ପ୍ରମୁଖ ଖବର
  • ଦିଲ୍ଲୀ ଏନସିଆରର ୫୦ରୁ ଉର୍ଦ୍ଧ୍ଵ ସ୍କୁଲରେ ଖଞ୍ଜା ହୋଇଛି ବମ୍ ! ଧମକପୂର୍ଣ୍ଣ ଇମେଲ୍ ଆସିବା ପରେ ଚାରିଆଡ଼େ ଚାଞ୍ଚଲ୍ୟ
  • ||
  • ଶ୍ରମିକ ଦିବସ; ଦୁର୍ଦ୍ଦିନରେ ଘରୋଇ ସହାୟିକା, ସରକାରୀ ସହାୟତାରୁ ହେଉଛନ୍ତି ବଞ୍ଚିତ
  • ||
  • ବିଜେଡି ବିଧାୟକ ପ୍ରାର୍ଥୀ ସୁଶାନ୍ତଙ୍କ ନାଁରେ ୮ କୋଟିର ଅସ୍ଥାବର ସମ୍ପତ୍ତି; ସ୍ତ୍ରୀଙ୍କ ନାଁରେ ୧୬ କୋଟିର ସମ୍ପତ୍ତି, ୧୫୦ ଗ୍ରାମ ସୁନା
  • ||
  • ବିଳମ୍ୱ ହେବ ମାଟ୍ରିକ୍ ପରୀକ୍ଷା ଫଳ ପ୍ରକାଶନ, ଧିମେଇଛି ଡିଜିଟାଲ ସାର୍ଟିଫିକେଟ୍ ପ୍ରସ୍ତୁତି କାମ
  • ||
  • ବଡ଼ବିଲ : କୂଅରୁ ଯୁବକଙ୍କ ମୃତଦେହ ଉଦ୍ଧାର, ପରିଚୟ ଅସ୍ପଷ୍ଟ
  • ||
  • ସାଲେପୁର : ଟ୍ରାକ୍ଟର ତଳେ ଚାପିହୋଇ ଶ୍ରମିକଙ୍କ ମୃତ୍ୟୁ, ଡ୍ରାଇଭର ସମେତ ୪ ଆହତ
  • ||
  • ଅଗ୍ନିକୁଣ୍ଡ ପାଲଟିଲା ସାରା ରାଜ୍ୟ, ୬ରୁ ଆଶ୍ୱସ୍ତି... ୭ରେ ବର୍ଷା
  • ||
  • ୧୧୪ ଡିଗ୍ରୀ ଫାରେନହାଇଟ୍‌ରେ କଲବଲ, ଅଂଶୁଘାତର ଶିକାର ହୋଇ ୩୦ଜଣ ହସ୍ପିଟାଲ ଗଲେ
  • ||

କାଶୀପୁରର ବିଭିନ୍ନ ସ୍ଥାନରେ ମହା ଆଡମ୍ବରରେ ଶ୍ରୀରାମ ନବମୀ ପାଳିତ

କାଶୀପୁର - କାଶୀପୁର ବ୍ଲକ ସଦର ଏବଂ ଟିକିରି , ମୁଣ୍ଡା ଗାଁ ଭଳି ସ୍ଥାନ ଗୁଡ଼ିକରେ ମହା ଆଡମ୍ବରରେ ଶ୍ରୀରାମ ନବମୀ ପାଳିତ ହୋଇ ଯାଇଛି। ମର୍ଯ୍ୟାଦା ପୁରୁଷ ଶ୍ରୀରାମଙ୍କ ଜୟନ୍ତୀ ପାଳନ ଅବସରରେ କାଶୀପୁର ଏବଂ ଟିକିରି ସ୍ଥିତ ହନୁମାନଗିରି ରାମ ମନ୍ଦିରରେ ଯଜ୍ଞ ସହ ସ୍ୱତନ୍ତ୍ର ପୂଜାର୍ଚ୍ଚନା କରାଯାଇ ଥିଲା। ଗୌରୀକ ତୋରଣରେ ସହରକୁ ସୁସଜ୍ଜିତ କରିବା ସହିତ ଶ୍ରଦ୍ଧାଳୁଙ୍କ ଜୟ ଶ୍ରୀରାମ ଧ୍ୱନି ଗଗନ ପବନ ପ୍ରକମ୍ପିତ ହୋଇ ଉଠି ଥିଲା। 

ଟିକିରି ଯୁବସଙ୍ଘ ଏବଂ ଶ୍ରୀରାମ ସେନା ପକ୍ଷରୁ ଶ୍ରୀରାମ ରଥ ପରିକ୍ରମା ଏବଂ ଜାମୁଗୁଡା ଠାରୁ ଗୋକୁଳମୁଣ୍ଡ ପର୍ଯ୍ୟନ୍ତ ଶୋଭାଯାତ୍ରା କରାଯାଇ ଥିଲା। ବହୁ ସଂଖ୍ୟାରେ ଶ୍ରଦ୍ଧାଳୁ ଏଥିରେ ସାମିଲ ହୋଇ ଥିଲେ। କାଶୀପୁର ବ୍ଲକ ସଦରରେ ମଧ୍ୟ ନବମୀ ପାଳିତ ହୋଇଛି। ଟିକିରି ହନୁମାନ ଗିରି ଠାରେ ଥିବା ଶ୍ରୀରାମ ମନ୍ଦିରରେ ସ୍ୱତନ୍ତ୍ର ପୂଜାର ବ୍ୟବସ୍ଥା କରାଯାଇ ଥିଲା। ରାଜେସ ସାହୁ, ପ୍ରଫୁଲ୍ଲସାହୁ, ଗଣେଶ ସାହୁ, ଇନ୍ଦ୍ରଜିତ ସାହୁ, ପବିତ୍ର ସାହୁ, ନବୀନ ସାହୁ , ପ୍ରତାପ ସାହୁ ପ୍ରମୁଖ ଏହାର ପରିଚାଳନା କରିଥିଲେ। ଏହି ଉପଲକ୍ଷେ କାଶୀପୁର ଏବଂ ଟିକିରି ସ୍ଥିତ ସରସ୍ୱତୀ ଶିଶୁ ବିଦ୍ୟା ମନ୍ଦିରର ଶିଶୁ ମାନଙ୍କ ମଧ୍ୟରେ ଶ୍ରୀରାମ ବେଶ ପ୍ରତିଯୋଗିତାର ଆୟୋଜନ କରାଯାଇ ଥିଲା।

 

 

 

 

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.