ପ୍ରମୁଖ ଖବର
  • ଭୁବନେଶ୍ୱର : ଅନ୍‌ଲାଇନ୍‌ ଟ୍ରେଡିଂ ନାଁରେ ୬୧ ଲକ୍ଷ ଠକେଇ, ମାଷ୍ଟରମାଇଣ୍ଡ୍‌ ୪ ରାଜ୍ୟରେ ମୋଷ୍ଟ୍‌ ୱାଣ୍ଟେଡ୍
  • ||
  • ଭୁବନେଶ୍ୱର : ମେ ଚତୁର୍ଥ ସପ୍ତାହରେ ମାଟ୍ରିକ୍‌ ଫଳ ! ହ୍ୱାଟସ୍‌ଆପ୍‌ରେ ପରୀକ୍ଷାର୍ଥୀ ପାଇବେ ରେଜଲ୍ଟ
  • ||
  • ନୂଆଦିଲ୍ଲୀ : ସମୂହ ଛୁଟିରେ ଏୟାର ଇଣ୍ଡିଆ ଏକ୍ସପ୍ରେସ୍‌ର ଶତାଧିକ କ୍ରିଉ ମେମ୍ଵର, ୭୦ରୁ ଅଧିକ ଉଡ଼ାଣ ବାତିଲ୍
  • ||
  • ପୁରୀ : ଶ୍ରୀମନ୍ଦିରରେ ମହାପ୍ରଭୁଙ୍କ ବନକଲାଗି, ସନ୍ଧ୍ୟା ୬ଟାରୁ ରାତି ୧୨ଟା ଦର୍ଶନ ମନା
  • ||
  • ଭୁବନେଶ୍ୱର : ଜନପଥରେ ମୋଦିଙ୍କ ରୋଡ୍‌ ସୋ', ସୁରକ୍ଷା ବ୍ୟବସ୍ଥା ଯାଞ୍ଚ କଲେ ଏସ୍‌ପିଜି, ଜଗିବେ ୫୦ ପ୍ଲାଟୁନ୍‌ ଫୋର୍ସ
  • ||
  • ଭୁବନେଶ୍ଵର : ଆଜି ୭ ଜିଲ୍ଲାରେ ନିର୍ଧୁମ ବର୍ଷିବ, ୧୦ ଯାଏ ବିସ୍ତୀର୍ଣ୍ଣ ଅଞ୍ଚଳରେ ବର୍ଷା
  • ||
  • ଭୁବନେଶ୍ଵର : ରାଜଧାନୀରେ ପୁଣି ହିଟ୍ ଆଣ୍ଡ ରନ୍, ରାସ୍ତା ପାରି ହେଉଥିବା ବେଳେ ଦମ୍ପତିଙ୍କ ଉପରେ ଚଢ଼ିଗଲା ଟ୍ରକ୍
  • ||

ପ୍ୟାରିସ ଅଲିମ୍ପିକ୍ସକୁ ୯୨ ଦିନ.. ବୋନସ ନମିଳିଲେ କାର୍ଯ୍ୟ ବନ୍ଦ ଧମକ ଦେଲେ କର୍ମଚାରୀ, ମଶାଲ ଯାତ୍ରା ସହଯୋଗ କରିବନି ଫ୍ରାନ୍ସ ପୁଲିସ

ପ୍ୟାରିସ,୨୫/୦୪: ଚାହୁଁ ଚାହୁଁ ଦିନ ପାଖେଇ ଆସୁଛି । ମଝିରେ ଆଉ ମାତ୍ର ୯୨ ଦିନ । ପ୍ୟାରିସ ନଗରୀ ସଜେଇ ହେଲାଣି ।  ଜୁଲାଇ ୨୬ରୁ ଆରମ୍ଭ ହେବ ଅଲିମ୍ପିକ୍ସ କ୍ରୀଡ଼ା ।  କିନ୍ତୁ ଏହାପୂର୍ବରୁ ଅଲିମ୍ପିକ୍ସ ବୋନସ ଦାବିରେ  ସରକାରୀ ଏବଂ ବେସରକାରୀ କର୍ମଚାରୀଙ୍କ  କାର୍ଯ୍ୟ ବନ୍ଦ ଧମକ ଏବେ ଆୟୋଜକ ଫ୍ରାନ୍ସ  ସରକାରଙ୍କ ପାଇଁ ମୁଣ୍ଡ ବିନ୍ଧାର କାରଣ ପାଲଟିଛି । 

ଅଲିମ୍ପିକ୍ସ କ୍ରୀଡ଼ାକୁ ସଫଳ କରାଇବା ପାଇଁ କର୍ମଚାରୀମାନେ ଦିନ ରାତି ଅକ୍ଳାନ୍ତ ପରିଶ୍ରମ କରୁଛନ୍ତି । ଗ୍ରୀଷ୍ମ ଛୁଟିରେ ବି କାର୍ଯ୍ୟ ଜାରି ରଖିଛନ୍ତି । ଏଥିପାଇଁ ସରକାର କର୍ମଚାରୀମାନଙ୍କୁ ବୋନସ  ଦେବେ ବୋଲି କହିଥିଲେ । କିନ୍ତୁ ଏ ପର୍ଯ୍ୟନ୍ତ ତାହା ପୂରଣ ହୋଇ ନଥିବାରୁ କର୍ମଚାରୀ ଧର୍ମଘଟକୁ ଓହ୍ଲାଇଲେଣି । ବିଭିନ୍ନ ସଂଗଠନ ପକ୍ଷରୁ ବୋନସ ଦାବିରେ ପ୍ରତିବାଦ ପ୍ରଦର୍ଶନ କରାଯାଉଛି । 

ବୋନସ ନମିଳିଲେ ଅଲିମ୍ପିକ୍ସ ମଶାଲ ଯାତ୍ରାରେ ସହଯୋଗ ନକରିବାକୁ ଫ୍ରାନ୍ସ ପୁଲିସ  ୟୁନିୟନ ଧମକ ଦେଇଛି । ଆସନ୍ତା ମେ’ ୮ ତାରିଖରୁ ମର୍ସେଲ ସହରରୁ ଆରମ୍ଭ ହେବ  ଅଲିମ୍ପିକ୍ସ ମଶାଲ ଯାତ୍ରା ବା ଟର୍ଚ ଚିଲେ । ଦ ଏଲାଏନ୍ସ ୟୁନିୟନ ପକ୍ଷରୁ କୁହାଯାଇଛି ଯେ, ‘ସରକାର ଅଲିମ୍ପିକ୍ସ ପାଇଁ ସ୍ୱତନ୍ତ୍ର ଦରମା ଦେବେ  ବୋଲି ପ୍ରତିଶ୍ରୁତି ଦେଇଥିଲେ । କିନ୍ତୁ ତାହା ଏ  ପର୍ଯ୍ୟନ୍ତ ପୂରଣ ହୋଇ ନାହିଁ । ଏହି ଦାବିରେ ଆମେ ଗତ ଗୁରୁବାର ଦିନ ପ୍ରତିବାଦ ପ୍ରଦର୍ଶନ କରିଥିଲୁ ।  ଯଦି ସେମାନେ ପ୍ରତିଶ୍ରୁତି ପୂରଣ ନକରନ୍ତି, ତେବେ  ମଶାଲ ଯାତ୍ରାରେ ଆମେ ସହଯୋଗ କରିବୁ ନାହିଁ ।’ 

କେନ୍ଦ୍ରୀୟ ପ୍ରଶାସନିକ ସେବାର  କର୍ମଚାରୀମାନେ ମଧ୍ୟ ଅସନ୍ତୁଷ୍ଟ  ରହିଛନ୍ତି । ଅଲିମ୍ପିକ୍ସ କ୍ରୀଡ଼ା  ସମୟରେ ଧର୍ମଘଟ କରିବାକୁ  ଧମକ ଦେଇଛନ୍ତି । ସେମିତି  ଜାତୀୟ ମୁଦ୍ରାଶାଳାର  କର୍ମଚାରୀମାନେ ମଧ୍ୟ  ବୋନସ ଦାବି କରିଛନ୍ତି । ଏହି କର୍ମଚାରୀମାନେ  କ୍ରୀଡ଼ା ପାଇଁ ପଦକ ତିଆରି କରୁଛନ୍ତି । ଫ୍ରାନ୍ସର  ବାୟୁସେନା ବିଭାଗର ଟ୍ରାଫିକ୍‌ ଦାୟିତ୍ୱରେ ଥିବା  କର୍ମଚାରୀମାନେ ମଧ୍ୟ ଆସନ୍ତା ଗୁରୁବାର ଦିନ  ଧର୍ମଘଟକୁ ଓହ୍ଲାଇବେ ବୋଲି ଘୋଷଣା କରିଛନ୍ତି ।  ଫ୍ରାନ୍ସ ସରକାରଙ୍କ ପକ୍ଷରୁ ସମସ୍ୟାର  ସମାଧାନ ଦିଗରେ କ’ଣ ପକ୍ଷକ୍ଷେପ ଗ୍ରହଣ  କରାଯାଉଛି ସେଦିଗରେ କୌଣସି ସୂଚନା  ଗଣମାଧ୍ୟମକୁ ମିଳିନାହିଁ । ଅଲିମ୍ପିକ୍ସ କ୍ରୀଡ଼ା  ଆୟୋଜନ କମିଟିର ଅଧ୍ୟକ୍ଷ ଟୋନି ଏଷ୍ଟାନଗୁଏଟ  କହିଛନ୍ତି, ‘ମୋର ବିଶ୍ୱାସ ଆମେ ବିଶ୍ୱବାସୀଙ୍କୁ ଏକ  ଶ୍ରେଷ୍ଠ କ୍ରୀଡ଼ା ପରିବେଶକୁ ସ୍ୱାଗତ କରିବୁ ।’ କିନ୍ତୁ  କର୍ମଚାରୀମାନଙ୍କ ଧର୍ମଘଟ ଏବଂ କାର୍ଯ୍ୟ  ବନ୍ଦ ସଂପର୍କରେ ସେ କିଛି କହି ନାହାନ୍ତି । 

ଶେଷ ଥର ୧୯୨୪ରେ ପ୍ୟାରିସରେ  ଅଲିମ୍ପିକ୍ସ କ୍ରୀଡ଼ା ଆୟୋଜନ ହୋଇଥିଲା ।  ପୁଣି ଦୀର୍ଘ ୧୦୦ ବର୍ଷ ପରେ ପ୍ୟାରିସକୁ  କ୍ରୀଡ଼ା ଫେରିଛି । ଏହାକୁ ସ୍ମରଣୀୟ କରିବା  ପାଇଁ ଆୟୋଜକ ଫ୍ରାନ୍ସ ସରକାର କିଛି  ନୂଆ ଯୋଜନା କରିଛନ୍ତି । ଷ୍ଟାଡିୟମ ପରିବର୍ତ୍ତେ ଖୋଲା ଆକାଶ ତଳେ ଅର୍ଥାତ ସେନ ନଦୀରେ ଉଦ୍‌ଘାଟନୀ  ଉତ୍ସବ ଆୟୋଜିତ ହେବ । ମଧ୍ୟପ୍ରାଚ୍ୟରେ  ପରିବେଶ ଅଶାସ୍ତ ରହିଥିବାରୁ ଆବଶ୍ୟକ ହେଲେ  ଉଦ୍‌ଘାଟନୀ ଉତ୍ସବକୁ କୌଣସି ଏକ ଷ୍ଟାଡିୟମକୁ  ସ୍ଥାନାନ୍ତର କରାଯିବ ବୋଲି ରାଷ୍ଟ୍ରପତି ଇମାନୁଏଲ୍‌  ମାକ୍ରନ ପୂର୍ବରୁ ଗଣମାଧ୍ୟକୁ ସୂଚନା ଦେଇଥିଲେ ।

  • paris olympic
  • News7 Is Now On WhatsApp Join And Get Latest News Updates Delivered To You Via WhatsApp

    Copyright © 2024 - Summa Real Media Private Limited. All Rights Reserved.