ପ୍ରମୂଖ ଖବର
  • ଲଘୁଚାପ ସକ୍ରିୟ: ଆସନ୍ତା ୪ ଦିନ ବିଭିନ୍ନ ଜିଲ୍ଲାରେ ପ୍ରବଳ ବର୍ଷା ସମ୍ଭାବନା, ସତର୍କ କରାଇଲେ ଏସ୍‌ଆରସି
  • ||

ଯଶ ରଖିଲେ ଯଶସ୍ୱୀ … ଦ୍ୱିଶତକ କରି ସଚିନଙ୍କ ରେକର୍ଡ ଭାଙ୍ଗିଲେ , ଫ୍ୟାନ୍ ହେଲା କ୍ରିକେଟ ଜଗତ

ନୂଆଦିଲ୍ଲୀ,୩।୨: ଟିମ୍ ଇଣ୍ଡିଆର ଯୁବକ ଓପନର  ଯଶସ୍ୱୀ ଜୈସ୍ୱାଲ ଶନିବର ନିଜ ଟେଷ୍ଟ କ୍ୟାରିୟରର ପ୍ରଥମ ଦ୍ୱିଶତକ ହାସଲ କରିଛନ୍ତି। ସେ ଇଂଲଣ୍ଡ ବିପକ୍ଷରେ ବିଶାଖାପାଟନମ୍ ଟେଷ୍ଟର ପ୍ରଥମ ଇନିଂସରେ ୨୦୯ ରନ୍ ସଂଗ୍ରହ କରିଛନ୍ତି। ଯଶସ୍ୱୀଙ୍କ ଏହି ଦ୍ୱିଶତକ ସହିତ ମହାନ କ୍ରିକେଟର ସଚିନ ତେନ୍ଦୁଲକରଙ୍କ ରେକର୍ଡ ଭାଙ୍ଗିଛନ୍ତି। ସେ ୨୨ ବର୍ଷ ବୟସରେ ଭାରତ ପାଇଁ ତୃତୀୟ ସର୍ବୋଚ୍ଚ ବ୍ୟକ୍ତିଗତ ଟେଷ୍ଟ ସ୍କୋର କରିଥିବା ଖେଳାଳି ପାଲଟି ଯାଇଛନ୍ତି। ସଚିନ ୨୨ ବର୍ଷ ବୟସରେ ୧୭୯ ରନ୍‌ର ଇନିଂସ ଖେଳିଥିଲେ। ଏହି ଲିଷ୍ଟରେ ଟପ୍‌ରେ ବିନୋଦ କାମ୍ବଲି(୨୨୭) ରହିଛନ୍ତି। ତାଙ୍କ ପରେ ସୁନିଲ ଗାଭାସ୍କର(୨୨୦)ଙ୍କ ନମ୍ବର ରହିଛି ।

ଯଶସ୍ୱୀଙ୍କ ଏହି ଇନିଂସ ପରେ ସଚିନଙ୍କ ସହିତ କ୍ରିକେଟ ଜଗତର ବହୁ ଷ୍ଟାର ଖେଳାଳି ତାଙ୍କୁ ଶୁଭେଚ୍ଛା ଜଣାଇଛନ୍ତି।  ସଚିନ ସୋସିଆଲ ମିଡିଆ ପ୍ଲାଟଫର୍ମ  X ରେ ଯଶସ୍ୱୀଙ୍କ ଫଟୋ ସେୟାର କରିଛନ୍ତି। ଏହା ସହିତ ଲେଖିଛନ୍ତି, ‘ଜବରଦସ୍ତ ଯଶସ୍ୱୀ।  ସୁପର ଏଫର୍ଟ।’ 

ଭାରତର ପୂର୍ବତନ କ୍ରିକେଟର ଓ ପ୍ରସିଦ୍ଧ କମେଣ୍ଟେଟର ଆକାଶ ଚୋପ୍ରା ଲେଖିଛନ୍ତି. ‘କ୍ରିକେଟର ତପସ୍ବୀ… ନାଁ ହେଉଛି ଯଶସ୍ୱୀ ।’ ସେଭଳି ପୂର୍ବତନ ଭାରତୀୟ ବ୍ୟାଟସମ୍ୟାନ୍ ଓ୍ବାସିମ ଜାଫର କହିଛନ୍ତି, ତାଙ୍କର ଅଫ୍ ସାଇଡ୍ ଷ୍ଟେ୍ରାକପ୍ଳୋ ଓ ଲେଫ୍ଟଟେଡ୍ ସର୍ଟ ଦେଖିବା ଭଳି ଥିଲା। ଏହି ଯୁବ କ୍ରିକେଟରଙ୍କ କଥା ସବୁଠୁ ଅଧିକ ମୋତେ ପ୍ରଭାବିତ କରିଥାଏ। ସେ ହେଉଛନ୍ତି ଜଣେ ରନ୍ ଭୋକିଲା ସିରିଜରେ ଗୋଟେ ଭଲ ଇନିଂସ। ବହୁତ ଭଲ ଖେଳିଲ।’

ଉଲ୍ଳେେଖନୀୟ ଯେ,  ଯଶସ୍ୱୀଙ୍କ ୨୦୯ ରନ୍‌ର ଇନିଂସରେ ୧୮ଟି ଚୌକା ଏବଂ ୭ଟି ଛକା ରହିଛି। ଏହାପୂର୍ବରୁ ୱେଷ୍ଟଇଣ୍ଡିଜ୍ ବିପକ୍ଷ ଡେବ୍ୟୁ ମ୍ୟାଚରେ ଦ୍ୱିଶତକରୁ ସାମାନ୍ୟ ପଛରେ ରହି ଯାଇଥିଲେ  ଯଶସ୍ୱୀ। ଡେବ୍ୟୁ ମ୍ୟାଚରେ ସେ ୧୭୧ ରନ୍ କରିଥିଲେ। ଏହି ରେକର୍ଡ ସହ ଯଶସ୍ୱୀ ଦ୍ୱିଶତକ ହାସଲ କରିବାରେ ଭାରତର ତୃତୀୟ ସର୍ବକନିଷ୍ଟ କ୍ରିକେଟର ହେବା ସହ ଚତୁର୍ଥ ବାମହାତି ବ୍ୟାଟର ହୋଇଛନ୍ତି।


News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.