ପ୍ରମୁଖ ଖବର
  • ବୁଧବାର ଅରୁଣ ଗୋଭିଲ, ଗୁରୁବାର ପୁଣି ଓଡିଶା ଆସିବେ ଜେ.ପି ନଡ୍ଡା
  • ||
  • ପ୍ରଯୋଜକ ବିଜୟ ପଟ୍ଟନାୟକଙ୍କ ପରଲୋକ, ଚିକିତ୍ସାଧୀନ ଅବସ୍ଥାରେ ତ୍ୟାଗ କଲେ ଶେଷ ନିଶ୍ୱାସ
  • ||
  • ନିର୍ବାଚନ ଡ୍ୟୁଟି ସାରି ଫେରୁଥିବା ବେଳେ ଦୁର୍ଘଟଣା : ଜଣେ ଆହତ, ଅଳ୍ପକେ ବର୍ତ୍ତିଲେ ୨୦ ପୋଲିସ କର୍ମଚାରୀ
  • ||
  • ରଥଖଳା ହାଲ୍‌ଚାଲ୍‌...ଶ୍ରୀନୃସିଂହ ଚତୁର୍ଦ୍ଦଶୀ ତିଥିରେ ଗୁଜ ଅନୁକୂଳ, ଖୋଳା ହେବ ଯନ୍ତା ଗାଡ଼
  • ||
  • ସ୍ୱାତୀ ମାଲିୱାଲଙ୍କୁ ମାଡ଼ ମାମଲା: ସିଏମ୍‌ ହାଉସ୍‌ରେ ବିଭବଙ୍କୁ ନେଇ ସିନ୍‌ ରିକ୍ରିଏଟ୍‌
  • ||
  • ମଦ ନୀତି ଦୁର୍ନୀତି ମାମଲା: କେଜ୍‌ରିୱାଲଙ୍କୁ ପୁଣି ୧୪ ଦିନ ରିମାଣ୍ଡରେ ନେବାକୁ ଇଡିର ଆବେଦନ
  • ||
  • IPL ପ୍ରଥମ କ୍ୱାଲିଫାୟର ମ୍ୟାଚ୍‌ରେ ମୁହାଁମୁହିଁ ହେବେ କୋଲକାତା- ହାଇଦ୍ରାବାଦ, ରନ୍‌ ବର୍ଷା କରିବେ ବ୍ୟାଟିଂ ପାୱାର ହାଉସ୍‌
  • ||
  • ବାତ୍ୟା ହେବନି..ଅବପାତ ହୋଇ ମିଆଁମାର ଯିବ: ଜିଏଫଏସ୍
  • ||

୧୪ରେ ନାମାଙ୍କନ ଭରିବେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି, ଦିନକ ପୂର୍ବରୁ ବାରଣାସୀରେ ହେବ ବଡ଼ ରୋଡ୍ ଶୋ’

ନୂଆଦିଲ୍ଲୀ,୩।୫: ସପ୍ତମ ପର୍ଯ୍ୟାୟରେ ହେବାକୁ ଥିବା ବାରଣାସୀ ଆସନରେ ନିର୍ବାଚନକୁ ନେଇ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ୧୪ ମଇରେ ନାମାଙ୍କନ ପତ୍ର ଭରିବେ। ନାମାଙ୍କନର ଗୋଟିଏ ଦିନ ପୂର୍ବରୁ ୧୩ ମଇରେ ପ୍ରଧାନମନ୍ତ୍ରୀ ମୋଦି ବାରଣାସୀରେ କରିବେ ବଡ଼ ଧରଣର ରୋଡ୍‌ ଶୋ’। ପ୍ରଧାନମନ୍ତ୍ରୀଙ୍କ ନାମାଙ୍କନ ଓ ରୋଡ୍‌ ଶୋ’ର ପ୍ରସ୍ତୁତି ନେଇ କର୍ମୀମାନେ ଏବେଠୁ ଏକାଠି ହୋଇଗଲେଣି। ଅଫିସରମାନେ ମଧ୍ୟ ପ୍ରଧାନମନ୍ତ୍ରୀ ମୋଦିଙ୍କ ବାରଣାସୀ ଗସ୍ତକୁ ନେଇ ପ୍ରସ୍ତୁତି ଆରମ୍ଭ କରିଦେଇଛନ୍ତି। ଉଲ୍ଲେଖନୀୟ ଯେ, ପ୍ରଧାନମନ୍ତ୍ରୀ ମୋଦି ବାରଣାସୀ ଆସନରୁ ଲଗାତାର ତୃତୀୟ ଥର ନିର୍ବାଚନ ଲଢୁଛନ୍ତି।

ବାରଣାସୀରେ ସପ୍ତମ ତଥା ଅନ୍ତିମ ପର୍ଯ୍ୟାୟ‌ ମତଦାନ ହେବ। ୪ ଜୁନ୍‌ରେ ରେଜଲ୍ଟ ଆସିବ। ଶେଷ ପର୍ଯ୍ୟାୟରେ ହେବାକୁ ଥିବା ଏହି ନିର୍ବାଚନ ପାଇଁ ପ୍ରଧାନମନ୍ତ୍ରୀ ମୋଦି ୧୩ ମଇ ସନ୍ଧ୍ୟାରେ ବାରଣାସୀରେ ରହିବେ। ୧୪ ରେ ନାମାନଙ୍କ ଦାଖଲ କରିବା ପରେ ଦିଲ୍ଲୀ ଚାଲିଯିବେ। ଉଲ୍ଲେଖନୀୟ ଯେ, ନିକଟରେ ଦୁଇ ଦିନିଆ କାଶୀ ପ୍ରବାସ ବେଳେ ବାରଣାସୀ ଆସି ବିଜେପିର ରାଷ୍ଟ୍ରୀୟ ମହାମନ୍ତ୍ରୀ ସୁନିଲ ବଂଶଲ ପ୍ରଧାନମନ୍ତ୍ରୀ ମୋଦିଙ୍କ ରୋଡ୍‌ ଶୋ’ ଓ ନାମାଙ୍କନ ତାରିଖ ବିଷୟରେ କହିଥିଲେ । ତେବେ  ଏହା ଉପରେ ସମ୍ପୂର୍ଣ୍ଣ ମୋହର ଲାଗି ଯାଇଛି। ସୁତ୍ରରୁ ମିଳିଥିବା ସୂଚନା ଅନୁସାରେ, ଗତ ଥର ଭଳି ଏଥର ବି ପ୍ରଧାନମନ୍ତ୍ରୀଙ୍କ ରୋଡ୍‌ ଶୋ’ ହେବ। ଆଗାମୀ ଦିନ ବାବା ବିଶ୍ବନାଥ ଓ ଗଙ୍ଗାଙ୍କଠାରୁ ଆର୍ଶୀବାଦ ନେଇ ନାମାଙ୍କନ ଦାଖଲ କରିବେ।

ଦଳୀୟ ସୁତ୍ର ଅନୁସାରେ, ହାଇକମାଣ୍ଡ ବାରଣାସୀରେ ପ୍ରଧାନମନ୍ତ୍ରୀଙ୍କ ନାମାଙ୍କନ ଐତିହାସିକ କରିବାର ନିଷ୍ପତ୍ତି ନେଇଛନ୍ତି। ବାରଣାସୀରେ ସପ୍ତମ ଓ ଶେଷ ପର୍ଯ୍ୟାୟ ନିର୍ବାଚନରେ ୧ ଜୁନ୍‌ରେ ମତଦାନ ରହିଛି। ଏଥିପାଇଁ ୭ରୁ ୧୪ ମଇ ପର୍ଯ୍ୟନ୍ତ ନାମାଙ୍କନ ହେବ। 

 

  • prameyanews
  • General Election 2024
  • lok sabha election 2024
  • News7 Is Now On WhatsApp Join And Get Latest News Updates Delivered To You Via WhatsApp

    Copyright © 2024 - Summa Real Media Private Limited. All Rights Reserved.