ନୂଆପଡ଼ା, ୨୭।୪: ତୃତୀୟ ଦିନରେ ପ୍ରଚାର ମଇଦାନରେ ପାଣ୍ଡିଆନ୍ । ଖଡ଼ିଆଳ ରୋଡ୍ରୁ ନୂଆପଡ଼ା ୧୨ କିଲୋମିଟର ପର୍ଯ୍ୟନ୍ତ ବିରାଟ ରୋଡ୍ ସୋର ଆୟୋଜନ । ନିଜ ଭାଷଣରେ ପାଣ୍ଡିଆନ୍ କହିଛନ୍ତି, ନା ଡବଲ, ନା ସିଙ୍ଗଲ, ଓଡ଼ିଶାରେ ସବୁବେଳେ ନବୀନ ବାବୁଙ୍କ ଇଞ୍ଜିନ ଚାଲିବ । ନବୀନ ଇଞ୍ଜିନ ସବୁଠାରୁ ମଜବୁତ୍ । ଡବଲ ଇଞ୍ଜିନ ଯଦି ଏତେ ଭଲ, ତା’ହେଲେ ପଡ଼ୋଶୀ ଛତିଶଗଡ଼ରେ ବାରମ୍ବାର ଇଞ୍ଜିନ ବଦଳୁଛି କାହିଁକି ? ଆପଣଙ୍କ ଏମ୍ପି ୫ ବର୍ଷରେ କ’ଣ କରିଛନ୍ତି ? ନୂଆପଡ଼ା-ଭବାନୀପାଟଣା ଦେଖିଲେ ଜଣାପଡ଼ୁଛି ଯେ, ଆଜି ପର୍ଯ୍ୟନ୍ତ ସେହି ଦୁଇ ଲେନ୍, ରାସ୍ତା ଅବସ୍ଥା ବହୁତ ଖରାପ, ଅନେକ ପଞ୍ଚାୟତରେ ମୋବାଇଲ ନେଟ୍ୱାର୍କ ବି ନାହିଁ ବୋଲି ପାଣ୍ଡିଆନ୍ ନିଜ ଭାଷଣରେ କହିଛନ୍ତି ।
ରବିବାର ଓଡ଼ିଶା ଆସୁଛନ୍ତି ରାହୁଲ ଗାନ୍ଧୀ, ସାଲେପୁର ନିର୍ବାଚନୀ ସଭାରେ ପ୍ରଚାର ଅଭିଯାନର ଶୁଭାରମ୍ଭ କରିବେ
ନବୀନ ବାବୁଙ୍କ ବିଜୁ ଏକ୍ସପ୍ରେସ ୱେ ଦେଖନ୍ତୁ, କେନ୍ଦ୍ର ସରକାରଙ୍କ ଜାତୀୟ ରାଜପଥ ଦେଖନ୍ତୁ, ଫରକ ଜଣାପଡ଼ିବ ବୋଲି ପାଣ୍ଡିଆନ୍ କହିଛନ୍ତି । ମୁଖ୍ୟମନ୍ତ୍ରୀଙ୍କ ନିର୍ଦ୍ଦେଶରେ ଆମେ ଜିଲ୍ଲାଗସ୍ତରେ ଆସିଥିଲୁ, ମୁଖ୍ୟମନ୍ତ୍ରୀ ଆମକୁ ଆପଣଙ୍କ ଦରଖାସ୍ତ ଉପରେ କ’ଣ କାମ ହୋଇଛି ହିସାବ ଦେବାକୁ ନିର୍ଦ୍ଦେଶ ଦେଇଛନ୍ତି । ନୂଆପଡ଼ା ପାଇଁ ୧୩୧ କୋଟି ଟଙ୍କାର କାମ ହେଉଛି । କୋଭିଡ ସମୟରେ ମୁଖ୍ୟମନ୍ତ୍ରୀଙ୍କ ନିର୍ଦ୍ଦେଶରେ ପାଣ୍ଡିଆନ୍ ନୂଆପଡ଼ା ଆସିଥିଲେ । ସେ ସମୟରେ ହସ୍ପିଟାଲର ଉନ୍ନତି କଥା ବୁଝିବା ସହ ନୂଆପଡ଼ାରେ ଯୋଗେଶ୍ୱର ମନ୍ଦିର ପାଇଁ ୪ କୋଟି, ସୁନାଦେଇ ମନ୍ଦିର ପାଇଁ ୨.୬୦ କୋଟି, କୋନାବିରା ମେଗାଲିଫ୍ଟ ଜଳସେଚନ ପ୍ରକଳ୍ପ ପାଇଁ ୪୨ କୋଟି ଓ ୫ଟି ମେଗା ଲିଫ୍ଟ ପାଇଁ ୧୩୨ କୋଟି, ଘାଟିପଡ଼ାରୁ ସିନାପାଲ୍ଲୀ ବିଜୁ ଏକ୍ସପ୍ରେସ ୱେ ୨୦୮ କୋଟି, ୧୦ ହଜାର ପିଲାଙ୍କ ପାଇଁ ୯୩ଟି ଟ୍ରାଇବାଲ ହଷ୍ଟେଲ, ୩୧୦୦ ମିଶନ ଶକ୍ତି ଗ୍ରୁପକୁ ୧୩୦ କୋଟି ଟଙ୍କାର ବିନା ସୁଧରେ ଋଣ, ବିଜୁ ସ୍ୱାସ୍ଥ୍ୟ କଲ୍ୟାଣ ଯୋଜନାରେ ୮୪ ହଜାର ହିତାଧିକାରୀଙ୍କୁ ସାମିଲ କରିଥିବାବେଳେ, ୧୨ କୋଟି ଟଙ୍କା ବିନିଯୋଗରେ ନୂଆପଡ଼ା ଓ ଖଡ଼ିଆଳଠାରେ ବହୁମୁଖୀ ଇଣ୍ଡୋର ହଲ୍, ୪୨ ହଜାର ୫୦୦ କେନ୍ଦୁପତ୍ର ହିତାଧିକାରୀଙ୍କୁ ୬.୩ କୋଟି ଟଙ୍କାର ସହାୟତା, ୩୬ଟି ଆମ ବ୍ୟାଙ୍କ କାର୍ଯ୍ୟକ୍ଷମ କରାଇଥିବା ଭିକେ ପାଣ୍ଡିଆନ୍ କହିଛନ୍ତି ।
ଷ୍ଟାର୍ ପ୍ରଚାରକ ତାଲିକାରେ ରହିଲାନି ଷ୍ଟାର୍ଙ୍କ ଦବ୍ଦବା: କମିଲାଣି ଗ୍ଲାମର୍, ମିଳିଲାନି ସୁଯୋଗ