ପ୍ରମୁଖ ଖବର
  • କଂଗ୍ରେସର ୪୦ ଜଣିଆ ଷ୍ଟାର ପ୍ରଚାର, ତାଲିକାରେ ବହୁ ହେବିଓ୍ବେଟ୍
  • ||
  • ଜୟପୁରରେ ପହଞ୍ଚିଲେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ, ଆରମ୍ଭ କରିବେ ପ୍ରଚାର
  • ||
  • ଭୁବନେଶ୍ୱରରେ ପହଞ୍ଚିଲେ କେନ୍ଦ୍ରମନ୍ତ୍ରୀ ଏସ୍‌ ଜୟଶଙ୍କର
  • ||
  • ରାଜଧାନୀରେ ଯୁବତୀଙ୍କ ଝୁଲନ୍ତା ମୃତଦେହ ଉଦ୍ଧାର, ରୁମ୍‌ରେ ଥିବା ଅନ୍ୟ ଜଣେ ଯୁବତୀ ଫେରାର
  • ||
  • ବ୍ରହ୍ମଗିରି ଆସନରୁ ନାମାଙ୍କନ ପତ୍ର ଦାଖଲ କରିବେ ବିଜେପି ପ୍ରାର୍ଥୀ ଉପାସନା ମହାପାତ୍ର
  • ||
  • କଂଗ୍ରେସ ପୁରୀ ଲୋକସଭା ପ୍ରାର୍ଥୀ ସୁଚରିତା ମହାନ୍ତ ଫେରାଇଲେ ଟିକେଟ୍
  • ||
  • ଓଡ଼ିଶା ଆସୁଛନ୍ତି କେନ୍ଦ୍ରମନ୍ତ୍ରୀ ଜୟଶଙ୍କର, ୫ରେ ପୁଣି ଆସିବେ ଜେପି ନଡ୍ଡା
  • ||
  • ଶନିବାର ୪ ଜିଲ୍ଲାରେ ପ୍ରଚାର କରିବେ ନବୀନ, ସକାଳ ସାଢ଼େ ୧୦ଟାରୁ ସନ୍ଧ୍ୟା ୬ଟା ପର୍ଯ୍ୟନ୍ତ କମ୍ପିବ ମଇଦାନ୍
  • ||
  • IPL 2024: ଚିନ୍ନାସ୍ୱାମୀରେ ବେଙ୍ଗାଲୁରୁକୁ ଭେଟିବ ଗୁଜରାଟ, ଦେଖିବାକୁ ମିଳିବ ରୋଚକ ଲଢ଼େଇ
  • ||
  • ତାତିରେ ଲାଗିବ ବ୍ରେକ୍: ଆଜିଠୁ ଉପକୂଳ, ୭ରୁ ସାରା ଓଡ଼ିଶାରେ ଖସିବ ପାରଦ, ୧୨ ଯାଏଁ ବିକ୍ଷିପ୍ତ ବର୍ଷା ଆଶାଙ୍କା
  • ||

ଅଭିନେତ୍ରୀ ତମନ୍ନା ଭାଟ୍ଟିଆଙ୍କୁ ସମନ କଲା ମହାରାଷ୍ଟ୍ର ସାଇବର ସେଲ୍‌, ଏପ୍ରିଲ ୨୯ରେ ହାଜର ହେବାକୁ ନିର୍ଦ୍ଦେଶ

ମୁମ୍ବାଇ: ବଲିଉଡ ଅଭିନେତ୍ରୀ ତମନ୍ନା ଭାଟ୍ଟିଆଙ୍କୁ ସମନ ପଠାଇଛି ମହାରାଷ୍ଟ୍ର ସାଇବର ସେଲ୍‌ । ଫେୟାରପ୍ଲେ ଆପ୍‌ରେ ଆଇପିଏଲ ପ୍ରସାରଣ କରି ଭାୟାକମ୍‌ର କୋଟି କୋଟି ଟଙ୍କା କ୍ଷତି କରିବା ଅଭିଯୋଗରେ ତାଙ୍କୁ ଏହି ସମନ କରାଯାଇଛି । ମିଳିଥିବା ସୂଚନା ଅନୁସାରେ, ତମନ୍ନା ଭାଟ୍ଟିଆଙ୍କୁ ଏପ୍ରିଲ ୨୯ରେ ସାଇବେଲ୍‌ ସେଲ କାର୍ଯ୍ୟାଳୟରେ ହାଜର ହେବାକୁ କୁହାଯାଇଛି । ତମନ୍ନାଙ୍କ ପୂର୍ବରୁ ମଙ୍ଗଳବାର ବଲିଉଡ ଅଭିନେତା ସଞ୍ଜୟ ଦତ୍ତଙ୍କୁ ପଚରା ଉଚରା ପାଇଁ ଡାକିଥିଲା ସାଇବର ସେଲ୍‌ । କିନ୍ତୁ ସେ ତଦନ୍ତ ଅଧିକାରୀଙ୍କ ସାମ୍ନାରେ ହାଜର ହୋଇନଥିଲେ । ବ୍ୟକ୍ତିଗତ କାରଣ ଦର୍ଶାଇବା ସହ ସେ ମୁମ୍ବାଇ ବାହାରେ ଥିବାରୁ ତଦନ୍ତରେ ସାମିଲ ହୋଇପାରିବେ ନାହିଁ ବୋଲି ସଞ୍ଜୟ ଦତ୍ତଙ୍କ ପକ୍ଷରୁ କୁହାଯାଇଛି । 

 ସେପଟେ ଭାୟାକମର ଅଭିଯୋଗ ଆଧାରରେ ଫ୍ଲେୟାରପ୍ଲେ ଆପ୍‌ ବିରୋଧରେ ଏଫଆଇଆର ହୋଇଥିଲା । ଏହି ମାମଲାରେ ତଦନ୍ତ ଆଗକୁ ବଢ଼ାଇବା ଲାଗି ତମନ୍ନା ଭାଟ୍ଟିଆଙ୍କୁ ସମନ କରାଯାଇଛି । ମିଳିଥିବା ସୂଚନା ଅନୁସାରେ, ମହାଦେବ ବେଟିଂ ଆପ୍‌ର ସହାୟକ ଆପ୍‌ ଫ୍ଲେୟାରପ୍ଲେ ଆପ୍‌ର ପ୍ରମୋସନ କରିଥିଲେ ତମନ୍ନା । ତାଙ୍କୁ ସାକ୍ଷି ଭାବରେ ପଚରା ଉଚରା କରିବାକୁ ଚାହୁଁଛି ସାଇବର ସେଲ । ଏହି ଆପ୍‌ର ପ୍ରମୋସନ ଲାଗି ତାଙ୍କୁ କିଏ, କାହିଁକି  ଏବଂ ତାଙ୍କୁ କେତେ ଟଙ୍କା ମିଳିଛି ଏନେଇ ଜାଣିବାକୁ ଚେଷ୍ଟା କରିବ ପୋଲିସ । 

 ଭାୟକାମ ନିଜ ଅଭିଯୋଗ ମାଧ୍ୟମରେ ଦାବି କରିଥିଲା ଯେ, ଫ୍ଲେୟାରପ୍ଲେ ଆପ୍‌ ଟାଟା ଆଇପିଏଲ ୨୦୨୩କୁ ବେଆଇନ୍‌ ଭାବରେ ପ୍ରଦର୍ଶିତ କରିଥିଲା । ଏଥିପାଇଁ ତାର ୧୦୦ କୋଟି ଟଙ୍କାର କ୍ଷତି ହୋଇଥିଲା । ସେପଟେ ଏହି ମାମଲାରେ ସାଇବର ସେଲ୍‌ ରାପର ବାଦଶାହଙ୍କ ବୟାନ ରେକର୍ଡ କରିଛି । ତେବେ ସଞ୍ଜୟ ଦତ୍ତ, ବାଦଶାହ, ତମନ୍ନା ଏବଂ ଜ୍ୟାକଲିନଙ୍କ ଭଳି ଷ୍ଟାରଙ୍କୁ ଭିନ୍ନ ଭିନ୍ନ ଆକାଉଣ୍ଟରୁ ଟଙ୍କା ଆସିଥିବା ନେଇ ସାଇବଲ୍‌ ସେଲ ଜାଣିବାକୁ ପାଇଛି । ଫ୍ଲେୟାରପ୍ଲେ ଆପ୍‌ ଭଳି ପିକାସୋ ଆପ ବିରୋଧରେ ମଧ୍ୟ ଅଭିଯୋଗ ହୋଇଛି । ଏହି ଆପ୍‌କୁ ଗୁଗଲ ଆଡରୁ ଆସୁଥିବା ଟଙ୍କା ପାକିସ୍ତାନ ଯାଉଥିବା ବୋଲି ମଧ୍ୟ ଜଣାପଡ଼ିଛି । ପାକିସ୍ତାନର ଏକ ଆକାଉଣ୍ଟକୁ ପ୍ରତିମାସ ୫-୬ କୋଟି ଟଙ୍କା ଯାଉଥିଲା ବୋଲି ଅନୁମାନ କରାଯାଉଛି । 

  • bollywood
  • News7 Is Now On WhatsApp Join And Get Latest News Updates Delivered To You Via WhatsApp

    Copyright © 2024 - Summa Real Media Private Limited. All Rights Reserved.