ପ୍ରମୁଖ ଖବର
  • ବିଜେପି ଫୋକସ୍‌ରେ ଓଡ଼ିଶା, ଆସୁଛନ୍ତି ହେଭିଓ୍ବେଟ୍, ଆସନ୍ତା ୮ରେ ରାଜନାଥ ସିଂ, ୯ରେ ନୀତିନ ଗଡ଼କାରୀ, ୧୦ରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି
  • ||
  • ଆସନ୍ତା ୧୦ରେ ଦୋହା ଡାଏମଣ୍ଡ୍‌ ଲିଗ୍‌ , କିଶୋରଙ୍କ ସହ ସିଜନ ଆରମ୍ଭ କରିବେ ନୀରଜ ଚୋପ୍ରା
  • ||
  • ଖପୁରିଆ କରତକଳରେ ପହଞ୍ଚିଲା ଚତୁର୍ଥ ପର୍ଯ୍ୟାୟ ରଥକାଠ, ଚନ୍ଦନ ଯାତ୍ରା ପାଇଁ ଚିରଟ କାଠ ଗଲା ଶ୍ରୀକ୍ଷେତ୍ର
  • ||
  • ଶ୍ରୀମନ୍ଦିର ରତ୍ନଭଣ୍ଡାର ତାଲିକା ପ୍ରସ୍ତୁତି, ଆସନ୍ତା ୯ରେ ଜଷ୍ଟିସ୍‌ ଅରିଜିତ୍‌ ପଶାୟତଙ୍କ ଅଧ୍ୟକ୍ଷତାରେ ବସିବ ଦ୍ୱିତୀୟ ପର୍ଯ୍ୟାୟ ବୈଠକ
  • ||
  • ଓଡ଼ିଶାରେ ଚତୁର୍ଥ ପର୍ଯ୍ୟାୟ ନିର୍ବାଚନ ପାଇଁ ବିଜ୍ଞପ୍ତି, ୬ ଲେକାସଭା, ୪୨ବିଧାନସଭା ଆସନରେ ଆଜିଠୁ ନାମାଙ୍କନ
  • ||
  • ତୃତୀୟ ପର୍ଯ୍ୟାୟ ମତଦାନ: ୯୩ ଲୋକସଭା ଆସନରେ ୧୩୫୧ ପ୍ରାର୍ଥୀଙ୍କ ଭାଗ୍ୟ ପରୀକ୍ଷା
  • ||
  • IPL 2024: ଆଜି ଦିଲ୍ଲୀକୁ ଭେଟିବ ରାଜସ୍ଥାନ, ପ୍ଲେ-ଅଫ୍‌ ସ୍ଥାନ ପକ୍କା ଲକ୍ଷ୍ୟରେ ରୟାଲ୍ସ
  • ||
  • ଶେଷରେ ଶୁଣିଲେ ପ୍ରଭୁ .. ଆଜିଠୁ ତାତିକୁ ଛୁଟି, ଖସିବ ପାରଦ: ୨୦ ଜିଲ୍ଲାରେ ବର୍ଷା ଆଶଙ୍କା
  • ||

ଆଇପିଏଲ ୨୦୨୪ : କୋଲକାତା ନାଇଟ୍‌ ରାଇଡର୍ସକୁ ୮ ୱିକେଟ୍‌ରେ ହରାଇଲା ପଞ୍ଜାବ କିଙ୍ଗ୍ସ

କୋଲକାତା- ଆଇପିଏଲର ୧୭ତମ ସଂସ୍କରଣର ୪୨ତମ ମ୍ୟାଚରେ ପଞ୍ଜାବ କିଙ୍ଗସ, କୋଲକାତା ନାଇଟ୍ ରାଇଡର୍ସ (କେକେଆର)କୁ ୮ ୱିକେଟ୍‌ରେ ହରାଇଛି। ମ୍ୟାଚରେ କୋଲକାତା, ପଞ୍ଜାବକୁ ବିଜୟ ପାଇଁ ୨୬୧ ରନ୍‌ର ଟାର୍ଗେଟ୍‌ ଦେଇଥିଲା , ଯାହାକୁ ସେ ୮ଟି ବଲ ବାକି ଥାଇ ହାସଲ କରି ନେଇଛି।  ଟି-୨୦ କ୍ରିକେଟ୍‌ ଓ ଆଇପିଏଲ ଇତିହାସର ଏହା ସବୁଠୁ ସଫଳତମ ରନଚେଜ୍‌ ହୋଇଛି। 

କୋଲକାତା ବ୍ୟାଟ୍ସମ୍ୟାନଙ୍କ ବିସ୍ଫୋରକ ପ୍ରଦର୍ଶନ ... ପଞ୍ଜାବକୁ ୨୬୨ ରନ୍‌ର ବିଜୟ ଲକ୍ଷ୍ୟ ଦେଲା କେକେଆଇ

ଆଇପିଏଲର ଆଜିର ( ୨୬ ଅପ୍ରେଲ) ମ୍ୟାଚ୍‌ କୋଲକାତାର ଇଡେନ ଗାର୍ଡେନ୍ସରେ ଖେଳା ଯାଇଥିଲା। କୋଲକାତା ନାଇଟ୍‌ ରାଇଡର୍ସ (କେକେଆଇ) ଓ ପଞ୍ଜାବ କିଙ୍ଗସ ( ପିବିକେଏସ) ମୁହାଁମୁହିଁ ହୋଇଥିଲେ । ଏହି ମୁକାବିଲାରେ କୋଲକାତା ପଞ୍ଜାବକୁ ବିଜୟ ପାଇଁ ୨୬୨ ରନ୍‌ର ଟାର୍ଗେଟ୍‌ ଦେଇ ଥିଲା।  

ପଞ୍ଜାବ କିଙ୍ଗସର ବିଜୟର ହିରୋ ସାଜିଥିଲେ ଜନି ବେୟରଷ୍ଟୋ । ବେୟରଷ୍ଟୋ ୪୮ଟି ବଲରେ ଅପରାଜେୟ ୧୦୮ ରନ୍‌ କରିଥିଲେ। ସେ ୯ଟି ଛକା ଓ ୮ଟି ଚୌକା ମାରିଛନ୍ତି। ଶଶାଙ୍କ ସିଂହ ମଧ୍ୟ ୨୮ଟି ବଲରେ ଅପରାଜେୟ ୬୮ରନର ପାଳି ଖେଳିଥିଲେ। 

ଟସ୍‌ ହାରି ପ୍ରଥମେ ବ୍ୟାଟିଂ କରି କୋଲକାତା ନାଇଟ୍‌ ରାଇଡର୍ସ ୬ ୱିକେଟ୍‌ରେ ୨୬୧ ରନ୍‌ କରିଥିଲା । କୋଲକାତା ପାଇଁ ଫିଲ୍‌ ସାଲ୍ଟ ସବୁଠୁ ଅଧିକ ୩୭ଟି ବଲରେ ୭୫ ରନ୍‌ର ପାଳି ଖେଳିଥିଲେ । ସାଲ୍ଟ ଏହି ସମୟରେ ୬ଟି ଛକା ଓ ୬ଟି ଚୌକା ମାରିଥିଲେ । ସେପଟେ ସୁନିଲ ନରେନ ୭୧ ରନ୍‌ କରିଥିଲେ।  ନରେନ ୩୨ଟି ବଲ୍‌ରେ ପାଳିରେ  ୯ଟି ଚୌକା ଓ ୪ଟି ଛକା ମାରିଥିଲେ।

ନରେନ-ସାଲ୍ଟ ମିଶି ୧୦.୨ ଓଭରରେ ୧୩୮ ରନ୍‌ର ଓପନିଂ ପାର୍ଟନରସିପ୍‌ ଖେଳି ଥିଲେ। ଭେଙ୍କଟେଶ ଆୟର ମଧ୍ୟ ୩ଟି ଚୌକା ଓ ଦୁଇଟି ଛକା ସାହାଯ୍ୟରେ ୩୯ ରନ୍‌ କରିଥିଲେ। ଏହା ବ୍ୟତୀତ ଆନ୍ଦ୍ରେ ରସେଲ (୨୪) ଓ ଶ୍ରେୟସ ଆୟର (୨୮) ମଧ୍ୟ ବିସ୍ଫୋରକ ପାଳି ଖେଳିଥିଲେ। ପଞ୍ଜାବ ପାଇଁ ଅର୍ଶଦୀପ ସିଂହ ସବୁଠୁ ଅଧିକ ଦୁଇଟି ୱିକେଟ୍‌ ନେଇଥିଲେ।

 

 

 

 

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.