କେନ୍ଦୁଝର ସଦର,୦୯ /୦୯:  ଥମୁନି ହାତୀ ଉପଦ୍ରବ । କେନ୍ଦୁଝର ଜିଲ୍ଲା ସଦର ବନଖଣ୍ଡ ଅନ୍ତର୍ଗତ ପଳାଶପଙ୍ଗା ଫରେଷ୍ଟ ସେକ୍ସନରେ ୨୯ ଟିକିଆ ହାତୀପଲ। ଯାହାକୁ ନେଇ ଭୟଭୀତ ସ୍ଥାନୀୟ ଲୋକେ ।  ବିଲରେ ଏବେ ଧାନ ଫସଲ ସମୟ ହୋଇଥିବାରୁ  ହାତୀ ବିଲରେ ପଶିଲେ ଚାଷୀ ବ୍ୟାପକ କ୍ଷତି ଗ୍ରସ୍ତ ହେବ। ତେଣୁ ଚାଷ ଜମି ଏବଂ ହାତୀକୁ ସୁରକ୍ଷା ପାଇଁ ପଳାଶାପଙ୍ଗା ବନପାଳ ଜୟକୃଷ୍ଠ ଦାସଙ୍କ ନେତୃତ୍ଵରେ ଗଜ ସାଥି ଏବଂ ସ୍କ୍ୱାର୍ଡ ଏକ ଟିମ ଗଠନ କରି ହାତୀର ଗତିପଥ ଉପରେ ତୀକ୍ଷଣ ନଜର ରଖିଛନ୍ତି। ସେପଟେ ଗୋଠ ଛାଡି ଦାନ୍ତ ଏକା ଏକା ବୁଲୁଥିବାର ସୂଚନା ରହିଛି।  ତେଣୁ ଜଙ୍ଗଲ ତଳ ଘରମାନଙ୍କ ଲୋକେ ରାତିରେ ସତର୍କତା ଅବଲମ୍ବନ କରିବା ସହିତ ବାହାରକୁ ବାହାରିବା ବେଳେ ହାତରେ ଟର୍ଚ୍ଚ ଲାଇଟ୍ ଧରି ବାହାରିବା ପାଇଁ ବନପାଳସୁଚନା ଦେଇଛନ୍ତି।