ପ୍ରମୁଖ ଖବର
  • ତୀବ୍ର ରୂପ ନେଲା ଖଲ୍ଲିକୋଟ ରାଜନୈତିକ ହିଂସା, ପୋଲିସ ଭ୍ୟାନ୍‌କୁ ଢେଲା ସହ ବୋତଲ ମାଡ କଲେ ଉତ୍ତ୍ୟକ୍ତ ଲୋକ
  • ||
  • ବର୍ଷାଙ୍କୁ ନିର୍ଯାତନା ମାମଲା: ଅନୁଭବଙ୍କୁ ବଡ଼ ଆଶ୍ଵସ୍ତି, NBW ଉପରେ ରହିତାଦେଶ ଜାରି କଲେ ହାଇକୋର୍ଟ
  • ||
  • ବିଜେପି ଛାଡ଼ିଲେ ରମା ବଳିଆରସିଂହ, ପ୍ରାଥମିକ ସଦସ୍ୟ ପଦରୁ ଇସ୍ତଫା ଦେଲେ
  • ||
  • ମୁଖ୍ୟମନ୍ତ୍ରୀଙ୍କ ରୋଡ୍‌ ସୋ' ପାଇଁ ଟ୍ରାଫିକ୍‌ କଟକଣା, ଅପରାହ୍ଣ ସାଢ଼େ ୪ଟାରୁ ଏହି ସବୁ ରୁଟ୍‌ରେ ବନ୍ଦ ରହିବ ଗାଡ଼ି ଚଳାଚଳ
  • ||
  • କଂଗ୍ରେସ ପ୍ରଚାର ମଇଦାନରେ ଖଡ୍‌ଗେ, ଫୁଲବାଣୀରେ ଜନସଭାକୁ ସମ୍ବୋଧିତ କରିବେ
  • ||
  • ଭୁବନେଶ୍ବର ଜିଜିପି କଲୋନୀରେ ଅଗ୍ନିକାଣ୍ଡ, ଗ୍ୟାସ୍ ସିଲିଣ୍ଡର ଫାଟି ଜଳିଗଲା ୪ ଦୋକାନ
  • ||
  • ରଥଖଳା ହାଲ୍ଚାଲ୍, ୪୨ ତୁମ୍ବ ଗୋଲେଇ ଶେଷ, ଆଜି ସୂତା ବାଡ଼ିଆ ଓ ବିନ୍ଧ ଅନୁକୂଳ
  • ||
  • IPL 2024: ଉପଲ୍‌ରେ ହାଇଦ୍ରାବାଦକୁ ଭେଟିବ ଗୁଜରାଟ୍, ପ୍ଲେ-ଅଫ୍‌ରୁ ୧ ପଏଣ୍ଟ ଦୂରରେ ସନରାଇଜର୍ସ
  • ||
  • ରାଜଧାନୀରେ ସକାଳେ ବିଜେପି, ସନ୍ଧ୍ୟାରେ ବିଜେଡି ଦେଖାଇବ ଦମ୍‌: ଆଜି ନବୀନ, ନଡ୍ଡାଙ୍କ ମେଗା ରୋଡ୍‌ ସୋ’
  • ||
  • ୨୫ ବେଳକୁ ଲଘୁଚାପ ସମ୍ଭାବନା:୧୯ରେ ପଶ୍ଚିମ ଓଡ଼ିଶା ଜଳିବ, ଉପକୂଳ ୪୦ ଡିଗ୍ରୀ ଛୁଇଁବ ପାରଦ
  • ||

ପ୍ୟାରିସ୍‌ ଅଲିମ୍ପିକ୍ସ ୨୦୨୪: ବ୍ୟାଡ଼ମିଣ୍ଟନରେ ୭ ଭାରତୀୟଙ୍କୁ ଟିକେଟ, ସିଙ୍ଗଲ୍ସରେ ଭାଗ ନେବେ ସିନ୍ଧୁ, ପ୍ରଣୟ, ଲକ୍ଷ୍ୟ

ନୂଆଦିଲ୍ଲୀ,୩୦/୦୪: ବ୍ୟାଡ଼ମିଣ୍ଟନ କ୍ରୀଡ଼ାରେ ଏଥର ୭ଜଣ ଭାରତୀୟ ଆଗାମୀ ପ୍ୟାରିସ୍‌ ଅଲିମ୍ପିକ୍ସକୁ ଯୋଗ୍ୟତା ଅର୍ଜନ କରିଛନ୍ତି । ସେମାନେ ହେଲେ ପୂର୍ବତନ ବିଶ୍ୱ ଚାମ୍ପିଅନ୍‌ ପିଭି  ସିନ୍ଧୁ, ଏଚ୍‌ଏସ୍‌ ପ୍ରଣୟ, ଲକ୍ଷ୍ୟ ସେନ୍‌ ଏବଂ ପୁରୁଷ ଡବଲ୍ସରେ  ସାତ୍ତ୍ୱିକସାଇରାଜ ରଙ୍କିରେଡ୍ଡୀ-ଚିରାଗ ସେଟ୍ଟୀ ଏବଂ ମହିଳା  ଡବଲ୍ସରେ ଅଶ୍ୱିନୀ ପୋନାପ୍ପା-ତନିଶା କ୍ରାଷ୍ଟୋ । ଅଲିମ୍ପିକ୍ସ ମାନ୍ୟତା ତାଲିକା ଆଧାରରେ ସମସ୍ତଙ୍କୁ ଟିକେଟ୍‌ ମିଳିଛି । ବିଶ୍ୱ ବ୍ୟାଡ଼ମିଣ୍ଟନ ମହାସଂଘ ପକ୍ଷରୁ ନିର୍ଦ୍ଧାରିତ କଟ୍‌ ଅଫ୍‌ ତାରିଖ ସୋମବାର ଶେଷ ହୋଇଥିଲା ଏବଂ ନିୟମ ଅନୁଯାୟୀ ମାନ୍ୟତା ତାଲିକାରେ ଶ୍ରେଷ୍ଠ-୧୬ରେ ସାମିଲ୍‌ ଥିବା ଖେଳାଳିମାନଙ୍କୁ ଅଲିମ୍ପିକ୍‌ ଟିକେଟ୍‌ ମିଳିଥିଲା ।

ମହିଳା ସିଙ୍ଗଲ୍ସରେ ଡବଲ୍‌ ଅଲିମ୍ପିକ୍‌ ପଦକ ବିଜୟିନୀ ସିନ୍ଧୁ  ଅଲିମ୍ପିକ୍‌ ମାନ୍ୟତା ତାଲିକାରେ ୧୨ତମ ସ୍ଥାନରେ ରହିଥିଲେ। ଫଳରେ  ତାଙ୍କ ସ୍ଥାନ ପକ୍କା ହୋଇଯାଇଥିଲା। ବିଡବ୍ଲ୍ୟୁଏଫ୍‌ ତାଲିକାରେ ସେ ୧୪ତମ ସ୍ଥାନରେ ରହିଛନ୍ତି । ଦକ୍ଷିଣ କୋରିଆର ଆନ୍‌ ସିୟଙ୍ଗ୍‌  ଶୀର୍ଷ ସ୍ଥାନରେ ରହିଥିଲେ। ସିନ୍ଧୁ  ୨୦୧୬ ରିଓ ଅଲିମ୍ପିକ୍ସରେ ରୌପ୍ୟ  ଏବଂ ୨୦୨୦ ଟୋକିଓ ଅଲିମ୍ପିକ୍ସରେ  ବ୍ରୋଞ୍ଜ ପଦକ ଜିତିଥିଲେ। ପୁରୁଷ ବର୍ଗରେ ଷ୍ଟାର୍‌  ଖେଳାଳି ପ୍ରଣୟ ଓ ଲକ୍ଷ୍ୟଙ୍କୁ ଟିକେଟ୍‌ ମିଳିଛି । ଅଲିମ୍ପିକ୍‌ ମାନ୍ୟତା ତାଲିକାରେ ପ୍ରଣୟ ନବମ ଏବଂ ଲକ୍ଷ୍ୟ ୧୩ତମ ସ୍ଥାନରେ ରହିଥିଲେ । ଏହି ତାଲିକାରେ ଡେନମାର୍କର ଭିକ୍ଟର ଆକ୍ସେଲସେନ ଶୀର୍ଷ ସ୍ଥାନ  ବଜାୟ ରଖିଥିଲେ । ଦୀର୍ଘ ୨୦ବର୍ଷ ପରେ ପ୍ରଥମ ଥର ପୁରୁଷ ସିଙ୍ଗଲ୍ସରେ ୨ଜଣ ଭାରତୀୟ ପ୍ରତିଦ୍ୱନ୍ଦ୍ୱିତା କରିବାକୁ ଯାଉଛନ୍ତି । 

ପୁରୁଷ ଡବଲ୍ସ ମାନ୍ୟତା ତାଲିକାରେ ସାତ୍ତ୍ୱିକ-ଚିରାଗ ଯୋଡ଼ି  ତୃତୀୟ ସ୍ଥାନରେ ରହି ଅଲିମ୍ପିକ୍‌କୁ ଯୋଗ୍ୟତା ଅର୍ଜନ କରିଛନ୍ତି ।  ଭାରତୀୟ ଯୋଡ଼ି ଏଥର ଅଲିମ୍ପିକ୍‌ ପଦକ ଦାବିଦାର ରହିଛନ୍ତି ।  ଗତ ସଂସ୍କରଣରେ ଉଭୟ ନକ୍‌ଆଉଟ୍‌ ରାଉଣ୍ଡ୍‌କୁ ଯୋଗ୍ୟତା ହାସଲ  କରିବାରେ ବିଫଳ ହୋଇଥିଲେ । ସେହିପରି ମହିଳା ଡବଲ୍ସରେ  ଅଶ୍ୱିନୀ-ତନିଶା ଯୋଡ଼ି ୧୩ତମ ସ୍ଥାନରେ ରହି ଟିକେଟ୍‌ ପାଇଛନ୍ତି ।  ଅନ୍ୟ ପଟରେ ତ୍ରିଶା ଜୋଲି ଓ ଗାୟତ୍ରୀ ଗୋପିଚାନ୍ଦ ଯୋଡ଼ି  ଅଳ୍ପକେ ବଞ୍ଚିତ ହୋଇଛନ୍ତି । ଉଭୟ ମିଳିତ ୧୪ତମ ସ୍ଥାନରେ  ରହିଥିଲେ ହେଁ ଅନ୍ୟ ଦେଶର ଖେଳାଳିଙ୍କୁ ଟିକେଟ୍‌ ମିଳିଥିଲା ।

  • paris olympic
  • News7 Is Now On WhatsApp Join And Get Latest News Updates Delivered To You Via WhatsApp

    Copyright © 2024 - Summa Real Media Private Limited. All Rights Reserved.