ପ୍ରମୁଖ ଖବର
  • ରାଜଧାନୀରେ ଚାଞ୍ଚଲ୍ୟ, ବନ୍ଦ ଘରୁ ମିଳିଲା ବାର୍ ଡ୍ୟାନ୍ସରଙ୍କ ମୃତଦେହ ଉଦ୍ଧାର
  • ||
  • ବିଜେପି ରାଜ୍ୟ ଯୁବମୋର୍ଚ୍ଚା ସଭାପତି ଅଭିଳାଷ ପଣ୍ଡାଙ୍କୁ ଆକ୍ରମଣ ଘଟଣା: ୫ ଅଭିଯୁକ୍ତ ଗିରଫ
  • ||
  • ନୀଳଗିରି ବିଜେପିର ମିଶ୍ରଣ ପର୍ବ, ସନ୍ତୋଷ ଖଟୁଆଙ୍କ ନେତୃତ୍ୱରେ ବିଜେପିରେ ମିଶିଲେ ଶତାଧିକ ଯୁବକର୍ମୀ
  • ||
  • ଅନ୍ତିମ ଲଢ଼େଇ ପାଇଁ ପ୍ରଚାର ଶେଷ: ଶନିବାର ୫୭ ଲୋକସଭା ଆସନରେ ୯୦୪ ପ୍ରାର୍ଥୀଙ୍କର ଭାଗ୍ୟ ପରୀକ୍ଷା
  • ||
  • ଅଟୋରେ ଚୋର ଗ୍ୟାଙ୍ଗ୍‌କୁ ବୋହୁଥିଲେ ଟୁଙ୍ଗୁରୁ, ବାନ୍ଧିଲା ପୋଲିସ, ଆଜି ହେବେ କୋର୍ଟ ଚାଲଣ
  • ||
  • ଜମ୍ମୁ-କାଶ୍ମୀରରେ ସେନା-ପୁଲିସ ସଂଘର୍ଷ,୩ ଲେଫ୍ଟନାଣ୍ଟ କର୍ଣ୍ଣେଲଙ୍କ ସମେତ ୧୬ ଜଣଙ୍କ ନାମରେ ମାମଲା
  • ||
  • ନରୱେ ଚେସ୍: ପ୍ରଜ୍ଞାନନ୍ଦାଙ୍କ ଐତିହାସିକ ବିଜୟ, ବିଶ୍ୱର ୧ନଂ ଖେଳାଳି କାର୍ଲସେନଙ୍କୁ ହରାଇ ଶୀର୍ଷରେ
  • ||
  • କର୍ଣ୍ଣାଟକ ସେକ୍ସ ସ୍କାଣ୍ଡାଲ ମାମଲା, ୩୫ ଦିନ ପରେ ରେବନ୍ନାଙ୍କୁ ବାନ୍ଧିଲା SIT, କୋର୍ଟରେ ହେବ ହାଜର
  • ||
  • ଶ୍ରୀମନ୍ଦିରରେ ମହାପ୍ରଭୁଙ୍କ ୨୧ ଦିନ ଭିତର ଚନ୍ଦନ ଯାତ୍ରା, ଜୁନ୍ ୨ରେ ଜଳକ୍ରୀଡ଼ା ଏକାଦଶୀ ନୀତି
  • ||
  • ନିର୍ବାଚନ ପ୍ରଚାରରେ ଲାଗିଲା ବ୍ରେକ୍, ଶନିବାର ୬ ଲୋକସଭା ଓ ୪୨ ବିଧାନସଭା ସିଟ୍‌ରେ ମତଦାନ
  • ||
  • ନିର୍ଘାତ ତାତିରେ ଛଟପଟ: ଦିନକରେ ୩୨ ଅଂଶୁଘାତ ମୃତ୍ୟୁ ! ଜୁନ୍‌ ୧୦ ଯାଏ ଜଳିବ ପଶ୍ଚିମ ଓଡ଼ିଶା
  • ||

ଜଳଭଣ୍ଡାର ଥାଇ ମିଳୁନି ଜଳ : ମହିଳାଙ୍କ ବ୍ଲକ ଅଫିସ ଘେରାଉ, ପାଣି ଯୋଗାଇ ଦିଆ ନ ଗଲେ ଭୋଟ ବର୍ଜନ ଧମକ

ମାଲକାନଗିରି/ଚିତ୍ରକୋଣ୍ଡା, ୬/୫(ଆପ୍ର):  ଜଳଭଣ୍ଡାର ନିକଟରେ ଥାଇ  ମିଳୁ ନାହିଁ ଜଳ। ପାଣି ଗରାଏ ପାଇଁ ପ୍ରତିଦିନ ସଂଘର୍ଷ କରିବାକୁ ପଢୁଛି ବସ୍ତିର ମହିଳାମାନଙ୍କୁ। ଜଳ ବିନା ହାହା କାର ପଡିଯାଇଛି ଏସିଆ ମହାଦେଶର ଦ୍ଵିତୀୟ ବୃହତ ମାଟିବନ୍ଧ ବାଲିମେଳା ଜଳଭଣ୍ଡାର ନିକଟରେ ଥିବା ଚିତ୍ରକୋଣ୍ଡା ସହର ଓ ପଞ୍ଚାୟତରେ। ମାଲକାନଗିରି ଜିଲା ଚିତ୍ରକୋଣ୍ଡା ବ୍ଲକ ସଦର ମହକୁମାରେ ପାଣି ସମସ୍ୟାକୁ ନେଇ ମହିଳା ମାନେ ଆଜି ଗରା, ମାଠିଆ ଧରି ବିକ୍ଷୋଭ ପ୍ରଦର୍ଶନ କରି ବ୍ଲକ ଅଫିସ ରେ ତାଲା ପକାଇଛନ୍ତି। 

ଚିତ୍ରକୋଣ୍ଡାରେ ଥିବା ବାଲିମେଳା ଜଳଭଣ୍ଡାର ସହ ସିଲେରୁ ନଦୀ ବହି ଯାଇଥିଲେ ସୁଦ୍ଧା ଦୀପ ତଳ ଅନ୍ଧାର ଭଳି ଦୀର୍ଘ ବର୍ଷ ବର୍ଷ ଧରି  ପାଣି ସମସ୍ୟା ଲାଗି ରହିଛି। ଚଳିତବର୍ଷ ସମଗ୍ର ମାଲକାନଗିରି ଜିଲ୍ଲା ରେ ତାପମାତ୍ରା ୪୩ ରୁ ୪୫ଡିଗ୍ରୀ କୁ ବୃଦ୍ଧି ପାଇ ପ୍ରଚଣ୍ଡ ଖରାରେ ଲୋକେ ପାଣି ପାଇଁ ନାହିଁ ନ ଥିବା ଅସୁବିଧାରେ ସମ୍ମୁଖୀନ ହେଉଛନ୍ତି। ପାନୀୟ ଜଳର ସ୍ଥାୟୀ ସମସ୍ୟା ଦାବି କରି ଆଜି  ଚିତ୍ରକୋଣ୍ଡା ସଦର ମହକୁମା ର ୮.୯ ଓ ୧୦ ନଂ ୱାର୍ଡର ଶତାଧିକ ମହିଳା ଖାଲି ଗରା, ମାଠିଆ ଧରି ଚିତ୍ରକୋଣ୍ଡା ବ୍ଲକ ଅଫିସ ର ଗେଟରେ ତାଲା ପକାଇବା ସହ ପାନୀୟ ଜଳ ସମସ୍ୟାର ସମାଧାନ ନିମନ୍ତେ ବ୍ଲକ ଗେଟ ସମ୍ମୁଖରେ ଧାରଣା ରେ ବସିରହିଥିଲେ। ତୁରନ୍ତ ସମସ୍ୟାର ସମାଧାନ ନ ହେଲେ ଅନିର୍ଦ୍ଧିଷ୍ଟ କାଳ ପର୍ଯ୍ୟନ୍ତ ଗରା ମାଠିଆ ଧରି ବ୍ଲକ ଗେଟରେ ବସିବା ସହ ଚଳିତ ନିର୍ବାଚନରେ ଭୋଟ ବର୍ଜନ କରିବେ ବୋଲି ସେମାନେ ଧମକ ଦେଇଥିଲେ।

ଚିତ୍ରକୋଣ୍ଡାର ବିଭିନ୍ନ ୱାର୍ଡରେ ଦୀର୍ଘ ବର୍ଷ ଧରି ପାନୀୟ ଜଳର ସମସ୍ୟା  ଲାଗି ରହିଥିଲେ ମଧ୍ୟ ସମସ୍ୟାର ସମାଧାନ କରିବାରେ ବିଫଳ ହୋଇଛି ପ୍ରଶାସନ। ଚିତ୍ରକୋଣ୍ଡା ସଦର ମହକୁମାର ଦୁର୍ଗା ମନ୍ଦିର ଠାରେ ୬ ବର୍ଷ ରୁ ଉର୍ଦ୍ଧ ହେବ ନିର୍ମାଣ ଚାଲିଛି ମେଗା ଜଳ ପ୍ରକଳ୍ପ କାର୍ଯ୍ୟ। ଏହି ପାନୀୟଜଳ ପ୍ରକଳ୍ପ କାର୍ଯ୍ୟରେ କୋଟି କୋଟି ଟଙ୍କା ଖର୍ଚ୍ଚ ହୋଇ ସାରିଥିଲେ ମଧ୍ୟ ଆଜି ଯାଏଁ ତାହା କାର୍ଯ୍ୟ କାରି ହୋଇନାହି।

 ଏ ସମ୍ପର୍କ ରେ ଅନେକଥର  ଜିଲ୍ଲାପାଳଙ୍କ ଠାରୁ ଆରମ୍ଭ କରି ତହସିଲଦାର, ବିଡ଼ିଓ, ବିଧାୟକଙ୍କୁ ଅଭିଯୋଗ କରିଥିଲେ ମଧ୍ୟ କୌଣସି ସୁଫଳ ମିଳିନଥିବାରୁ ଆଜି ମହିଳା ମାନେ ଉତ୍ତ୍ୟକ୍ତ ହୋଇ ବ୍ଲକ ରେ ତାଲା ପକାଇ ଖାଲି ଗରା ମାଠିଆ ଧରି ଧରଣା ରେ ବସିଥିଲେ  । ଚିତ୍ରକୋଣ୍ଡା ଅତିରିକ୍ତ ତହସିଲଦାର ପ୍ରଶାନ୍ତ ଭତ୍ରା, ବ୍ଲକ ଜିପିଓ ହେମନ୍ତ କୁମାର ସ୍ୱାଇଁ,ଚିତ୍ରକୋଣ୍ଡା ଥାନାଧିକାରୀ ମୁକୁନ୍ଦ ମେଲେକା ଘଟଣାସ୍ଥଳରେ ପହଞ୍ଚି   ଧାରଣା ରେ ବସିଥିବା ମହିଳା ମାନଙ୍କ ସହ ଆଲୋଚନା କରି ବୁଝାଇଥିଲେ। ବ୍ଲକ ପ୍ରଶାସନ ପକ୍ଷରୁ ଯୁଦ୍ଧ କାଳୀନ ଭିତିରେ ଚିତ୍ରକୋଣ୍ଡା ସହର ର ସମସ୍ତ ବସ୍ତିକୁ ଟ୍ୟାଙ୍କର ଯୋଗେ ପାନୀୟ ଜଳ ଯୋଗାଇବାର ବ୍ୟବସ୍ଥା କରିବା ସହିତ ୯ଟି ଯାକ ୱାର୍ଡ ରେ ୯ ଟି ନଳକୂପ ଖୁବ ଶୀଘ୍ର ଖୋଳା ଯିବ ବୋଲି ପ୍ରତିଶୃତି ଦେଇ ନଳକୂପ ଖୋଳା ଗାଡି କୁ ଆଣିବା ପରେ ଆଜି ସନ୍ଧ୍ୟା ରେ ମହିଳା ମାନେ ଧରଣା ପ୍ରତ୍ୟାହାର କରିଥିବାର ଜଣା ପଡିଛି।

ଆହୁରି ପଢନ୍ତୁ : ସ୍ତ୍ରୀଙ୍କୁ ଆକ୍ରମଣ କରିବାକୁ ଯିବା ବେଳେ ଟାଙ୍ଗିଆରେ ହାଣି ହୋଇ ସ୍ୱାମୀର ମୃତ୍ୟୁ

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.