ପ୍ରମୂଖ ଖବର
  • ଲଘୁଚାପ ସକ୍ରିୟ: ଆସନ୍ତା ୪ ଦିନ ବିଭିନ୍ନ ଜିଲ୍ଲାରେ ପ୍ରବଳ ବର୍ଷା ସମ୍ଭାବନା, ସତର୍କ କରାଇଲେ ଏସ୍‌ଆରସି
  • ||

ସ୍ତ୍ରୀଙ୍କୁ ଆକ୍ରମଣ କରିବାକୁ ଯିବା ବେଳେ ଟାଙ୍ଗିଆରେ ହାଣି ହୋଇ ସ୍ୱାମୀର ମୃତ୍ୟୁ

ଫିରିଙ୍ଗିଆ,୬।୫ : କନ୍ଧମାଳ ଜିଲ୍ଲା ଫିରିଙ୍ଗିଆ ଥାନା ଭୃଙ୍ଗିଯୋଡି ପଞ୍ଚାୟତ ର ଶୁଣ୍ଢୀଗାଁ ରେ ଏକ ଅଭାବନୀୟ ଘଟଣା ଦେଖିବାକୁ ମିଳିଛ I ଜଣେ ମଦ୍ୟପ ସ୍ୱାମୀ ନିଜସ୍ତ୍ରୀ କୁ ଟାଙ୍ଗିଆ ରେ ହାଣିବା ପାଇଁ ଦୌଡୁଥିବା ବେଳେ ସେହି ଟାଙ୍ଗିଆରେ ନିଜେ ହାଣି ହୋଇ ମୃତ୍ୟୁ ଘଟିଥିବା ସୂଚନା ମିଳିଛି I ଘଟଣା ଏବେ ସାରା ଫିରିଙ୍ଗିଆ ଅଂଚଳରେ ଚର୍ଚ୍ଚାର ବିଷୟ ପାଲଟିଛି I 

ଏହି ଶୁଣ୍ଢୀଗାଁ ଗାଁ ର ନାଭି ଡିଗାଲ ଗତକାଲି ବିଳମ୍ବିତ ରାତିରେ ଅତ୍ୟଧିକ ମଦ୍ୟପାନ କରି ନିଜ ସ୍ତ୍ରୀ ଙ୍କୁ ମାଉଁସ ଭାତ ଖାଇବାକୁ ମାଗିଥିଲେ I ତାଙ୍କ ସ୍ତ୍ରୀ ମାଉଁସ ଭାତ ଦେବା ପାଇଁ ବାରଣ କରିଥିବାରୁ ଉଭୟ ସ୍ୱାମୀ ସ୍ତ୍ରୀ ଙ୍କ ମଧ୍ୟ୍ୟରେ ପାଟିତୁଣ୍ଡ ହୋଇଥିଲା I ଏଥିରେ ଉତକ୍ଷିପ୍ତ ହୋଇ ସ୍ୱାମୀ ନାଭି ଡିଗାଲ ଘରେ ଥିବା ଏକ ଟାଙ୍ଗିଆ ରେ ତାଙ୍କ ସ୍ତ୍ରୀ ଙ୍କୁ ହାଣିବା ପାଇଁ ଗୋଡ଼ାଇଥିଲେ I ସ୍ତ୍ରୀ ଜଣକ ଭୟରେ ଘରୁ ପଦାକୁ ବାହାରି ଦୌଡୁଥିବା ବେଳେ ସ୍ୱାମୀ ମଧ୍ୟ୍ୟ ତାଙ୍କୁ ଟାଙ୍ଗିଆ ଧରି ଗୋଡ଼ାଇ ଥିଲେ I ଠିକ ଏହି ସମୟରେ ନାଭିଙ୍କ ଗୋଡ଼ ଏକ ଗାତରେ ପଡିଯାଇଥିଲା । ସେ ମଧ୍ୟ୍ୟ ଟାଙ୍ଗିଆ ସହ ଗାତରେ ଝୁଣ୍ଟିହୋଇ ତଳେ ପଡିଯାଇଥିଲେ I ଫଳରେ ସେ ଧରିଥିବା ଟାଙ୍ଗିଆ ତାଙ୍କ ବେକ ପାଖରେ ବାଜି ସେ ଗୁରୁତର ଆହତ ହୋଇଥିଲେ I ପରେ ପରିବାର ଲୋକେ ତାଙ୍କୁ ମେଡିକାଲ ଆଣିବା ପାଇଁ ଏକ ଆମ୍ବୁଲାନ୍ସ ପାଇଁ ଯୋଗାଯୋଗ କରିଥିଲେ ମଧ୍ୟ୍ୟ ଦୀର୍ଘ ଚାରିଘଣ୍ଟା ପର୍ଯ୍ୟନ୍ତ କୌଣସି ଆମ୍ବୁଲାନ୍ସ ଆସିନଥିଲା I ଶେଷରେ ଏକ ଅଟୋ ଭଡାକରି ପରିବାର ଲୋକେ ତାଙ୍କୁ ଫିରିଙ୍ଗିଆ ଗୋଷ୍ଠୀ ସ୍ୱାସ୍ଥ୍ୟକେନ୍ଦ୍ର କୁ ଚିକିତ୍ସା ପାଇଁ ଆଣିଥିଲେ I ତେବେ ଚିକିତ୍ସିତ ଅବସ୍ଥାରେ ତାଙ୍କର ମୃତ୍ୟୁ ହୋଇଥିବା ବେଳେ ଅତ୍ୟଧିକ ରକ୍ତ ସ୍ରାବ ହେବାରୁ ତାଙ୍କର ମୃତ୍ୟୁ ହୋଇଥିବା ଫିରିଙ୍ଗିଆ ଡାକ୍ତରଖାନରେ ତାଙ୍କୁ ଚିକିତ୍ସା କରୁଥିବା ଡାକ୍ତର କହିଛନ୍ତି I ଘଟଣାକୁ ନେଇ ମୃତକଙ୍କ ସ୍ତ୍ରୀ ଶୁଭାଙ୍ଗି ଡିଗାଲ ଫିରିଙ୍ଗିଆ ଥାନାରେ ଏକ ଲିଖିତ ଏତଲା ଦେବାପରେ ଏଏସଆଇ କୃଷ୍ଣଚନ୍ଦ୍ର ଗୌଡ଼ ମେଡିକାଲ ରେ ପହଂଚି ଶବ ଜବତ କରିବା ସହ ଏକ ଅପମୃତ୍ୟୁ ମାମଲା ରୁଜୁ କରି ବ୍ୟବଚ୍ଛେଦ ପାଇଁ ଫୁଲବାଣୀ ଜିଲ୍ଲା ମୁଖ୍ୟ ଚିକିତ୍ସାଲୟକୁ ପଠାଇ ଦେଇଛନ୍ତି I

ଘଟଣା ବିଷୟରେ ଥାନା ଅଧିକାରୀ ଗୋପୀନାଥ ପ୍ରଧାନ ଙ୍କୁ ପଚାରିବାରୁ ପରିବାର ପକ୍ଷରୁ ହତ୍ୟା କରାଯିବା ନେଇ କୌଣସି ଅଭି ଯୋଗ ହୋଇନାହିଁ । ମୃତକଙ୍କ ସ୍ତ୍ରୀ ଦେଇଥିବା ଏତେଲା ଅନୁସାରେ ଏକ ଅପମୃତ୍ୟୁ ମାମଲା ରୁଜୁ ହୋଇଛି ଏବଂ ଘଟଣାକୁ ନେଇ ତଦନ୍ତ ଜାରି ରହିଛି I ପରବର୍ତ୍ତି ସମୟରେ ହତ୍ୟା କରାଯାଇଥିବା ନେଇ ଯଦି କିଛି ଅଭି ଯୋଗ ଆସେ ତାହେଲେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ ବୋଲି କହିଛନ୍ତି I

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.