ପ୍ରମୂଖ ଖବର
  • ଜାମ୍ମୁ-କାଶ୍ମୀରରେ ଏନକାଉଣ୍ଟର, ୩ ଯବାନ ଆହତ , ଜଣେ ଆତଙ୍କୀ ନିପାତ
  • ||
  • ମୁମ୍ବାଇରେ ଭୁଶୁଡିଲା ତିନି ମହଲା କୋଠା, ଏକାଧିକ ଆହତ
  • ||
  • ନୂଆଦିଲ୍ଲୀରେ ବସିବ ନୀତି ଆୟୋଗ ବୈଠକ, ଅଧ୍ୟକ୍ଷତା କରିବେ ପ୍ରଧାନମନ୍ତ୍ରୀ
  • ||
  • କିଏ ନେବ ରାଜ୍ୟ କଂଗ୍ରେସ ନେତୃତ୍ୱ ? ଦିଲ୍ଲୀ ଦରବାରରେ ଛାମୁଆ ନେତା, ଚର୍ଚ୍ଚାରେ ତାରା, ମୋକିମ, ପ୍ରସାଦ ଓ ସପ୍ତଗିରି
  • ||
  • ଶନିବାରଠୁ ଶ୍ରୀଲଙ୍କା-ଭାରତ ଟି-ଟ୍ୱେଣ୍ଟି ସିରିଜ୍,ପାଲିକେଲେରେ ଖେଳାଯିବ ପ୍ରଥମ ମୁକାବିଲା
  • ||
  • ଶନିବାର ନୀତି ଆୟୋଗ ସାଧାରଣ ପରିଷଦ ବୈଠକ, ଦିଲ୍ଲୀରେ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ
  • ||
  • ଲଘୁଚାପ ସକ୍ରିୟ: ଆସନ୍ତା ୪ ଦିନ ବିଭିନ୍ନ ଜିଲ୍ଲାରେ ପ୍ରବଳ ବର୍ଷା ସମ୍ଭାବନା, ସତର୍କ କରାଇଲେ ଏସ୍‌ଆରସି
  • ||

ଚାକିରି କରାଇଦେବା ଆଳରେ ଲକ୍ଷାଧିକ ଟଙ୍କା ଠକେଇ , ଯୁବକ ଗିରଫ

ପାଟଣା,୨୮।୧ :  ସରକାରୀ ଚାକିରୀ କରାଇଦେବା ଆଳରେ କେନ୍ଦୁଝର ଜିଲ୍ଲା ତୁରୁମୁଙ୍ଗା ପୋଲିସ ଜଣଙ୍କୁ  ଗିରଫ କରିଛି । ଗିରଫ ଯୁବକ ଜଣକ ହେଲେ ସଦର ଥାନା କୁମୁଣ୍ଡି  ତଳଜାଗରର ଦେବାନନ୍ଦ ମହାନ୍ତ । 

ଦେବାନନ୍ଦ ପ୍ରଥମେ  ଭୁବନେଶ୍ୱରରେ ଏକ କୋଚିଂ ସେଣ୍ଟର ଅନଲାଇନ କୋଚିଂ ନେଉଥିଲେ। ଏହି ସମୟରେ ଏକ ଆପ ମାଧ୍ୟମରେ ଆଶାୟୀ ଙ୍କ ଫୋନ ନମ୍ବର ସଂଗ୍ରହ କରି ଫୋନ ଯୋଗେ କଥା ହୋଇଥିଲା। ଟଙ୍କା ଦେଲେ  ହାଇସ୍କୁଲ ରେ ଖେଳ ଶିକ୍ଷକ, ଆରଆଇ ,ଏବଂ ପିଇଓ  ପଦବୀରେ ସରକାରୀ ଚାକିରୀ ହୋଇଯିବ ବୋଲି ପ୍ରତିଶ୍ରୁତି ଦେଇଥିଲା। ପ୍ରାର୍ଥୀଙ୍କ ଠାରୁ ସମସ୍ତ ସାର୍ଟିଫିକେଟ ନେବା ସହ ଟଙ୍କ ନେଇଥିଲା। କାହାଠାରୁ ନଗଦ ଆକାରରେ , ଏକାଉଣ୍ଟ ମାଧ୍ୟମରେ  ଏବଂ ୟୁପିଆଇ ପେ ଜରିଆରେ କାହାଠାରୁ   ୩ଲକ୍ଷ, ୮ ଲକ୍ଷ ,୨ ଲକ୍ଷ ଟଙ୍କା  ଏଭଳି ଭାବରେ ଲକ୍ଷାଧିକ ଟଙ୍କା ଠକି ନେଇଥିଲା । ଏଥି ସହ ଚାକିରୀ ନ ମିଳିଲେ ପଇସା ଫେରସ୍ତ କରାଇବା ନେଇ କୋର୍ଟ ପେପରରେ ମଧ୍ୟ ଚୁକ୍ତି କରି ଆଶାୟୀ ପ୍ରାର୍ଥୀଙ୍କୁ ଦେଇଥିଲା। 

ତେବେ ଓଏସଏସଟିଇଟି ପରୀକ୍ଷା ରେ ପ୍ରାର୍ଥୀ ଙ୍କ କମ ନମ୍ବର ଆସିବାରୁ ସନ୍ଦେହ ଉପୁଜିବା ପରେ ଆଶାୟୀ ପ୍ରାର୍ଥୀ ଠକାମୀର ଶିକାର ହୋଇଥିବା ଜାଣିବାକୁ ପାଇଥିଲେ।  ଏନେଇ  ଠକାମୀରେ ଶିକାର ହୋଇଥିବା ଆଶାୟୀ ତୁରୁମୁଙ୍ଗା ଥାନାରେ ଅଭିଯୋଗ କରିବା ପରେ ପୋଲିସ ଦେବାନନ୍ଦଙ୍କ ଗିରଫ କରି କୋର୍ଟ ଚାଲାଣ କରିଛି। 

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.