ପ୍ରମୁଖ ଖବର
  • ଓଡ଼ିଶାରେ ପ୍ରଥମ ପର୍ଯ୍ୟାୟ ମତଦାନ: ସୋମବାର ୪ ଲୋକସଭା, ୨୮ ବିଧାନସଭା ଆସନରେ ମତଦାତା ଲେଖିବେ ପ୍ରାର୍ଥୀଙ୍କ ଭାଗ୍ୟ
  • ||
  • ସୋମବାର ଓଡ଼ିଶାରେ ପ୍ରଥମ ପର୍ଯ୍ୟାୟ ମତଦାନ, ୪ ଲୋକସଭା, ୨୮ ବିଧାନସଭା ଆସନରେ ଭୋଟିଂ
  • ||
  • ଆଇପିଏଲ୍ ମହାସମରରେ ସୁପର କିଙ୍ଗ୍‌ସକୁ ଭେଟିବ ରୟାଲ, ସନ୍ଧ୍ୟାରେ ଚ୍ୟାଲେଞ୍ଜର୍ସ- କ୍ୟାପିଟାଲ୍ସ ଫାଇଟ୍
  • ||
  • କମ୍ପୁଛି ପ୍ରଚାର ମଇଦାନ୍, ଆଜି ବଲାଙ୍ଗିର ଏବଂ ବରଗଡ଼ରେ କ୍ୟାମ୍ପେନ କରିବେ ନବୀନ
  • ||
  • ରାଜ୍ୟରେ ଆସନ୍ତା ୧୫ ଯାଏ ଉପକୂଳରେ ବର୍ଷା ସମ୍ଭାବନା, ୧୬ରୁ ପୁଣି ଫେରିବ ଗ୍ରୀଷ୍ମପ୍ରବାହ
  • ||

ମେ ୬ରୁ ୧୦ ତାରିଖ ଯାଏ ଚାଲିବ ଓଜେଇଇ ପରୀକ୍ଷା, ୱେବସାଇଟ୍‌ରେ ଆଡମିଟ୍‌ କାର୍ଡ ଉପଲବ୍ଧ

ଭୁବନେଶ୍ୱର,୨୮/୦୪: ମେ ୬ରୁ ଓଡ଼ିଶା ଯୁଗ୍ମ ପ୍ରବେଶିକା ପରୀକ୍ଷା  (ଓଜେଇଇ) ୨୦୨୪ ଆରମ୍ଭ ହେବ । ଏଥିପାଇଁ ଶନିବାରଠୁ ଓଜେଇଇ ୱେବସାଇଟ୍‌ରେ  ଆଡମିଟ୍‌ କାର୍ଡ ପ୍ରକାଶ ପାଇଛି । ଛାତ୍ରଛାତ୍ରୀମାନେ ଆଡମିଟ୍‌ ଓଜେଇଇ ୱେବ୍‌ସାଇଟ୍‌  www.ojee.nic.inରେ ଲଗଇନ୍‌ କରି  ନିଜର ଆପ୍ଲିକେସନ ନମ୍ବର ଏବଂ ପାସ୍‌ୱାର୍ଡ ଦେଇ  ଆଡମିଟ୍‌ କାର୍ଡ ଡାଉନଲୋଡ କରିପାରିବେ ।  ଏନେଇ ଓଜେଇଇ ପକ୍ଷରୁ ସୂଚନା ଦିଆଯାଇଛି । 

ସୂଚନାଯୋଗ୍ୟ, ମେ ୬ରେ ଏଲ୍‌ଇ ଟେକ୍‌ (ଡିପ୍ଲୋମା) ପରୀକ୍ଷା ୩ଟି ସିଫ୍ଟରେ  ହେବ । ସେହିପରି ୭ ତାରିଖରେ ପ୍ରଥମ ସିଫ୍ଟରେ ଏଲ୍‌ଇ ଟେକ୍‌ (ଡିପ୍ଲୋମା),  ଦ୍ୱିତୀୟ ସିଫ୍ଟରେ ଇଣ୍ଟିଗ୍ରେଡେଟ୍‌ ଏମ୍‌ବିଏ ଏବଂ ତୃତୀୟ ସିଫ୍ଟରେ ଏଲ୍‌ଇ ଟେକ୍‌  ବିଏସ୍‌ସିର ପରୀକ୍ଷା ହେବ । ୮ରେ ପ୍ରଥମ ଓ ଦ୍ୱିତୀୟ ସିଫ୍ଟରେ ଏମ୍‌ବିଏ ପରୀକ୍ଷା  ଏବଂ ତୃତୀୟ ସିଫ୍ଟରେ ବି ସାଟ୍‌ (ସିନୋମାଟୋଗ୍ରାଫି/ସାଉଣ୍ଡ ରେକର୍ଡିଂ ଆଣ୍ଡ  ଡିଜାଇନ୍‌) ଏବଂ ଏଲ୍‌ଇ ଫାର୍ମା ପରୀକ୍ଷା ହେବ । ୯ରେ ସମସ୍ତ ସିଫ୍ଟରେ ବି ଫାର୍ମା  କରାଯିବ । ୧୦ରେ ପ୍ରଥମ ଓ ଦ୍ୱିତୀୟ ସିଫ୍ଟରେ ଏମ୍‌ସିଏ ଏବଂ ତୃତୀୟ ସିଫ୍ଟରେ  ବି ସାଟ୍‌ (ଫିଲ୍ମ ଏଡିଟିଂ), ଏମ୍‌ ଫାର୍ମା, ଏମ୍‌ ଆର୍କ, ଏମ୍‌ ପ୍ଲାନ୍‌ ଓ ଏମ୍‌ଟେକ୍‌  ପରୀକ୍ଷା ହେବ । ସମସ୍ତ ପରୀକ୍ଷା କମ୍ପ୍ୟୁଟର ବେସଡ୍‌ ଟେଷ୍ଟ କରାଯିବ । 

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.