ପ୍ରମୁଖ ଖବର
  • ବୁଧବାର ଅରୁଣ ଗୋଭିଲ, ଗୁରୁବାର ପୁଣି ଓଡିଶା ଆସିବେ ଜେ.ପି ନଡ୍ଡା
  • ||
  • ପ୍ରଯୋଜକ ବିଜୟ ପଟ୍ଟନାୟକଙ୍କ ପରଲୋକ, ଚିକିତ୍ସାଧୀନ ଅବସ୍ଥାରେ ତ୍ୟାଗ କଲେ ଶେଷ ନିଶ୍ୱାସ
  • ||
  • ନିର୍ବାଚନ ଡ୍ୟୁଟି ସାରି ଫେରୁଥିବା ବେଳେ ଦୁର୍ଘଟଣା : ଜଣେ ଆହତ, ଅଳ୍ପକେ ବର୍ତ୍ତିଲେ ୨୦ ପୋଲିସ କର୍ମଚାରୀ
  • ||
  • ରଥଖଳା ହାଲ୍‌ଚାଲ୍‌...ଶ୍ରୀନୃସିଂହ ଚତୁର୍ଦ୍ଦଶୀ ତିଥିରେ ଗୁଜ ଅନୁକୂଳ, ଖୋଳା ହେବ ଯନ୍ତା ଗାଡ଼
  • ||
  • ସ୍ୱାତୀ ମାଲିୱାଲଙ୍କୁ ମାଡ଼ ମାମଲା: ସିଏମ୍‌ ହାଉସ୍‌ରେ ବିଭବଙ୍କୁ ନେଇ ସିନ୍‌ ରିକ୍ରିଏଟ୍‌
  • ||
  • ମଦ ନୀତି ଦୁର୍ନୀତି ମାମଲା: କେଜ୍‌ରିୱାଲଙ୍କୁ ପୁଣି ୧୪ ଦିନ ରିମାଣ୍ଡରେ ନେବାକୁ ଇଡିର ଆବେଦନ
  • ||
  • IPL ପ୍ରଥମ କ୍ୱାଲିଫାୟର ମ୍ୟାଚ୍‌ରେ ମୁହାଁମୁହିଁ ହେବେ କୋଲକାତା- ହାଇଦ୍ରାବାଦ, ରନ୍‌ ବର୍ଷା କରିବେ ବ୍ୟାଟିଂ ପାୱାର ହାଉସ୍‌
  • ||
  • ବାତ୍ୟା ହେବନି..ଅବପାତ ହୋଇ ମିଆଁମାର ଯିବ: ଜିଏଫଏସ୍
  • ||

ଗ୍ରୀଷ୍ମରେ ଭୋଟ୍‌; ଖୋର୍ଦ୍ଧା ଜିଲ୍ଲା ପ୍ରଶାସନର ପ୍ରସ୍ତୁତି, ପୁଲିଂ ଅଧିକାରୀ ପିଇବେ ଜୁସ୍‌, ଘୋଳଦହି

ଭୁବନେଶ୍ୱର, ୧।୫: ରାଜ୍ୟରେ ପ୍ରଚଣ୍ଡ ଗ୍ରୀଷ୍ମ ପ୍ରବାହ ଜାରି ରହିଛି । ଏହି ସମୟରେ ମତଦାନ ହେବାକୁ ଥିବାରୁ ଭୋଟର ଏବଂ ପୁଲିଂ ଅଧିକାରୀଙ୍କ ସୁରକ୍ଷାକୁ ଖୋର୍ଦ୍ଧା ଜିଲ୍ଲା ପ୍ରଶାସନ ପକ୍ଷରୁ ବିଶେଷ ଗୁରୁତ୍ୱ ଦିଆଯାଇଛି । ମତଦାନ କେନ୍ଦ୍ରକୁ ୨୪ ଘଣ୍ଟିଆ ବିଦ୍ୟୁତ୍‌ ସେବା ଯୋଗାଇ ଦେବାକୁ ଟିପିସିଓଡିଏଲ୍‌କୁ ନିର୍ଦ୍ଦେଶ ଦିଆଯାଇଛି । ୨୩ରୁ ୨୫ ମେ ପର୍ଯ୍ୟନ୍ତ ଯେପରି ବିଦ୍ୟୁତ୍‌ ସେବାରେ କୌଣସି ଅସୁବିଧା ନହୁଏ ସେଥିପ୍ରତି ଧ୍ୟାନ ଦେବାକୁ କୁହାଯାଇଛି । ସେହିପରି ସମ୍ଭାବ୍ୟ ଅଂଶୁଘାତ ପ୍ରତିକାର ପାଇଁ ପ୍ରତି ମତଦାନ କେନ୍ଦ୍ରରେ ଫାଷ୍ଟ ଏଡ୍‌ କିଟ୍‌ ସହ ଆଶା କର୍ମୀ ଉପସ୍ଥିତ ରହିବେ । ଏନେଇ ଜିଲ୍ଲା ମୁଖ୍ୟ ଚିକିତ୍ସାଧୀକାରୀ ଓ ଜନ ସ୍ୱାସ୍ଥ୍ୟ ଅଧିକାରୀଙ୍କୁ ନିର୍ଦ୍ଦେଶ ଦିଆଯାଇଛି । ପ୍ରତ୍ୟେକ ବ୍ଲକ୍‌ ମୁଖ୍ୟାଳୟରେ ଆୟୁଷ ଡାକ୍ତର ଏବଂ ଜଣେ ପାରା ମେଡିକାଲ ଷ୍ଟାଫ୍‌ ରହିବେ । ଭୋଟଦାନ କେନ୍ଦ୍ରରେ ଅଂଶୁଘାତ ଖବର ପାଇଲେ ସେଠାରେ ତୁରନ୍ତ ପହଞ୍ଚିବେ । 

ଏଥିସହ ସକାଳ ୧୦ଟାରୁ ଅପରାହ୍ଣ ୪ ମଧ୍ୟରେ ମତଦାନ କେନ୍ଦ୍ରରେ ନିୟୋଜିତ ପୁଲିଂ ଅଧିକାରୀଙ୍କୁ ପାଣି ବୋତଲ, ଜୁସ୍‌, ଘୋଳଦହି ନିୟମିତ ବ୍ୟବଧାନରେ ଯୋଗାଇ ଦିଆଯିବ । ଏଥିପାଇଁ ସମସ୍ତ ରିଟର୍ଣ୍ଣିଂ ଅଫିସରଙ୍କୁ କୁହାଯାଇଛି । ମତଦାନ କେନ୍ଦ୍ର ପାଖରେ ପାନୀୟଜଳ ବ୍ୟବସ୍ଥାକୁ ସୁନିଶ୍ଚିତ କରାଯିବ । ସମସ୍ତ ପିଙ୍କ୍‌ ବୁଥ୍‌ରେ ସୁରକ୍ଷାକୁ ଗୁରୁତ୍ୱ ଦିଆଯିବ । ମୋବାଇଲ୍‌ ଫୋନ୍‌ ଚାର୍ଜ କରିବା ପାଇଁ ସ୍ୱତନ୍ତ୍ର ଚାର୍ଜିଂ ପଏଣ୍ଟ କରାଯିବ । ମତଦାନ କେନ୍ଦ୍ରର ୱେବ୍‌କାଷ୍ଟିଂ ପାଇଁ ୨୪ ଘଣ୍ଟିଆ ବିଦ୍ୟୁତ୍‌ ସଂଯୋଗ କରିବାକୁ ରିଟର୍ଣ୍ଣିଂ ଅଫିସରଙ୍କୁ କୁହାଯାଇଛି । ଭିନ୍ନକ୍ଷମ ଭୋଟରଙ୍କ ପାଇଁ ହୁଇଲ୍‌ ଚେୟାର ବ୍ୟବସ୍ଥା କରାଯିବ । ଏହା ମେ ୨୦ ତାରିଖ ସୁଦ୍ଧା ପହଞ୍ଚାଯିବ । ସମସ୍ତ ବୁଥ୍‌ରେ ଏନ୍‌ସିସି, ଏନ୍‌ଏସ୍‌ଏସ୍‌, ୟୁଥ୍‌ ରେଡକ୍ରସ୍‌, ସ୍କାଉଟ୍‌ସ ଆଣ୍ଡ ଗାଇଡ୍‌ସ୍‌, ଷ୍ଟୁଡେଣ୍ଟ ପୁଲିସ୍‌ କ୍ୟାଡର ଭଲ୍ୟୁଣ୍ଟର ନିୟୋଜିତ ହେବେ । ଏଥିପାଇଁ ଉଚ୍ଚଶିକ୍ଷା ବିଭାଗ ଆଞ୍ଚଳିକ ନିର୍ଦ୍ଦେଶକଙ୍କୁ ଚିଠି କରାଯାଇଛି । 

ଯଦି ସ୍ଥାନୀୟ ଅଞ୍ଚଳରେ ନଡ଼ା ଉପଲବ୍ଧ ଥିବ, ତେବେ ପୁଲିଂ ଷ୍ଟେସନ୍‌ ଛାତ ଉପରେ ବିଛାଯିବ । ମହିଳା ପୁଲିଂ କର୍ମଚାରୀଙ୍କୁ ନେବା ଆଣିବା କରିବା ପାଇଁ ସ୍ୱତନ୍ତ୍ର ବସ୍‌ ଯୋଗାଇ ଦେବାକୁ କ୍ରୁଟ୍‌କୁ କୁହାଯାଇଛି । ସେହିପରି ପ୍ରତ୍ୟେକ ମତଦାନ କେନ୍ଦ୍ରରେ ୩ ପ୍ରକାର ଡଷ୍ଟବିନ୍‌ ରହିବ । ଏହାକୁ ଉକ୍ତ ଶିକ୍ଷାନୁଷ୍ଠାନର କର୍ତ୍ତୃପକ୍ଷ ନିଜ ପାଣ୍ଠିରୁ କିଣିବେ । ସୂଚନା ବୋର୍ଡ ଲଗାଯିବ । ପ୍ରତ୍ୟେକ ଗ୍ରାମପଞ୍ଚାୟତରେ ଗୋଟିଏ ଅଟୋ ରହିବ । ଏଥିରେ ନିହାତି ଆବଶ୍ୟକ କରୁଥିବା ଭୋଟରଙ୍କୁ (ବୃଦ୍ଧ, ଭିନ୍ନକ୍ଷମ)ଙ୍କୁ ମତଦାନ କେନ୍ଦ୍ରକୁ ନେବା ଆଣିବା କରାଯିବ ।

  • prameyanews
  • PrameyaOdia
  • prameya
  • News7 Is Now On WhatsApp Join And Get Latest News Updates Delivered To You Via WhatsApp

    Copyright © 2024 - Summa Real Media Private Limited. All Rights Reserved.