ପ୍ରମୂଖ ଖବର
  • ଆଇପିଏସ୍ ସୋନାଲି ମିଶ୍ର ଆରପିଏଫର ପ୍ରଥମ ମହିଳା ମହାନିର୍ଦ୍ଦେଶକ
  • ||
  • କୋଲାକାତା ଆଇଆଇଏମରେ ଦୁଷ୍କର୍ମ ମାମଲା, ତଦନ୍ତ ଲାଗି ଏସ୍ଆଇଟି ଗଠିତ
  • ||
  • ଭୁବନେଶ୍ୱର : ଏମ୍ସରେ ପହଞ୍ଚିଲେ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ; ଏମ୍ସର ନିର୍ଦ୍ଦେଶକଙ୍କ ସହ କରିଲେ ଆଲୋଚନା
  • ||
  • FM କଲେଜରେ ଛାତ୍ରୀଙ୍କ ଆତ୍ମହତ୍ୟା ଉଦ୍ୟମ ଘଟଣା; ପୀଡ଼ିତାଙ୍କ ପରିବାରକୁ ଭେଟିବେ ମୁଖ୍ୟମନ୍ତ୍ରୀ
  • ||
  • ରାଜ୍ୟସଭାକୁ ୪ ମନୋନୀତ, ମନୋନୀତ କଲେ ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ
  • ||
  • ବାଲେଶ୍ବର: ଟ୍ରକ୍‌ ଧକ୍କାରେ ଓଲଟି ପଡ଼ିଲା ବସ୍‌, ୨୦ରୁ ଉର୍ଦ୍ଧ୍ୱ ଗୁରୁତର
  • ||
  • ଏନ୍‌ସିଇଆର୍‌ଟି ବିଏଡ୍‌ ପ୍ରବେଶିକା ପରୀକ୍ଷା, ଆଜି ରାଜ୍ୟର ୪୪ କେନ୍ଦ୍ରରେ ୨୨ ହଜାର ଛାତ୍ରଛାତ୍ରୀ ଦେବେ ପରୀକ୍ଷା
  • ||
  • ସୋମବାର ଓଡ଼ିଶା ଆସୁଛନ୍ତି ରାଷ୍ଟ୍ରପତି: ଆଜି ପୁଲିସର କାର୍‌କେଡ୍‌ ରିହର୍ସାଲ, ଜଗିବେ ୫୦ ପ୍ଲାଟୁନ୍‌ ଫୋର୍ସ
  • ||
  • ଗାଜା ଉପରେ ଇସ୍ରାଏଲର ଭୟଙ୍କର ହମଲା, ୧୧୦ ପାଲେଷ୍ଟାନୀୟ ମୃତ
  • ||
  • ୧୬ରେ ବଙ୍ଗୋପସାଗରରେ ପୁଣି ଏକ ଘୂର୍ଣ୍ଣିବଳୟ ସମ୍ଭାବନା, ଆଜି ବର୍ଷା ନେଇ ଅଧା ଓଡ଼ିଶାକୁ ୟେଲୋ ଓ୍ବାର୍ଣ୍ଣିଂ
  • ||

ମତ୍ସ୍ୟ ବିଜ୍ଞାନ ମହାବିଦ୍ୟାଳୟରେ ୨ୟ ଭାରତୀୟ ମତ୍ସ୍ୟଚାଷର ମହାକୁମ୍ଭ,ଯୋଗ ଦେଲେ ପରିବହନ ମନ୍ତ୍ରୀ

Published By : Anindita Ratha | July 13, 2025 3:05 PM

ଗୋପାଳପୁର,୧୩/୦୭:ଗଞ୍ଜାମ ଜିଲ୍ଲା ମାଣ୍ଡିଆପଲ୍ଲୀସ୍ଥିତ ମତ୍ସ୍ୟ ବିଜ୍ଞାନ ମହାବିଦ୍ୟାଳୟରେ ଆଜି ଦ୍ୱିତୀୟ ଭାରତୀୟ ମତ୍ସ୍ୟ ଚାଷର  ମହାକୁମ୍ଭ ଅନୁଷ୍ଠିତ ହୋଇଯାଇଛି। ଏଥିରେ ମୁଖ୍ୟ ଅତିଥି ଭାବେ ଓଡ଼ିଶା ସରକାରଙ୍କ  ପରିବହନ ମନ୍ତ୍ରୀ  ବିଭୂତି ଭୂଷଣ ଜେନା ଯୋଗ ଦେଇ ଭାରତୀୟ ମତ୍ସ୍ୟ ପାଳନ ଉପରେ ଆଲୋକପାତ କରିଥିଲେ । ଏଥିସହ ମତ୍ସ୍ୟ ଚାଷ ଓ ଉତ୍ପାଦନରେ ଦେଶର ଶ୍ରେଷ୍ଠ ସ୍ଥାନରେ ସ୍ଥାନ ପାଇବା ପାଇଁ ଚେଷ୍ଟା କରିବାକୁ କହିଥିଲେ। ଆଗାମୀ ଦିନରେ ମତ୍ସ୍ୟ ବିଭାଗର ଉନ୍ନତି ନିମନ୍ତେ ସରକାରଙ୍କ ନିଆଯାଉଥିବା ପଦକ୍ଷେପ ବିଷୟରେ ଆଲୋକପାତ କରିଥିଲେ।

ଭୁବନେଶ୍ୱର ଓ ୟୁ ଏ.ଟିର କୁଳପତି ପ୍ରଫେସର ପ୍ରଭାତ କୁମାର ରାଉଳ,କଲିକତା ଆଇସିଏଆରର ନିର୍ଦ୍ଧେଶକ ଡ଼.ବସନ୍ତ କୁମାର ଦାଶ,ହାଇଦ୍ରାବାଦର ଏନଏଫଡ଼ିବିର ମୁଖ୍ୟ ନିର୍ବାହୀ ଅଧିକାରୀ ଡ଼.ବିଜୟ କୁମାର ବେହେରା,ପ୍ରଫେସର ନିରଞ୍ଜନ ପଣ୍ଡା ,ଓ ୟୁ ଏ ଟି ର ପ୍ରଫେସର ପ୍ରସଂଜିତ୍ ମିଶ୍ର,କଲେଜର ଅଧ୍ୟକ୍ଷ ପ୍ରଫେସର ସନ୍ତୋଷ କୁମାର ଉଦ୍‌ଗାତା ପ୍ରମୁଖ ମଂଚାସୀନ ଥିଲେ। ଏହି ଅବସରରେ ସଫଳ ମତ୍ସ୍ୟ ଚାଷୀ ଭାବେ ବାଲେଶ୍ଵରର ଅନନ୍ତ କୁମାର ଦଣ୍ଡପାଠ,ଜଗବନ୍ଧୁ ବାର,ଛତ୍ରପୁରର ସୁରେଶ କୁମାର ବେହେରା,ସୁକାନ୍ତ କୁମାର ପାଣିଗ୍ରାହୀ, ପୁରଶୋତ୍ତମପୂର୍ ର ତ୍ରିନାଥ ପ୍ରଧାନ ବୈଜ୍ଞାନିକ ଭାବେ ବମ୍ବେର ସି ଆଇ ଏଫ୍ ଇ ର ପୂର୍ବତନ କୁଳପତି ଜି.ଗୋପାଳ କ୍ରିଷ୍ଣନାନ ଙ୍କୁ ସ୍ମୃତି ଉପହାର ଦେଇ ସମ୍ମାନିତ କରାଯାଇଥିଲା।


Prameya Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.