ ତାଙ୍କର ଗଳା କାଟି ହତ୍ୟା କରିଛନ୍ତି । ପ୍ରାୟ ୨୦ରୁ ୩୦ ସଶସ୍ତ୍ର ମାଓବାଦୀ ଗାଁରେ ଆସି ଏହି ହତ୍ୟାକାଣ୍ଡ କରିଥିବା ଗ୍ରାମବାସୀ କହିଛନ୍ତି । ୧୦ ବର୍ଷ ତଳେ ତାଙ୍କ ପୁଅକୁ ମଧ୍ୟ ହତ୍ୟା କରିଥିଲେ ମାଓବାଦୀ । ଯୋଗା ଲୋକଙ୍କୁ ଭୋଟ୍ ଦେବା ଲାଗି ଉତ୍ସାହିତ କରିଥିବାରୁ ମାଓବାଦୀମାନେ ଏହି ହତ୍ୟା କରିଥିବା ଜଣାପଡ଼ିଛି । ଏହି ଘଟଣା ପରେ ସଂପୃକ୍ତ ଅଞ୍ଚଳରେ ଭୟର ବାତାବରଣ ସୃଷ୍ଟି ହେଇଛି । ଘଟଣାସ୍ଥଳରେ ପୋଲିସ ପହଞ୍ଚି ସର୍ଚ୍ଚ ଅପରେସନ ଆରମ୍ଭ କରିଛି ।