ନୂଆଦିଲ୍ଲୀ: ବାଲାଂଦେଶର ଛାତ୍ର ନେତା ସରିଫ ଉସମାନ ହାଦିଙ୍କ ହତ୍ୟା ଘଟଣାରେ ଅମିତ ଶାହଙ୍କ ଉପରେ ଏକ ପ୍ରତିକ୍ରିୟା ରଖିଥିଲେ ପଶ୍ଚିମବଙ୍ଗର ପୂର୍ବତନ ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀ । ତେବେ ଏହି ଘଟଣାରେ ଉତ୍ତର ରଖିଛି ବାଲାଂଦେଶର ବୈଦେଶିକ ବ୍ୟାପାର ରାଷ୍ଟ୍ରମନ୍ତ୍ରୀ ଶାମା ଉବୈଦ ନିଜର ପ୍ରତିକ୍ରିୟା ରଖିଛନ୍ତି । ସେ କହିଛନ୍ତି କି, ଅନ୍ୟ ଦେଶର ଜଣେ ନେତାଙ୍କ ଦ୍ବାରା ନିଆଯାଇଥିବା ମନ୍ତବ୍ୟ ବାଲାଂଦେଶ ପାଇଁ ଆଲୋଚନାର ବିଷୟ ନୁହେଁ ।
ସେ କହିଛନ୍ତି କି, ହାଦିଙ୍କ ହତ୍ୟାରେ ଥିବା ସନ୍ଦିଗ୍ଧଙ୍କୁ ଫେରାଇ ଆଣିବା ପାଇଁ କୁଟନୈତିକ ମାଧ୍ୟମରେ ଭାରତ ସରକାରଙ୍କ ସହ ସିଧାସଳଖ କାମ କରୁଛୁ । ନିର୍ବାଚନ ସମୟରେ ମମତା ଦେଇଥିବା ମନ୍ତବ୍ୟ ଉପରେ ଆମେ ସେଗୁଡ଼ିକୁ ଆଲୋଚନାକୁ ନେଉନାହୁଁ । ଆମେ ହାଦିଙ୍କ ହତ୍ୟା ପାଇଁ ନ୍ୟାୟ ମାଗୁଛୁ । ଆମେ ଆଶା କରୁଛୁ କି, ହତ୍ୟାକାରୀ ଭାରତରେ ଗିରଫ ହୋଇଥିବାବେଳେ ବାଲାଂଦେଶ ଫେରାଇ ଆଣିବାକୁ ଚେଷ୍ଟା କରୁଛୁ । ଆଇନ ମାଧ୍ୟମରେ ଘଟଣାକୁ ଆଗକୁ ନେବାକୁ ଆମେ ଚେଷ୍ଟା କରୁଛୁ ।
ସେପଟେ ମମତା କହିଥିଲେ କି, ହାଦିଙ୍କ ହତ୍ୟା ଘଟଣାରେ ଅମିତ ଶାହ ତାଙ୍କୁ ଜଣେ ବାଂଲାଦେଶୀ ରାଜନୈତିକ କର୍ମୀଙ୍କ ହତ୍ୟା ସହିତ ଜଡିତ ସନ୍ଦିଗ୍ଧ ବ୍ୟକ୍ତିଙ୍କ ଗିରଫଦାରୀ ବିଷୟରେ ନୀରବ ରହିବାକୁ କହିଥିଲେ। ସେ ଦାବି କରିଛନ୍ତି ଯେ ସେ ଏହି ହତ୍ୟା ପଛରେ ଥିବା ଲୋକଙ୍କ ପରିଚୟ ଜାଣିଛନ୍ତି।ଯାହାକୁ ନେଇ ଚର୍ଚ୍ଚା ଜୋର ଧରିଥିଲା । ଏବେ ଏହା ଉପରେ ପ୍ରତିକ୍ରିୟା ରଖିଛି ବାଲାଂଦେଶ ।
ଏହାସହ ପଢ଼ନ୍ତୁ : ମୋନାଲିସା-ଫରମାନଙ୍କୁ କାହିଁକି ଭାଗ୍ୟବାନ କହିଲେ ହାଇକୋର୍ଟ ?