ପ୍ରମୁଖ ଖବର
  • ବୁଧବାର ଅରୁଣ ଗୋଭିଲ, ଗୁରୁବାର ପୁଣି ଓଡିଶା ଆସିବେ ଜେ.ପି ନଡ୍ଡା
  • ||
  • ପ୍ରଯୋଜକ ବିଜୟ ପଟ୍ଟନାୟକଙ୍କ ପରଲୋକ, ଚିକିତ୍ସାଧୀନ ଅବସ୍ଥାରେ ତ୍ୟାଗ କଲେ ଶେଷ ନିଶ୍ୱାସ
  • ||
  • ନିର୍ବାଚନ ଡ୍ୟୁଟି ସାରି ଫେରୁଥିବା ବେଳେ ଦୁର୍ଘଟଣା : ଜଣେ ଆହତ, ଅଳ୍ପକେ ବର୍ତ୍ତିଲେ ୨୦ ପୋଲିସ କର୍ମଚାରୀ
  • ||
  • ରଥଖଳା ହାଲ୍‌ଚାଲ୍‌...ଶ୍ରୀନୃସିଂହ ଚତୁର୍ଦ୍ଦଶୀ ତିଥିରେ ଗୁଜ ଅନୁକୂଳ, ଖୋଳା ହେବ ଯନ୍ତା ଗାଡ଼
  • ||
  • ସ୍ୱାତୀ ମାଲିୱାଲଙ୍କୁ ମାଡ଼ ମାମଲା: ସିଏମ୍‌ ହାଉସ୍‌ରେ ବିଭବଙ୍କୁ ନେଇ ସିନ୍‌ ରିକ୍ରିଏଟ୍‌
  • ||
  • ମଦ ନୀତି ଦୁର୍ନୀତି ମାମଲା: କେଜ୍‌ରିୱାଲଙ୍କୁ ପୁଣି ୧୪ ଦିନ ରିମାଣ୍ଡରେ ନେବାକୁ ଇଡିର ଆବେଦନ
  • ||
  • IPL ପ୍ରଥମ କ୍ୱାଲିଫାୟର ମ୍ୟାଚ୍‌ରେ ମୁହାଁମୁହିଁ ହେବେ କୋଲକାତା- ହାଇଦ୍ରାବାଦ, ରନ୍‌ ବର୍ଷା କରିବେ ବ୍ୟାଟିଂ ପାୱାର ହାଉସ୍‌
  • ||
  • ବାତ୍ୟା ହେବନି..ଅବପାତ ହୋଇ ମିଆଁମାର ଯିବ: ଜିଏଫଏସ୍
  • ||

ପ୍ରିୟଙ୍କା ଲଢିବେନି ଲୋକସଭା ନିର୍ବାଚନ! ୨୪ ଘଣ୍ଟାରେ କଂଗ୍ରେସ କରିପାରେ ରାୟବରେଲି ଓ ଆମେଠି ଆସନ ନେଇ ଘୋଷଣା

ନୂଆଦିଲ୍ଲୀ,୩୦।୪: ଲୋକସଭା ନିର୍ବାଚନ ୨୦୨୪ର ଦୁଇଟି ପର୍ଯ୍ୟାୟ ଭୋଟିଂ ହୋଇସାରିଛି। କଂଗ୍ରେସ କିନ୍ତୁ ଏପର୍ଯ୍ୟନ୍ତ ଉତ୍ତର ପ୍ରଦେଶର ଆମେଟି ଓ ରାୟବରେଲିରେ ନିଜର ପ୍ରାର୍ଥୀ ଘୋଷଣା କରିନାହିଁ। କିନ୍ତୁ ସମ୍ଭାବନା ରହିଛି ଯେ, ଦଳ ଖୁବ୍ ଶୀଘ୍ର ଦୁଇଟି ଆସନରେ ପ୍ରାର୍ଥୀ ଘୋଷଣା କରିପାରେ। କୁହାଯାଉଛି ଯେ, ପ୍ରିୟଙ୍କା ଗାନ୍ଧୀ ଭଦ୍ରାଙ୍କ ଲୋକସଭା ନିର୍ବାଚନ ଲଢିବାର ସମ୍ଭାବନା ଖୁବ୍ କମ୍।

’ଇଣ୍ଡିଆ ଟୁଡେ’ର ରିପୋର୍ଟ ଅନୁସାରେ, ପ୍ରିୟଙ୍କା  ୨୦୨୪ ଲୋକସଭା ନିର୍ବାଚନ ଲଢିବା ସମ୍ଭାବନା ଖୁବ୍ କମ୍। କୁହାଯାଉଛି ଯେ, ପ୍ରିୟଙ୍କା ନିର୍ବାଚନରେ କେବଳ ପ୍ରଚାର କରିବେ। ଏହା ସହିତ କଂଗ୍ରେସ ରାୟବରେଲି ଓ ଆମେଠିକୁ ନେଇ ୨୪ ଘଣ୍ଟାରେ ବଡ ନିଷତ୍ତି ନେଇପାରେ। ଚର୍ଚ୍ଚା ହେଉଥିଲା ଯେ, ପ୍ରିୟଙ୍କା ରାୟବରେଲିରୁ ନିର୍ବାଚନ ଲଢିପାରନ୍ତି।

ଉତ୍ତର ପ୍ରଦେଶର ଦୁଇଟି ଆସନକୁ କଂଗ୍ରେସର ଗଡ ବୋଲି ମନେକରାଯାଉଛି। ତେବେ ୨୦୧୯ ରେ ବିଜେପିର ଟିକେଟରେ ସ୍ମୃତି ଇରାନୀ ରାହୁଲ ଗାନ୍ଧୀଙ୍କ ବିଜୟ ରଥ ରୋକି ଦେଇଥିଲେ। ଗତ ନିର୍ବାଚନରେ ରାହୁଲ କେରଳର ଓ୍ବାଇନାଡ ଆସନରୁ ଜିତିଥିଲେ। ଏଥର ମଧ୍ୟ ସେ ଓ୍ବାଇନାଡରୁ ନିର୍ବାଚନ ଲଢୁଛନ୍ତି। ଏହା ସହିତ କହି ସାରିଛନ୍ତି ଦଳ ଆମେଠିକୁ ନେଇ ନିଷ୍ପତ୍ତି ନେବ। ଅନ୍ୟପକ୍ଷେ କଂଗ୍ରେସର ପୂର୍ବତନ ରାଷ୍ଟ୍ରୀୟ ଅଧ୍ୟକ୍ଷ ସୋନିଆ ଗାନ୍ଧୀ ରାୟବରେଲିରୁ ୨୦୨୪ ନିର୍ବାଚନ ଲଢୁନାହାନ୍ତି। ସେ ରାଜ୍ୟସଭା ଯିବେ। 

  • prameyanews
  • General Election 2024
  • lok sabha election 2024
  • News7 Is Now On WhatsApp Join And Get Latest News Updates Delivered To You Via WhatsApp

    Copyright © 2024 - Summa Real Media Private Limited. All Rights Reserved.