ପ୍ରମୁଖ ଖବର
  • ବଡଦେଉଳରେ ଅଘଟଣ, ଗରମ ଡ଼ାଲି ପଡି ଦୁଇଜଣ ବୋଝିଆ ଗୁରୁତର
  • ||
  • ବିଜେପିରୁ ଇସ୍ତାଫା ଦେଲେ ବାସନ୍ତି ମଲ୍ଲିକ
  • ||
  • ଛତ୍ରପୁର ଉପ-ଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ପ୍ରାର୍ଥିପତ୍ର ଦାଖଲ କଲେ ବିଜେଡି ସୁପ୍ରିମୋ ନବୀନ ପଟ୍ଟନାୟକ
  • ||
  • ଗଞ୍ଜାମରେ ପହଞ୍ଚିଲେ ବିଜେଡି ସୁପ୍ରିମୋ ନବୀନ ପଟ୍ଟନାୟକ, ତାରାତାରିଣୀଙ୍କ ଦର୍ଶନ ପରେ ପ୍ରାର୍ଥିପତ୍ର ଦାଖଲ କରିବେ
  • ||
  • 'କେଜରିୱାଲଙ୍କ ଗିରଫ ବେଆଇନ୍': ମଙ୍ଗଳବାର ସୁପ୍ରିମ୍‌କୋର୍ଟରେ ଆବେଦନର ଶୁଣାଣି
  • ||
  • ସନ୍ଦେଶଖାଲି ମାମଲା: ସିବିଆଇ ଯାଞ୍ଚ ରୋକ୍‌ ନେଇ ଜୁଲାଇରେ ସୁପ୍ରିମକୋର୍ଟ ଶୁଣାଣି
  • ||
  • ହାଇୱା ଧକ୍କାରେ ଯୁବକ ମୃତ, କ୍ଷତିପୂରଣ ଦାବିରେ ଟାୟାର ଜାଳି ରାସ୍ତା ଅବରୋଧ
  • ||
  • ସୀମାନ୍ତ ଛତିଶଗଡ ନାରାୟଣପୁର ଜିଲ୍ଲାରେ ମୁହାଁମୁହିଁ ପୋଲିସ ଓ ମାଓବାଦୀ, ଟଳିଲେ ୪ ନକ୍ସଲ
  • ||
  • ବିଧାୟକ ଦେବୀ ପ୍ରସାଦ ମିଶ୍ରଙ୍କର ଶୋଭାଯାତ୍ରା ଯାଉଥିବା ବେଳେ ବଡ଼ମ୍ବା ନିକଟରେ ଦୁର୍ଘଟଣା, ୩ ଆହତ
  • ||
  • ୨୦ ହଜାର କନିଷ୍ଠ ଶିକ୍ଷକ ନିଯୁକ୍ତି ମାମଲା: ଶୁଣାଣି ଶେଷ, ରାୟ ସଂରକ୍ଷିତ
  • ||
  • ଟାଇଁ ଟାଇଁ ଖରା: ସକାଳୁ ୮ଟା ୩୦ ସୁଦ୍ଧା ତତଲା ସହର ପାଲଟିଲା ବାରିପଦା, ପାରଦ ଡେଇଁଲା ୩୮ଡିଗ୍ରୀ
  • ||
  • ବିଜୁ ପଟ୍ଟନାୟକ ଏୟାପୋର୍ଟରୁ ୭୫ ଲକ୍ଷର ନଗଦ ଟଙ୍କା ଜବତ, ଦୁଇ ଅଟକ
  • ||
  • ତାତି ଯନ୍ତ୍ରଣା ଆହୁରି ୧୦ ଦିନ: ଦୁଇ ଦିନ ପାଇଁ ରେଡ୍‌ ୱାର୍ଣ୍ଣିଂ, ମେ' ୨ରେ ଉପକୂଳରେ ସାମାନ୍ୟ କମିପାରେ
  • ||

ଉତ୍ତର ୟୁକ୍ରେନୀୟ ସହର ଚେର୍ନିହାଇଭରେ ମିସାଇଲ୍‌ ମାଡ଼ କଲା ଋଷ, ୯ ଜଣଙ୍କ ମୃତ୍ୟୁ

କିଭ୍: ଦୁଇ ବର୍ଷରୁ ଅଧିକ ସମୟ ଧରି ଋଷିଆ-ୟୁକ୍ରେନ୍ ଯୁଦ୍ଧ ଜାରି ରହିଛି । ତଥାପି ଥମିନାହିଁ ଧ୍ବଂସର ତାଣ୍ଡବ । ଋଷର ଘନଘନ ମିସାଇଲ ମାଡ଼ରେ  ଛାରଖାର ହୋଇଯାଇଛି ୟୁକ୍ରେନ୍‌ । ଅନେକ ସହର ନିଜର ଅସ୍ତିତ୍ବ ହରାଇବାକୁ ବସିଥିବା ବେଳେ ଶହ ଶହ ଲୋକ ଜୀବନ ହରାଇଛନ୍ତି । ଆଜି ପୁଣି ଥରେ ଉତ୍ତର ୟୁକ୍ରେନୀୟ ସହର ଚେର୍ନିହାଇଭରେ ଲଗାତାର ୩ଟି ମିସାଇଲ ମାଡ଼ କରିଛି ଋଷିଆ । ଏଥିରେ ବ୍ୟାପକ କ୍ଷୟକ୍ଷତି ଘଟିଥିବା ବେଳେ ୯ ଜଣଙ୍କ ଜୀବନ ଯାଇଥିବା ନେଇ ସ୍ଥାନୀୟ ନେତା ଭାୟାଚେସଲାଭ ଚାଉଜ ସୂଚନା ଦେଇଛନ୍ତି । ଋଷ ଅଧୀକୃତ କ୍ରିମିୟାରେ ୟୁକ୍ରେନ ଆକ୍ରମଣ କରିବାର କେଇ ଘଣ୍ଟା ପରେ ଚେର୍ନିହାଇଭରେ ମିସାଇଲ ଆକ୍ରମଣ ହୋଇଛି । 

ଋଷିଆର ଏହି ଭୀଷଣ ଆକ୍ରମଣ ପରେ ୟୁକ୍ରେନ ରାଷ୍ଟ୍ରପତି ଭୋଲଦିମିର ଜେଲେନ୍ସକି ସୋସିଆଲ ମିଡିଆରେ ଲେଖିଛନ୍ତି, ‘ହୁଏତ ମୃତ୍ୟୁ ସଂଖ୍ୟା ଆହୁରି ବଢ଼ିପାରେ । ଯଦି ୟୁକ୍ରେନ ପାଖରେ ପର୍ଯ୍ୟାପ୍ତ ସଂଖ୍ୟକ ଏୟାର ଡିଫେନ୍ସ ଥାଆନ୍ତା   ତେବେ ଚେର୍ନିହାଇଭରେ ଏଭଳି ଆକ୍ରମଣ କରିପାରି ନଥନ୍ତା ଋଷ । ଯଦି ସମଗ୍ର ବିଶ୍ବ ଋଷର ଆତଙ୍କବାଦକୁ ପ୍ରତିହତ କରିବାକୁ ପ୍ରତିବଦ୍ଧତା ଦେଖାନ୍ତେ ତେବେ ଏଭଳି ଘଟିବ ନାହିଁ ।’

 ଆଜି ଋଷୀୟ ସେନା ୮ ମହଲା ବିଶିଷ୍ଟ ଏକ ବିଲ୍ଡିଂକୁ ଟାର୍ଗେଟ କରିଥିଲା । ଜନବହୁଳ ଅଞ୍ଚଳରେ ଥିବା ଏହି ବିଳ୍ଡିଂରେ ଋଷିଆ ମିସାଇଲ ମାଡ଼ କରିଛି ବୋଲି ଚେର୍ନିହାଇଭର କାମଚଳା ମେୟର, ଓଲେକଜାଣ୍ଡର ଲୋମାକୋ କହିଛନ୍ତି । ସେପଟେ ଚେର୍ନିହାଇଭରେ ହସ୍ପିଟାଲର ମୁଖ୍ୟଙ୍କ ଅନୁସାରେ, ୧୮ରୁ ଅଧିକ ଆହତଙ୍କୁ ଚିକିତ୍ସା କରାଯାଉଛି । ଅନ୍ୟ କେତେକ ଆହତଙ୍କୁ ଭିନ୍ନ ଭିନ୍ନ ହସ୍ପିଟାଲରେ ଭର୍ତ୍ତି କରାଯାଇଛି । କିଭ୍‌ରୁ ପ୍ରାୟ ୧୫୦ କିଲୋମିଟର ଦୂରରେ ଥିବା ଐତିହାସିକ ସହର ଚେର୍ନିହାଇଭରେ ମିସାଇଲ୍ ମାଡ଼ ବେଳର ଭିଡିଓ ମଧ୍ୟ ସୋସିଆଲ ମିଡିଆରେ ଭାଇରାଲ ହୋଇଛି । ପ୍ରଚଣ୍ଡ ଶବ୍ଦ କରି ଗୋଟିଏ ପରେ ଗୋଟିଏ ମିସାଇଲ ସିଟି ବିଲ୍ଡିଂରେ ମାଡ ହେଉଥିବା ବେଳେ ଲୋକମାନେ କିଭଳି ଭୟରେ ଭୂମିରେ ଶୋଇଯାଉଛନ୍ତି ସେନେଇ ଏହି ଭାଇରାଲ ଭିଡିଓରେ ଦେଖିବାକୁ ମିଳିଛି ।

ଅନ୍ୟପକ୍ଷରେ ୨୦୨୨ ଫେବୃଆରୀ ମାସରେ ୟୁକ୍ରେନ ଉପରେ ଆକ୍ରମଣ କରିଥିବା ଋଷ ସାଧାରଣ ଲୋକଙ୍କୁ ଟାର୍ଗେଟ କରୁନାହିଁ ବୋଲି କହିଆସିଛି । ହେଲେ ଯୁଦ୍ଧ ଆରମ୍ଭ କରିବା ପାଖରୁ ଦୀର୍ଘ ୨ ବର୍ଷ ହେଲା ୟୁକ୍ରେନରେ ହଜାର ହଜାର ମିସାଇଲ ମାଡ଼ କରିଛି ଋଷିଆ । ଆଉ ଏହି ଆକ୍ରମଣରେ ଅନେକ ଗାଁ, ସହର ଶିକାର ହୋଇଛି । ଫଳରେ ଶହ ଶହ ସାଧାରଣ ଲୋକଙ୍କ ଜୀବନ ମଧ୍ୟ ଯାଇଛି । 

 

  • Russia
  • Russia Military
  • News7 Is Now On WhatsApp Join And Get Latest News Updates Delivered To You Via WhatsApp

    Copyright © 2024 - Summa Real Media Private Limited. All Rights Reserved.