ପ୍ରମୁଖ ଖବର
  • କଂଗ୍ରେସର ୪୦ ଜଣିଆ ଷ୍ଟାର ପ୍ରଚାର, ତାଲିକାରେ ବହୁ ହେବିଓ୍ବେଟ୍
  • ||
  • ଜୟପୁରରେ ପହଞ୍ଚିଲେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ, ଆରମ୍ଭ କରିବେ ପ୍ରଚାର
  • ||
  • ଭୁବନେଶ୍ୱରରେ ପହଞ୍ଚିଲେ କେନ୍ଦ୍ରମନ୍ତ୍ରୀ ଏସ୍‌ ଜୟଶଙ୍କର
  • ||
  • ରାଜଧାନୀରେ ଯୁବତୀଙ୍କ ଝୁଲନ୍ତା ମୃତଦେହ ଉଦ୍ଧାର, ରୁମ୍‌ରେ ଥିବା ଅନ୍ୟ ଜଣେ ଯୁବତୀ ଫେରାର
  • ||
  • ବ୍ରହ୍ମଗିରି ଆସନରୁ ନାମାଙ୍କନ ପତ୍ର ଦାଖଲ କରିବେ ବିଜେପି ପ୍ରାର୍ଥୀ ଉପାସନା ମହାପାତ୍ର
  • ||
  • କଂଗ୍ରେସ ପୁରୀ ଲୋକସଭା ପ୍ରାର୍ଥୀ ସୁଚରିତା ମହାନ୍ତ ଫେରାଇଲେ ଟିକେଟ୍
  • ||
  • ଓଡ଼ିଶା ଆସୁଛନ୍ତି କେନ୍ଦ୍ରମନ୍ତ୍ରୀ ଜୟଶଙ୍କର, ୫ରେ ପୁଣି ଆସିବେ ଜେପି ନଡ୍ଡା
  • ||
  • ଶନିବାର ୪ ଜିଲ୍ଲାରେ ପ୍ରଚାର କରିବେ ନବୀନ, ସକାଳ ସାଢ଼େ ୧୦ଟାରୁ ସନ୍ଧ୍ୟା ୬ଟା ପର୍ଯ୍ୟନ୍ତ କମ୍ପିବ ମଇଦାନ୍
  • ||
  • IPL 2024: ଚିନ୍ନାସ୍ୱାମୀରେ ବେଙ୍ଗାଲୁରୁକୁ ଭେଟିବ ଗୁଜରାଟ, ଦେଖିବାକୁ ମିଳିବ ରୋଚକ ଲଢ଼େଇ
  • ||
  • ତାତିରେ ଲାଗିବ ବ୍ରେକ୍: ଆଜିଠୁ ଉପକୂଳ, ୭ରୁ ସାରା ଓଡ଼ିଶାରେ ଖସିବ ପାରଦ, ୧୨ ଯାଏଁ ବିକ୍ଷିପ୍ତ ବର୍ଷା ଆଶାଙ୍କା
  • ||

ସଂଜୟ ଲୀଲା ଭଂସାଲୀଙ୍କ ‘ହୀରାମଣ୍ଡି’କୁ ନେଇ ଚର୍ଚ୍ଚା, ସେଟ୍‌ ନିର୍ମାଣରେ ଲାଗିଥିଲେ ୭୦୦ କାରିଗର

ମୁମ୍ବାଇ ୨୫/୦୪: ସଂଜୟ ଲୀଲା ଭଂସାଲୀଙ୍କ ୱେବ୍‌ ସିରିଜ୍‌ ‘ହୀରାମଣ୍ଡି’କୁ ନେଇ ଏବେ ଚର୍ଚ୍ଚା । ଏହା ଜରିଆରେ ଡିଜିଟାଲ ଦୁନିଆରେ ଏଣ୍ଟ୍ରି କରିବାକୁ ଯାଉଛନ୍ତି ଭଂସାଲୀ । ଫିଲ୍ମର କାହାଣୀ ପାଇଁ ଭଂସାଲୀ ଯେତିକି ପରିଶ୍ରମ କରନ୍ତି,ସେଟ୍‌ ନିର୍ମାଣ, କଳାକାରଙ୍କ ଲୁକ୍‌, ପୋଷାକପତ୍ର ଓ ଗହଣାରେ ମଧ୍ୟ ସେତିକି ସମୟ ଦିଅନ୍ତି ।  ସବୁକିଛି ପର୍‌ଫେକ୍ଟ ନ ହେବା ପର୍ଯ୍ୟନ୍ତ ସେ ଶାନ୍ତିରେ ବସନ୍ତି ନାହିଁ କି ଟିମ୍‌କୁ ବସାଇ ଦିଅନ୍ତି ନାହିଁ । ‘ହୀରାମଣ୍ଡି’ ପାଇଁ ସେ ଅତି ଛୋଟ ଛୋଟ କଥାକୁ ବି ଧ୍ୟାନ ଦେଇଛନ୍ତି । ଶୋ’ର ଫାର୍ଷ୍ଟ ଲୁକ୍‌ରୁ ଏହା ବେଶ ଭଲଭାବେ ଜଣାପଡ଼ିଛି । 

ଫିଲ୍ମରେ ଭଂସାଲୀ ଯେଉଁଭଳି ଭାବେ ଭାରତୀୟ ସଂସ୍କୃତି ଓ ଐତିହ୍ୟକୁ  ପରଦାରେ ଉତାରିବାକୁ ଚେଷ୍ଟା କରନ୍ତି, ଦର୍ଶକଙ୍କ ମୁହଁରୁ ଆପଣାଛାଏଁ ଭବ୍ୟ  ଶବ୍ଦ ବାହାରିଆସେ । ‘ହୀରାମଣ୍ଡି’ ମାମଲାରେ ଭଂସାଲୀ ନିଜ ସୀମାଠୁ ବି  ଟପିଯାଇଛନ୍ତି । 

ସେ କହିଛନ୍ତି, ଏହାର ସେଟ୍‌ ତାଙ୍କ ଜୀବନର ସବୁଠୁ ବଡ଼  ସେଟ୍‌ । ଏକ ସାକ୍ଷାତକାରରେ ସେ ‘ହୀରାମଣ୍ଡି’ର ସେଟ୍‌ ବିଷୟରେ ଅନେକ ମଜାଦାର ତଥ୍ୟ ଦେଇଛନ୍ତି । ସେଟ୍‌ର ଅବଧାରଣା ପ୍ରସ୍ତୁତ କରିବାକୁ ତାଙ୍କୁ ପ୍ରାୟ ୧୮ ବର୍ଷ ସମୟ ଲାଗିଛି । ଏହି ସେଟ୍‌ରେ ମଲ୍ଲିକାଜାନ୍‌ (ମନୀଷା କୋଇରାଲା)ଙ୍କ ପ୍ରାସାଦ ରହିଛି,  ଯିଏ ‘ହୀରାମଣ୍ଡି’ର ସବୁଠୁ ପ୍ରଭାବଶାଳୀ ବେଶ୍ୟା । ତାଙ୍କୁ ଟକ୍କର ଦେଉଥିବା  ଫରୀଦନ (ସୋନାକ୍ଷୀ ସିହ୍ନା)ଙ୍କ ଗ୍ରାଣ୍ଡ୍‌ କ୍ୱାର୍ଟର ମଧ୍ୟ ଏଥିରେ ସାମିଲ । 

ସେଟ୍‌ରେ  ଏକ ବଡ଼ ଧଳା ମସ୍‌ଜିଦ ଓ ବିଶାଳ ହଲ୍‌ ରହିଛି, ଯେଉଁଠି ଅନେକ ସୁନ୍ଦର  ଜଳ ଫୁଆରା ରହିଛି । ଏହି ସେଟ୍‌କୁ ପ୍ରାୟ ୭୦୦ କାରିଗର ପ୍ରସ୍ତୁତ କରିଛନ୍ତି ।  ଏଥିରେ ଦୋକାନ କୋଠା ଓ ହମାମ ବି ଅଛି । ଭଂସାଲୀଙ୍କ ଦୂରଦୃଷ୍ଟିରେ  ନିର୍ମିତ ଏହି ସେଟ୍‌ରେ ଲାଗିଥିବା ଝୁମର୍‌ ଓ କାଠ କବାଟ ହାତରେ ତିଆରି  ହୋଇଛି । ୧୯୩୦-୪୦ ଦଶକର କାଠ ସାମଗ୍ରୀ ବି ସେଟ୍‌ରେ ଅଛି । ଏହାକୁ  ଅହମଦାବାଦର ଏକ ଆଣ୍ଟିକ୍‌ ଦୋକାନରୁ  କିଣାଯାଇଛି । 

ଭଂସାଲୀ କହିଛନ୍ତି,  ଭଲ ସେଟ୍‌ ନିର୍ମାଣ ଲାଗି  ଦାୟିତ୍ୱ ଓ ଭଲପାଇବା  ଜରୁରି । ଆସନ୍ତା  ମେ’ ୧ ତାରିଖରେ  ନେଟ୍‌ଫ୍ଲିକ୍ସରେ ମୁକ୍ତିଲାଭ କରିବ ‘ହୀରାମଣ୍ଡି’ । ଏଥିରେ ମନୀଷା ଓ  ସୋନାକ୍ଷୀଙ୍କ ସହିତ  ଅଦିତି ରାଓ ହୈଦରୀ,  ସଂଜୀଦା ଶେଖ୍‌, ଋଚା  ଚଡ୍‌ଢା, ଫରଦୀନ  ଖାନ ଓ ଶେଖର ସୁମନ  ଅଭିନୟ କରିଛନ୍ତି ।  ୧୯୪୦ ମସିହାର  କୋଠା ପ୍ରଥା ଏଥିରେ  ପ୍ରଦର୍ଶିତ ହୋଇଛି ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.