ପ୍ରମୁଖ ଖବର
  • ବୁଧବାର ଅରୁଣ ଗୋଭିଲ, ଗୁରୁବାର ପୁଣି ଓଡିଶା ଆସିବେ ଜେ.ପି ନଡ୍ଡା
  • ||
  • ପ୍ରଯୋଜକ ବିଜୟ ପଟ୍ଟନାୟକଙ୍କ ପରଲୋକ, ଚିକିତ୍ସାଧୀନ ଅବସ୍ଥାରେ ତ୍ୟାଗ କଲେ ଶେଷ ନିଶ୍ୱାସ
  • ||
  • ନିର୍ବାଚନ ଡ୍ୟୁଟି ସାରି ଫେରୁଥିବା ବେଳେ ଦୁର୍ଘଟଣା : ଜଣେ ଆହତ, ଅଳ୍ପକେ ବର୍ତ୍ତିଲେ ୨୦ ପୋଲିସ କର୍ମଚାରୀ
  • ||
  • ରଥଖଳା ହାଲ୍‌ଚାଲ୍‌...ଶ୍ରୀନୃସିଂହ ଚତୁର୍ଦ୍ଦଶୀ ତିଥିରେ ଗୁଜ ଅନୁକୂଳ, ଖୋଳା ହେବ ଯନ୍ତା ଗାଡ଼
  • ||
  • ସ୍ୱାତୀ ମାଲିୱାଲଙ୍କୁ ମାଡ଼ ମାମଲା: ସିଏମ୍‌ ହାଉସ୍‌ରେ ବିଭବଙ୍କୁ ନେଇ ସିନ୍‌ ରିକ୍ରିଏଟ୍‌
  • ||
  • ମଦ ନୀତି ଦୁର୍ନୀତି ମାମଲା: କେଜ୍‌ରିୱାଲଙ୍କୁ ପୁଣି ୧୪ ଦିନ ରିମାଣ୍ଡରେ ନେବାକୁ ଇଡିର ଆବେଦନ
  • ||
  • IPL ପ୍ରଥମ କ୍ୱାଲିଫାୟର ମ୍ୟାଚ୍‌ରେ ମୁହାଁମୁହିଁ ହେବେ କୋଲକାତା- ହାଇଦ୍ରାବାଦ, ରନ୍‌ ବର୍ଷା କରିବେ ବ୍ୟାଟିଂ ପାୱାର ହାଉସ୍‌
  • ||
  • ବାତ୍ୟା ହେବନି..ଅବପାତ ହୋଇ ମିଆଁମାର ଯିବ: ଜିଏଫଏସ୍
  • ||

ବିବାହିତା ମହିଳାଙ୍କ ମୃତ୍ୟୁ ରହସ୍ୟର ପର୍ଦ୍ଦାଫାସ ; ସ୍ୱାମୀ ସାଜିଲା ପିଚାଶ, ସ୍ୱାମୀ ସହ ୨ସୁପାରୀ କିଲର ଗିରଫ

ମାଲକାନଗିରି,୩୦/୪ :  ଗତ ୨୮ତାରିଖ ଦିନ ଜଙ୍ଗଲରୁ ଜଣେ ମହିଳାଙ୍କର ରକ୍ତଜୁଡୁବୁଡୁ ମୃତଦେହ ପୁଲିସ ଉଦ୍ଧାର କରି ଏହା ଏକ ହତ୍ୟାକାଣ୍ଡ ସନ୍ଦେହରେ ତଦନ୍ତ ଆରମ୍ଭ କରିଥିଲେ । ମାତ୍ର ୨୪ଘଣ୍ଟା ମଧ୍ୟରେ ବିବାହିତା ମହିଳାଙ୍କ ମୃତ୍ୟୁ ରହସ୍ୟର ପର୍ଦ୍ଦାଫାସ କରିଛି ପୋଲିସ । ମହିଳାଙ୍କ ସ୍ୱାମୀଙ୍କ ସହ ୨ସୁପାରୀ କିଲରଙ୍କୁ ପୋଲିସ ଗିରଫ କରି ସେମାନଙ୍କ ନିକଟରୁ ୧୬ହଜାର ଟଙ୍କା ଓ ୩ଟି ମୋବାଇଲ ଜବତ କରିଛି ପୋଲିସ । 

ମାଲକାନଗିରି ଜିଲ୍ଲା କୋରକୁଣ୍ଡା ଥାନାସ୍ଥ ସିଙ୍ଗରାଜକୋଣ୍ଟା ଗ୍ରାମ ନିକଟ ଜଙ୍ଗଲରୁ  ଜଣେ ମହିଳାଙ୍କ ରକ୍ତ ଜୁଡୁବୁଡୁ ମୃତଦେହ ପଡ଼ିଥିବା ଗ୍ରାମବାସୀ ଦେଖି ଥାନାକୁ ଖବର ଦେଇଥିଲେ । ମୃତ ମହିଳାଙ୍କ ନାମ ରିଙ୍କୁ ମଣ୍ଡଳ ଓ ତାଙ୍କ ଗ୍ରାମ ଏମଭି ୩୫ ବୋଲି ଜଣା ପଡିଛି । ମହିଳାଙ୍କ ମାମୁଁ ସଞ୍ଜୟ ବିଶ୍ୱାସଙ୍କ ଏତଲା ଅନୁଯାୟୀ ପୁଲିସ  ସାଇଣ୍ଟିଫିକ ଟିମ ଘଟଣାସ୍ଥଳରେ ପହଁଚି ମୃତଦେହ ଜବତ କରି ତଦନ୍ତ ଆରମ୍ଭ କରିଥିଲେ । ଏହା ଏକ ଯୋଜନା ବଦ୍ଧ ହତ୍ୟାକାଣ୍ଡ ବୋଲି ପୁଲିସ ସନ୍ଦେହ କରି ସ୍ୱତନ୍ତ୍ର ଟିମ୍ ଗଠନ କରି ଜୋରଦାର ତଦନ୍ତ ଆରମ୍ଭ କରିଥିଲେ । 

ସୂଚନା ଅନୁଯାୟୀ, ମାଲକାନଗିରି ଜିଲ୍ଲା କୋରୁକୋଣ୍ଡା ବ୍ଲକ ଅନ୍ତର୍ଗତ ଏମଭି ୩୫ଗ୍ରାମର ବିପ୍ଲବ ମଣ୍ଡଳ (୨୭) ଏବଂ ତାଙ୍କ ସ୍ତ୍ରୀ ରିଙ୍କୁ ମଣ୍ଡଳ(୨୩) ନିଜ ଗାଁରୁ ଗତ ୨୭ତାରିଖ ମାଲକାନଗିରି ସଦରକୁ କୌଣସି ଏକ କାର୍ଯ୍ୟରେ ଆସିଥିଲେ । ତା’ପରଠାରୁ ରିଙ୍କୁଙ୍କ କୌଣସି ଖବର ମିଳିନଥିଲା । ୨୮ତାରିଖରେ ରିଙ୍କୁଙ୍କ ମୃତଦେହ ଜଙ୍ଗଲରେ ପଡ଼ିଥିବା ପୁଲିସଠାରୁ ଖବରପାଇ ରିଙ୍କୁଙ୍କ ମା’ ଓ ମାମୁ ସେଠାରେ ପହଞ୍ଚିବା ପରେ ରିଙ୍କୁର ରକ୍ତ ଜୁଡୁବୁଡୁ ମୃତଦେହ ଦେଖିବାକୁ ପାଇଥିଲେ । ଏ ନେଇ ମୃତ ରିଙ୍କୁର ମାମୁ ସଞ୍ଜୟ ବିଶ୍ବାସ ମାଲକାନଗିରି ସଦର କୋରକୁଣ୍ଡା ଥାନାରେ ଲିଖିତ ଅଭିଯୋଗ କରିଥିବାବେଳେ ପୋଲିସ ମୃତଦେହ ଉଦ୍ଧାର କରି ଶବ ବ୍ୟବଛେଦ୍ଦ ପାଇଁ ପଠାଇ ତଦନ୍ତ ଆରମ୍ଭ କରିଥିଲେ। ମାତ୍ର ୨୪ଘଣ୍ଟା ମଧ୍ୟରେ ମାଲକାନଗିରି ପୁଲିସ ମହିଳାଙ୍କ ହତ୍ୟା ରହସ୍ୟର ପର୍ଦ୍ଦାଫାସ କରି ଅଭିଯୁକ୍ତଙ୍କୁ ଗିରଫ କରିବାରେ ସଫଳ ହୋଇଛି । ଶେଷରେ ସ୍ୱାମୀ ହିଁ ସାଜିଲେ ପିଚାସ, ନିଜ ସ୍ତ୍ରୀଙ୍କ ଚରିତ୍ରକୁ ସନ୍ଦେହ କରି ସୁପାରୀ କିଲର ସହିତ ସ୍ତ୍ରୀଙ୍କୁ ହତ୍ୟା କରି ଜଙ୍ଗଲରେ ଫିଙ୍ଗି ଦେଇଥିବାରୁ ପୁଲିସ ତଦନ୍ତରୁ ଜଣା ପଡ଼ିଥିଲା ।

ଗତ କିଛି ମାସ ହେଲା ସ୍ୱାମୀ ବିପ୍ଳବ ନିଜ ସ୍ତ୍ରୀର ଚରିତ୍ରକୁ ସନ୍ଦେହ କରି ଆସୁଥିଲେ । ଗତ ୨୭ତାରିଖ ନିଜ ପତ୍ନୀଙ୍କୁ ହତ୍ୟା କରିବା ପାଇଁ ବିପ୍ଳବ ଯୋଜନା କରି ମାଲକାନଗିରିକୁ ଡାକି ନେଇଥିଲେ । ଏମଭି୩ ବଜାରରେ ସେଲୁନ କରିଥିବା ଦୁଇ ଜଣ ଯୁବକଙ୍କୁ ସୁପାରୀ କିଲର ଭାବେ ବ୍ୟବହାର କରିଥିଲେ, ସେମାନଙ୍କୁ ସେ କହିଥିଲେ ରିଙ୍କୁଙ୍କୁ କଲଗାର୍ଲ ଭାବେ ଟଙ୍କା ଦେଇ ଜଙ୍ଗଲକୁ ନେଇଗଲେ ମୁ ତୁମକୁ ୫୦ହଜାର ଟଙ୍କା ଦେବି । ପ୍ରଥମେ ସେମାନଙ୍କୁ ଅଗ୍ରିମ ଭାବେ ୧୦ହଜାର ଟଙ୍କା ଦେଇଥିଲେ, ସେ ଦୁଇ ଜଣ ଯୁବକ ରିଙ୍କୁଙ୍କୁ ଫୋନ କରି ଜଙ୍ଗଲକୁ ଡାକି ନେଇଥିଲେ । ରିଙ୍କୁ ଜଙ୍ଗଲରେ ପହଁଚିବା ପରେ ବିପ୍ଳବ ଏକ ଧାରୁଆ ଧାନ କଟା ଦାରେ ନିର୍ମମ ଭାବେ ରିଙ୍କୁଙ୍କ ବେକ କାଟି ହତ୍ୟା କରି ଜଙ୍ଗଲରେ ପକାଇ ଦେଇ ପଳାଇ ଆସିଥିଲେ, ଅବଶିଷ୍ଟ ଟଙ୍କା ସେ ଦୁଇ ଜଣ ଯୁବକୁ ଦେଇଥିଲେ । 

ପୋଲିସ ଅତି ଚତୁର ତାର ସହିତ ୨୯ତାରିଖ ପ୍ରଥମେ ବିପ୍ଳବଙ୍କୁ ଗିରଫ କରି ଆଜି ଦୁଇ ସୁପାରୀ କିଲର ଏମଭି ୨୬ ଗ୍ରାମର ଜୟନ୍ତ ମଲିକ( ୨୪) ଓ ଏମଭି ୧୦ଗ୍ରାମର ଦିଲୀପ ସିଲ (୨୬)ଙ୍କୁ ଗିରଫ କରିଥିଲା । ସେମାନଙ୍କଠାରୁ ହତ୍ୟା କରାଯାଇଥିବା ଅସ୍ତ୍ର, ୪ଟି ମୋବାଇଲ ଫୋନ ଓ ୧୬ହାଜର ଟଙ୍କା ଜବତ କରିଛନ୍ତି । ହତ୍ୟା ଅଭିଯୋଗରେ ରିଙ୍କୁଙ୍କ ସ୍ୱାମୀ ବିପ୍ଳବ ମଣ୍ଡଳ, ଜୟନ୍ତ ମଲିକ, ଦିଲୀପ ସିଲଙ୍କୁ ଗିରଫ କରାଯାଇ ଆଜି ସେମାନଙ୍କୁ କୋର୍ଟ ଚାଲାଣ କରାଯାଇଥିବା ମାଲକାନଗିରି ଥାନା ଅଧିକାରୀ ରିଗନ କିଣ୍ଡୋ ସୂଚନା ଦେଇଛନ୍ତି । ନିଜ ସ୍ୱାମୀ ପତ୍ନୀଙ୍କ ଚରିତ୍ରକୁ ସନ୍ଦେହ କରି ସୁପାରୀ କିଲର ଦ୍ୱାରା ଜଙ୍ଗଲକୁ ଡକାଇ ହତ୍ୟା କରିବା ଘଟଣା ସମଗ୍ର ମାଲକାନଗିରି ଜିଲ୍ଲାରେ ମୁଖ୍ୟ ଚର୍ଚ୍ଚାର ବିଷୟ ପାଲଟିଛି ।

 

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.