ପ୍ରମୁଖ ଖବର
  • ଶଙ୍ଖ ଛାଡି ପଦ୍ମ ଧରିଲେ ସମୀର ରଞ୍ଜନ ଦାଶ, ସ୍ବାଗତ କଲେ ବିଜେପି ସଭାପତି ମନମୋହନ ସାମଲ
  • ||
  • ମେ'୨୦ ରେ ବନ୍ଦ ରହିବ ସେୟାର ବଜାର, ଲୋକସଭା ମତଦାନ ପାଇଁ ଏନ୍‌ଏସ୍ଇ ପକ୍ଷରୁ ଛୁଟି ଘୋଷଣା
  • ||
  • ଜୁଲାଇ ୧୫ରେ ସିବିଏସ୍‌ଇ ସପ୍ଲିମେଣ୍ଟାରୀ ପରୀକ୍ଷା, ଖୁବ୍‌ଶୀଘ୍ର ପ୍ରକାଶ ପାଇବ ପରୀକ୍ଷା କାର୍ଯ୍ୟସୂଚୀ
  • ||
  • ରଥଖଳା ହାଲ୍‌ଚାଲ୍‌...ତୁମ୍ବରେ ଚାଲିଛି ବିନ୍ଧ ଖୋଦେଇ, ନୃସିଂହ ଚତୁର୍ଦ୍ଦଶୀରେ ଖୋଳା ଯିବ ଜନ୍ତା ଗାଡ଼
  • ||
  • ସୋମବାର ପଞ୍ଚମ ପର୍ଯ୍ୟାୟ ନିର୍ବାଚନ: ୪୯ ଆସନରେ ହେବ ମତଦାନ, ୬୯୫ ପ୍ରାର୍ଥୀଙ୍କ ଭାଗ୍ୟ ପରୀକ୍ଷା
  • ||
  • 8. ସନ୍ଡେ’ରେ ଡବଲ୍ ଫାଇଟ୍, ହାଇଦ୍ରାବାଦକୁ ଭେଟିବ ପଞ୍ଜାବ, ସନ୍ଧ୍ୟାରେ ରାଜସ୍ଥାନ-କୋଲକାତା ଟକ୍କର
  • ||
  • ଦାନା ବାନ୍ଧୁଛି ଲଘୁଚାପ: କମ୍‌ ପବନ, ବେଶି ବର୍ଷା ହୋଇପାରେ, ତୃତୀୟ ପର୍ଯ୍ୟାୟ ଭୋଟ ଦିନ ବଡ଼ ବର୍ଷା ଆଶଙ୍କା
  • ||
  • ବିଜେଡିରୁ ଇସ୍ତଫା ଦେଲେ ସମୀର ରଞ୍ଜନ ଦାଶ, ସୁପ୍ରିମୋଙ୍କ ପାଖକୁ ପଠାଇଲେ ଇସ୍ତଫା ପତ୍ର
  • ||

ଆସନ୍ତା ୧୦ରେ ଦୋହା ଡାଏମଣ୍ଡ୍‌ ଲିଗ୍‌ , କିଶୋରଙ୍କ ସହ ସିଜନ ଆରମ୍ଭ କରିବେ ନୀରଜ ଚୋପ୍ରା

ଭୁବନେଶ୍ୱର,୦୭/୦୫: ଅଲିମ୍ପିକ୍ସ  ଚାମ୍ପିଅନ ନୀରଜ ଚୋପ୍ରା ୨୦୨୪ର ପ୍ରଥମ  ଡାଏମଣ୍ଡ ଲିଗ୍‌ ଯାତ୍ରା ଏସୀୟ କ୍ରୀଡ଼ାରେ  ରୌପ୍ୟ ବିଜେତା କିଶୋର ଜେନାଙ୍କ ସହ  ଆରମ୍ଭ କରିବାକୁ ଯାଉଛନ୍ତି । ଆସନ୍ତା ୧୦  ତାରିଖରେ ଦୋହା ଡାଏମଣ୍ଡ ଲିଗ୍‌ । ଏଥିପାଇଁ  ଏଣ୍ଟ୍ରି ତାଲିକା ପ୍ରକାଶ ପାଇଛି । ନୀରଜଙ୍କ  ସହ ଏହି ତାଲିକାରେ ରହିଛନ୍ତି ଜାପାନର  ରଡେରିକ ଜେନକି ଡିନ, ଫିନ୍‌ଲାଣ୍ଡର ଓଲିଭର  ହେଲାଣ୍ଡର, କିଶୋର ଜେନା, ମଲଡୋଭାର  ଆଡ୍ରିଆନ ମାରଡାରେ, ଲିଥୁଆନିଆର ଏଡିସ  ମାତୁସେଭିସିୟସ, ଗ୍ରେନାଡାର ଆଣ୍ଡରସନ  ପିଟର୍ସ, ଆମେରିକାର କଟିସ ଥମ୍ପସନ,  ଚେକ ଗଣରାଜ୍ୟର ଜାକୁବ ଭାଦଲେଜଚ  ଏବଂ ଜର୍ମାନୀର ଜୁଲିଆନ ୱେବର । 

ଦୋହାରେ ୯୦ ମିଟର ମାର୍କ ଅତିକ୍ରମ  କରିବାର ରେକର୍ଡ ରହିଛି । ତେଣୁ ଯାହା  ଆଶା କରାଯାଉଛି ନୀରଜ ଓ କିଶୋର  ଏଥର ଏହି କ୍ଲବରେ ସାମିଲ ହେବେ ।  ପୂର୍ବରୁ ଉଭୟ ପ୍ୟାରିସ ଅଲିମ୍ପିକ୍ସକୁ  ଯୋଗ୍ୟତା ହାସଲ କରିସାରିଛନ୍ତି । ନୀରଜଙ୍କ  ଶ୍ରେଷ୍ଠ ପ୍ରଦର୍ଶନ ୮୯.୯୪ ମିଟର ଏବଂ  କିଶୋରଙ୍କ ୮୭.୫୪ ମିଟର ରହିଛି ।  ବିଶ୍ୱର ଶ୍ରେଷ୍ଠ ୧୦ ତାରକା ଜାଭେଲିନ  ଫିଙ୍ଗାଳିଙ୍କ ମଧ୍ୟରେ ଦୋହାରେ କଡ଼ା ପ୍ରତିଦ୍ୱନ୍ଦ୍ୱିତା  ହେବ । ଏହି ତାଲିକାରେ ଭାରତରୁ ୨ ଜଣ  ସାମିଲ ରହିବା କମ୍‌ ଗୌରବର କଥା ନୁହେଁ ।  ଆସନ୍ତା ୧୦ ତାରିଖରେ ପ୍ରତିଯୋଗିତା ଭାରତୀୟ  ସମୟ ରାତି ୧୦ଟା ୧୨ ମିନିଟରୁ ଆରମ୍ଭ ହେବ ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.