ପ୍ରମୁଖ ଖବର
  • ଭୁବନେଶ୍ୱର : ଅନ୍‌ଲାଇନ୍‌ ଟ୍ରେଡିଂ ନାଁରେ ୬୧ ଲକ୍ଷ ଠକେଇ, ମାଷ୍ଟରମାଇଣ୍ଡ୍‌ ୪ ରାଜ୍ୟରେ ମୋଷ୍ଟ୍‌ ୱାଣ୍ଟେଡ୍
  • ||
  • ଭୁବନେଶ୍ୱର : ମେ ଚତୁର୍ଥ ସପ୍ତାହରେ ମାଟ୍ରିକ୍‌ ଫଳ ! ହ୍ୱାଟସ୍‌ଆପ୍‌ରେ ପରୀକ୍ଷାର୍ଥୀ ପାଇବେ ରେଜଲ୍ଟ
  • ||
  • ନୂଆଦିଲ୍ଲୀ : ସମୂହ ଛୁଟିରେ ଏୟାର ଇଣ୍ଡିଆ ଏକ୍ସପ୍ରେସ୍‌ର ଶତାଧିକ କ୍ରିଉ ମେମ୍ଵର, ୭୦ରୁ ଅଧିକ ଉଡ଼ାଣ ବାତିଲ୍
  • ||
  • ପୁରୀ : ଶ୍ରୀମନ୍ଦିରରେ ମହାପ୍ରଭୁଙ୍କ ବନକଲାଗି, ସନ୍ଧ୍ୟା ୬ଟାରୁ ରାତି ୧୨ଟା ଦର୍ଶନ ମନା
  • ||
  • ଭୁବନେଶ୍ୱର : ଜନପଥରେ ମୋଦିଙ୍କ ରୋଡ୍‌ ସୋ', ସୁରକ୍ଷା ବ୍ୟବସ୍ଥା ଯାଞ୍ଚ କଲେ ଏସ୍‌ପିଜି, ଜଗିବେ ୫୦ ପ୍ଲାଟୁନ୍‌ ଫୋର୍ସ
  • ||
  • ଭୁବନେଶ୍ଵର : ଆଜି ୭ ଜିଲ୍ଲାରେ ନିର୍ଧୁମ ବର୍ଷିବ, ୧୦ ଯାଏ ବିସ୍ତୀର୍ଣ୍ଣ ଅଞ୍ଚଳରେ ବର୍ଷା
  • ||
  • ଭୁବନେଶ୍ଵର : ରାଜଧାନୀରେ ପୁଣି ହିଟ୍ ଆଣ୍ଡ ରନ୍, ରାସ୍ତା ପାରି ହେଉଥିବା ବେଳେ ଦମ୍ପତିଙ୍କ ଉପରେ ଚଢ଼ିଗଲା ଟ୍ରକ୍
  • ||

ଚୀନ୍ ସ୍ପେସ୍ ଷ୍ଟେସନ୍ ସହିତ ମାଡ଼ ହେଲା ମହାକାଶର ଆବର୍ଜନା, ହୋଇଗଲା ଅନ୍ଧାର

ନୂଆଦିଲ୍ଲୀ,୨୫।୪: ଚୀନ୍‌ର ମହାକାଶ ଷ୍ଟେସନ୍ ସହ ମହାକାଶର ଆବର୍ଜନା ମାଡ଼ ହେବା ଫଳରେ ତାକୁ କ୍ଷତି ହୋଇଛି। ସୋଲାର ପ୍ୟାନେଲ କ୍ଷତିଗ୍ରସ୍ତ ହୋଇଯାଇଥିଲା। ଏହି କାରଣରୁ ସ୍ପେସ୍ ଷ୍ଟେସନ୍‌ର ପାଓ୍ବାର ସପ୍ଲାଇରେ ଅଭାବ ଦେଖିବାକୁ ମିଳିତିଲା। ସେଠାରେ ଥିବା ଚୀନ୍‌ ମହକାଶ ବିଜ୍ଞାନୀ ଠିକ୍ କରିଦେଛନ୍ତି। କିନ୍ତୁ ମହାକାଶର ଆବର୍ଜନା ଏବେ ଚୀନ୍‌ର ଆଖି ଖୋଲି ଦେଇଛି। 

ଚୀନ୍ ନିଜେ ମହକାଶରେ ଆବର୍ଜନା ସୃଷ୍ଟି କରିବା ନେଇ ବଦନାମ୍ ରହିଛି, କିନ୍ତୁ ଯେତେବେଳେ ନିଜର ସ୍ପେସ୍ ଷେଟସ୍ ତିୟାନଗୋଙ୍ଗ ଉପରେ ବିପଦ ଦେଖିବାକୁ ମିଳିଲା ସେ ନିଜେ ଏବେ ସତର୍କ ହୋଇଛି। ଚୀନ୍ ୨୫ ଏପ୍ରିଲ ୨୦୨୪ରେ ନୂଆ ଆଷ୍ଟେ୍ରାନଟ୍‌ଙ୍କୁ ନିଜର ସ୍ପେସ୍ ଷ୍ଟେସନ୍ ପଠାଇଛି। ଯାହାଫଳରେ ସେଠାରେ ଥିବା ମହାକାଶଚାରୀଙ୍କୁ ଫେରାଇ ଆଣିହେବ। ଏହା ସହିତ ସ୍ପେସ୍‌ ଷ୍ଟେସନର ସଠିକ ଭାବରେ ମରାମତି କରିହେବ।

ଚାଇନା ମେଡ୍ ସ୍ପେସ୍ ଏଜେନ୍ସି (CMSA) କହିଛି ତିୟାନଗୋଙ୍ଗ ସ୍ପେସ୍‌ ଷ୍ଟେସନକୁ ଠିକ୍ କରିବା ପାଇଁ ଚୀନ୍‌ ମହାକାଶଚାରୀଙ୍କୁ ଦୁଇଥର ସ୍ପେସ୍‌ ଓ୍ବାକ୍ କରିବାକୁ ପଡିଥିଲା। ଚୀନ୍‌ର କହିବା ଅନୁସାରେ, ମହାକାଶର ଆବର୍ଜନା ଏହାର ଆଉଟପୋଷ୍ଟ ସୋଲାର ପ୍ୟାନେଲ ସହିତ ମାଡ ହୋଇଥିଲା। ଏହି କାରଣରୁ ଅଳ୍ପ ସମୟ ପାଇଁ ପାଓ୍ବାର ଲେସ୍‌ ହୋଇଥିଲା। ବିଜୁଳି ଯୋଗାଣରେ ସମସ୍ୟା ହୋଇଥିଲା। ଚୀନ୍‌ର ସ୍ପେସ୍ ଏଜେନ୍ସି ଏବେ ସ୍ପେସ୍ ଡେବରୀକୁ ନେଇ ଗହନ ଚର୍ଚ୍ଚା କରିଥିଲା। ସ୍ପେସ୍‌ ଷ୍ଟେସନ୍ ବଞ୍ଚାଇବା ପାଇଁ ନୂଆ ନୀତି ତିଆରି କରାଯାଉଛି। ଏହା ସହିତ ତାକୁ ସୁରକ୍ଷିତ ରଖିବା ପାଇଁ ନୂଆ ଟେକ୍ନୋଲୋଜି ଯୋଜନା ତିଆରି କରାଯାଇଛି।  

 

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.