ପ୍ରମୁଖ ଖବର
  • କେନ୍ଦୁଝରରେ ପୁଣି ହାତୀ ମୃତ୍ୟୁ, ପେଟରୁ ମଲା ଶାବକ ଉଦ୍ଧାର ପରେ ଆଖିବୁଜିଲା ମାଇ ହାତୀ
  • ||
  • ବାଙ୍ଗିରିପୋଷି, ସାପ କାମୁଡ଼ାରେ ୯ ବର୍ଷର ଶିଶୁପୁତ୍ର ମୃତ
  • ||
  • କଣ୍ଟାବାଞ୍ଜି ଆସନରୁ ନାମାଙ୍କନ ଭରିଲେ ବିଜେଡି ସୁପ୍ରିମୋ ନବୀନ ପଟ୍ଟନାୟକ
  • ||
  • ସକାଳୁ ଆକାଶରୁ ନିଆଁ ବର୍ଷା, ସାଢ଼େ ୮ଟା ସୁଦ୍ଧା ତାଳଚେର ତାତି ୩୭ ଡିଗ୍ରୀ ପାର୍
  • ||
  • ଚାଉଳିଆଗଞ୍ଜ ଦୁର୍ଗା ମଣ୍ଡପ ନିକଟରେ ସ୍କୁଟିକୁ ପିଟିଲା ଟ୍ରକ, ମହିଳାଙ୍କ ଚାଲିଗଲା ଜୀବନ
  • ||
  • ଗୁରୁବାର ସମ୍ୱଲପୁରରୁ ଧର୍ମେନ୍ଦ୍ର ପ୍ରଧାନ, ପୁରୀରୁ ଅରୁପ ପଟ୍ଟନାୟକ ଭରିବେ ନାମାଙ୍କନ
  • ||
  • ଆଇପିଏଲ 2024: ଆଜି ମୁହାଁମୁହିଁ ହେବେ ସନରାଇଜର୍ସ ହାଇଦ୍ରାବାଦ-ରାଜସ୍ଥାନ ରୟାଲ୍ସ
  • ||
  • ଆହୁରି ତିନି ଦିନ ଯାଏ ପ୍ରଚଣ୍ଡ ତାତି, ହିଟ୍ଓ୍ବେବ ନେଇ ୧୦ ଜିଲ୍ଲାକୁ ଅରେଞ୍ଜ ଆଲର୍ଟ
  • ||

ମାର୍କ ଜୁକରବର୍ଗଙ୍କୁ ବଡ ଝଟକା, ଏହି ଦେଶରେ ହ୍ବାଟ୍ସ ଆପ୍ ଏବଂ ଥ୍ରେଡ୍ସ ଉପରେ ଲାଗିଲା ପ୍ରତିବନ୍ଧକ...

ନୂଆଦିଲ୍ଲୀ: ସୋସିଆଲ୍ ମିଡିଆ ଆପ୍ ହ୍ବାଟ୍‌ସ ଆପ୍ ଏବଂ ଥ୍ରେଡ୍ସକୁ ଆପଲ ଏହାର ଆପଲ ଷ୍ଟୋରରୁ ହଟାଇ ଦେଇଛି । ମେଟାର ଏହି ଦୁଇଟି ସୋସିଆଲ ମିଡିଆ ପ୍ଲାଟଫର୍ମ ଉପରେ ଚୀନ୍ ପ୍ରମୁଖ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିଛି । ଚୀନ୍‌ର ରାଷ୍ଟ୍ରୀୟ ସୁରକ୍ଷା ପାଇଁ ମାର୍କ ଜୁକରବର୍ଗଙ୍କ ଏହି ଦୁଇଟି ଆପ୍ ବିପଦ ବୋଲି କହିଛନ୍ତି ଚୀନ ସରକାର । ସାମ୍ନାକୁ ଆସିଥିବା ରିପୋର୍ଟ ଅନୁଯାୟୀଆପଲ୍ କୁ ଏହାର ଆପ୍ ଷ୍ଟୋର୍‌ରୁ ଏହି ଦୁଇଟି ଆପ୍ ହଟାଇବାକୁ ନିର୍ଦ୍ଦେଶ ଦିଆଯାଇଥିଲାଏହା ପରେ ଆପଲ୍ ଚୀନ୍‌ରେ ଆପ୍ ଷ୍ଟୋର୍‌ରୁ ଏହି ଦୁଇଟି ଆପ୍ ହଟାଇଦେଇଛି । ତେବେ ସରକାର ମେଟାର ଅନ୍ୟାନ୍ୟ ଆପ୍ ଫେସବୁକ୍ଇନଷ୍ଟାଗ୍ରାମ ଏବଂ ମେସେଞ୍ଜର ଉପରେ ପ୍ରତିବନ୍ଧକ ଲଗାଇଛନ୍ତି। ଏହି ତିନୋଟି ଆପ୍ ବର୍ତ୍ତମାନ ଆପଲ୍ ଆପ୍ ଷ୍ଟୋରରୁ ହଟାଯାଇନାହିଁ । 

ତେବେ ଏହି ଦୁଇଟି ମେଟା ଆପ୍କୁ ଏହାର ପ୍ଲାଟଫର୍ମରୁ ହଟାଇବା ଉପରେ ଆପଲ୍ କହିଛି ଯେ, ଚୀନ୍‌ର ସାଇବର ସ୍ପେସ୍ ଆଡମିନିଷ୍ଟ୍ରେସନ ଏହାକୁ ହଟାଇବା ପାଇଁ ନିର୍ଦ୍ଦେଶ ଜାରି କରିଛି । ତେବେ ଚୀନ୍‌ର ଜାତୀୟ ସୁରକ୍ଷା ପ୍ରତି ହ୍ବାଟସ୍ ଆପ୍ ଏବଂ ଥ୍ରେଡ୍ କିପରି ବିପଦ ପାଲଟିଛି ତାହା ଏପର୍ଯ୍ୟନ୍ତ ସ୍ପଷ୍ଟ ହୋଇନାହିଁ । ହ୍ବାଟସ ଆପ୍ ହେଉଛି ବିଶ୍ବର ସର୍ବାଧିକ ବ୍ୟବହୃତ ତତକ୍ଷଣାତ୍ ମେସେଜିଂ ଆପ୍। 

ଆପଲ୍ ଏହାର ବିବୃତ୍ତିରେ କହିଛି ଯେ, ଯେଉଁଠାରେ ଆମେ କାମ କରୁଛୁ ଆମକୁ ସେହି ଦେଶର ନିୟମ ପାଳନ କରିବାକୁ ହେବ। ଯଦିଓ ଆମେ କିଛି ବିଷୟରେ ସହମତ ନୁହଁ । ତେବେ ମାର୍କ ଜୁକରବର୍ଗଙ୍କ କମ୍ପାନୀ ମେଟା ଏହି ପ୍ରସଙ୍ଗରେ କୌଣସି ମନ୍ତବ୍ୟ ଦେଇନାହିଁ । ଏଥିସହ ଏହି ଦୁଇଟି ଆପ୍ କିପରି ଜାତୀୟ ସୁରକ୍ଷା ଉପରେ ବାଧା ସୃଷ୍ଟି କରୁଛି ତାହା ଚୀନ୍ ସରକାର କହି ନାହାଁନ୍ତି। 

ଆପଲ୍ କହିଛି ଯେ ଚୀନ୍ ବ୍ୟତୀତ ଅନ୍ୟ ଦେଶରେ ଆପ୍ ଷ୍ଟୋରରେ ଡାଉନଲୋଡ୍ ପାଇଁ ମେଟାର ଏହି ଦୁଇଟି ଆପ୍ ଉପଲବ୍ଧ ହେବ । ଏଥି ସହିତକେତେକ ବିଶେଷଜ୍ଞ ବିଶ୍ବାସ କରନ୍ତି ଯେ, ଚୀନ୍ରେ ଲାଗୁ ହୋଇଥିବା ନୂତନ ନିୟମ ଯୋଗୁଁ ଏହି ଦୁଇଟି ଆପ ଉପରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯାଇଛି । ମାର୍ଚ୍ଚ ୩୧ ପର୍ଯ୍ୟନ୍ତ ସମସ୍ତ ଆପ୍ ପଞ୍ଜିକରଣ କରିବାକୁ ଚୀନ୍ ପ୍ରଶାସନ ସମୟସୀମା ଦେଇଥିଲା । ଆଉ ପରିପ୍ରେକ୍ଷୀରେ ସେହି ଆପ୍ସ ବିରୋଧରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯାଉଛି, ଯାହା ଚୀନ୍ ସରକାରରେ ପଞ୍ଜୀକୃତ ହୋଇନାହିଁ । 

 

 

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.