ପ୍ରମୁଖ ଖବର
  • ଆଇପିଏଲ ମହାସମରରେ ପଞ୍ଜାବ କିଙ୍ଗ୍ସକୁ ଭେଟିବ ରୟାଲ୍‌ ଚ୍ୟାଲେଞ୍ଜର୍ସ, ହାରିଲେ ବିଦା
  • ||
  • ବିଏମ୍‌ସି କର୍ମଚାରୀଙ୍କୁ କଡ଼ା ନିର୍ଦ୍ଦେଶ, ଏଣିକି ବିଳମ୍ବରେ ଅଫିସ୍ ଆସିଲେ ଦରମା କାଟ୍‌
  • ||
  • ରାଜ୍ୟରେ କମ୍ପୁଛି ପ୍ରଚାର ମଇଦାନ୍, ଆଜି ଗଞ୍ଜାମ, କନ୍ଧମାଳରେ କ୍ୟାମ୍ପେନିଂ କରିବେ ନବୀନ
  • ||
  • ରାଜ୍ୟରେ ଆସନ୍ତା ୧୨ ଯାଏ ଅଧିକ ବର୍ଷା ସମ୍ଭାବନା, ୧୫ ଯାଏ ଉପକୂଳରେ ବଢ଼ିବନି ତାତି
  • ||

ବିଜେପି ପ୍ରାର୍ଥୀ ଡମ୍ବରୁ ଶୀଶାଙ୍କ ସହିତ ୮ ଜଣଙ୍କ ନାମାଙ୍କନପତ୍ର ଦାଖଲ

ମାଲକାନଗିରି,୨୫/୪ : ଆଜି ନାମାଙ୍କନ ପତ୍ର ଦାଖଲର ଶେଷ ଦିନ ଥିଲା।  ଶେଷ ଦିନରେ ବିଭିନ୍ନ ଦଳର   ୮ଜଣ ପ୍ରାର୍ଥୀ ନାମାଙ୍କନପତ୍ର ଦାଖଲ କରିଛନ୍ତି। ଚିତ୍ରକୋଣ୍ଡା ବିଧାନସଭା ନିର୍ବାଚନ ମଣ୍ଡଳୀ ଆସନ ପାଇଁ ବିଜେପି ଦଳର ପ୍ରାର୍ଥୀ ଡମ୍ବରୁ ସୀସା ବିଜେପି ନେତା ଓ କର୍ମୀ ଙ୍କ ସହିତ ବିରାଟ ଶୋଭାଯାତ୍ରାରେ ସହର ପରିକ୍ରମା କରି ଜିଲ୍ଲାପାଳଙ୍କ କାର୍ଯ୍ୟଳୟଠାରେ ପହଞ୍ଚି ଥିଲେ। ରିଟର୍ଣ୍ଣିଂ ଅଫିସର ତଥା ଅତିରିକ୍ତ ଜିଲ୍ଲାପାଳ ସୋମନାଥ ପ୍ରଧାନଙ୍କ ନିକଟରେ ଚିତ୍ରକୋଣ୍ଡା ଆସନ ପାଇଁ ନିଜର ନାମାଙ୍କନ ପତ୍ର ଦାଖଲ କରିଛନ୍ତି। 

ଠିକ ସେହିପରି ଚିତ୍ରକୋଣ୍ଡା ଆସନ ପାଇଁ ଆପ ପାର୍ଟି ପକ୍ଷରୁ ଶରତ ଚନ୍ଦ୍ର ବୁରୁଦା,ଜନତା ଦରବାର ପାର୍ଟି ପକ୍ଷରୁ ଲକ୍ଷ୍ମଣ ମାଡକାମୀ,ସ୍ୱାଧୀନ ପ୍ରାର୍ଥୀ ଭାବେ ଆଦିବାସୀ ସମାଜ ମହା ସଂଘ ପକ୍ଷରୁ ହରିବନ୍ଧୁ ଗୋଲରୀ,ସ୍ୱାଧୀନ ପ୍ରାର୍ଥୀ ଭାବେ ଘେନୁ ମୁଦୁଲି, ଅଖିଳ ଭାରତ ହିନ୍ଦୁ ମହାସଭା ପକ୍ଷରୁ  ପଦିଆ ପଡ଼ିଆମୀ  ଅତିରିକ୍ତ ଜିଲ୍ଲାପାଳ ସୋମନାଥ ପ୍ରଧାନଙ୍କ ନିକଟରେ ନାମାଙ୍କନ ପତ୍ର ଦାଖଲ କରିଛନ୍ତି। 

ସେହିପରି ମାଲକାନଗିରି ବିଧାନସଭା ନିର୍ବାଚନ ମଣ୍ଡଳୀ ଆସନ ପାଇଁ ରିପବ୍ଲିକଆନ ପାର୍ଟି ପକ୍ଷରୁ ଭଗବାନ ହନ୍ତାଳ, ସ୍ୱାଧୀନ ପ୍ରର୍ଥୀ ଭାବେ ଲଳିତ ମାଡକାମୀ ଉପଜିଲ୍ଲାପାଳଙ୍କ ନିକଟରେ ନିଜର ନାମାଙ୍କନ ପତ୍ର ଦାଖଲ କରିଛନ୍ତି। ସୂଚନାଯୋଗ୍ୟ ଯେ  ଏହାପୂର୍ବରୁ ମାଲକାନଗିରି ବିଧାନସଭା ନିର୍ବାଚନ ମଣ୍ଡଳୀ ଆସନ ପାଇଁ ୬ଜଣ ଓ ଚିତ୍ରକୋଣ୍ଡା ଆସନ ପାଇଁ ୨ଜଣ ପ୍ରାର୍ଥୀ ପତ୍ର ଦାଖଲ କରିଛନ୍ତି। ଏହି ଦୁଇଟି ଯାକ ଆସନରେ ତ୍ରିମୁଖୀ ଲଢେଇ ଜୋରଦାର ହେବ।

ଆହୁରି ପଢନ୍ତୁ : ଅଗ୍ନିବର୍ଷା : ୨ ଦିନ ପାଇଁ ରେଡ ଓ୍ବାର୍ଣ୍ଣିଂ ଜାରି

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.