ଢେଙ୍କାନାଳ, ୦୮/୦୪ : ବାଇକ୍କୁ ଧକ୍କାଦେଲା ପିକଅପ ଭ୍ୟାନ୍। ଘଟଣାସ୍ଥଳରେ ଜଣେ ମୃତ ଓ ଦୁଇ ଗୁରୁତର। ଭାପୁର ରଥପଦା ଛକରେ ଏହି ମର୍ମନ୍ତୁଦ ଦୁର୍ଘଟଣା ଘଟିଛି। ମୃତାହତଙ୍କୁ ଉଦ୍ଧାର କରାଯାଇ ଡାକ୍ତରଖାନାରେ ଭର୍ତ୍ତି କରାଯାଇଛି।
ସୂଚନାନୁଯାୟୀ, ଆଠଗଡ଼ ଅଞ୍ଚଳର ୩ ଜଣ ସାଙ୍ଗ ବାଇକ୍ରେ ପୁରୁଣା କଟକ ସମ୍ବଲପୁର ରାସ୍ତାରେ ଯାଉଥିଲେ। ଭାପୁର ରଥପଦା ଛକରେ ସେମାନଙ୍କୁ ଏକ ପିକଅପ୍ ଭ୍ୟାନ୍ ଧକ୍କା ଦେଇଥିଲା। ଫଳରେ ଘଟଣାସ୍ଥଳରେ ଜଣଙ୍କର ମୃତ୍ୟୁ ହୋଇଥିବା ବେଳେ ୨ ଜଣ ଗୁରୁତର ହୋଇଛନ୍ତି। ସ୍ଥାନୀୟ ଲୋକେ ଉଭୟ ମୃତାହତଙ୍କୁ ଜିଲ୍ଲା ମୁଖ୍ୟ ଡାକ୍ତରଖାନାରେ ଭର୍ତ୍ତି କରିଛନ୍ତି। ଘଟଣାସ୍ଥଳରେ ପୋଲିସ ପହଞ୍ଚି ତଦନ୍ତ ଆରମ୍ଭ କରିଛି।