ଭୁବନେଶ୍ବର ୨୮/୪: ହେ ପ୍ରଭୁ ରକ୍ଷା କର। ପ୍ରଚଣ୍ଡ ତାତି କଲାଣି କଲବଲ। ଜଳୁଛି ସାରା ଓଡ଼ିଶ ପ୍ରତିଦନ ଭାଙ୍ଗୁଛି ତାତି ରେକର୍ଡ। ରବିବାର ସାଢ଼େ ୨ଟା ସୁଦ୍ଧା ୩୬ ଡିଗ୍ରୀରେ ଟପିଲା ପାରଦ। ଗୁଳୁଗୁଳି ସାଙ୍ଗକୁ କଲବଲ କଲା ଅସହ୍ୟ ଖରା। ଆକାଶରୁ ବର୍ଷୁଛି ନିଆଁ ପିଣ୍ଡୁଲା। ରାସ୍ତା ବାହାରୁ ହୁଲା। ଅନୁଗୁଳ ପାଲଟିଲା ସବୁଠୁ ଉତ୍ତପ୍ତ ସହରା। ୧୩ ସହରରେ ୩୩ ଡିଗ୍ରୀ ଉପରେ ତାପମାତ୍ରା ରେକର୍ଡ କଲା ଆଞ୍ଚଳିିକ ପାଣିପାଗ ବିଭଗା।
ପାଣିପାଗ ବିଭାଗ ସୂଚନା ମୁତାବିକ, ରବିବାରଜି ସକାଳ ୮ ଟା ୩୦ ସୁଦ୍ଧା ଅନୁଗୁଳରେ ସବୁଠୁ ତତଲା ସହର ପାଲଟିଛି। ଅନୁଗୁଳରେ ୩୬°,ଭବାନୀପାଟଣାରେ ୩୫.୫°,ତାଳଚେରରେ ୩୫.୪°,ବାରିପଦାରେ ୩୫.୨°,ବାଲେଶ୍ୱରରେ ୩୪.୮°,ଝାରସୁଗୁଡାରେ ୩୪.୪°,କେନ୍ଦୁଝରରେ ୩୪.୮°,ଟିଟଲାଗଡରେ ୩୪°,ଭଦ୍ରକରେ ୩୩.୫°,ଭୁବନେଶ୍ୱରରେ ୩୩.୪°,କଟକରେ ୩୩.୨°,ସମ୍ବଲପୁରରେ ୩୩.୨°,ଚାନ୍ଦବାଲିରେ ୩୩ ଡିଗ୍ରୀ କରାଯାଇଛି।