ପ୍ରମୂଖ ଖବର
  • ଶ୍ରୀମନ୍ଦିର ଗର୍ଭଗୃହର ଭିଡିଓ ଭାଇରାଲ୍ ଘଟଣା: ସିଂହଦ୍ୱାର ଥାନାରେ ମାମଲା ରୁଜୁ
  • ||
  • ହଂସପାଳ ଓଭରବ୍ରିଜ୍‌ରେ ଭୁବନେଶ୍ୱରରୁ କଟକକୁ ଗଡ଼ିବ ଗାଡ଼ି, ଉଦ୍‌ଘାଟନ କଲେ ଅପରାଜିତା ଷଡ଼ଙ୍ଗୀ
  • ||
  • ବୌଦ୍ଧ : ସଙ୍ଘବଦ୍ଧ ଆକ୍ରମଣ କରି ଯୁବକଙ୍କୁ ହତ୍ୟା, ୪ ଅଟକ
  • ||
  • ପୁରୀ : ଶିରୁଳି ମହାବୀର ମନ୍ଦିରରୁ ଚୋରି, ହୁଣ୍ଡି ଭାଙ୍ଗି ଲକ୍ଷାଧିକ ଟଙ୍କା ଲୁଟିନେଲେ ଦୁର୍ବୃତ୍ତ
  • ||
  • କଟକ : ଅଜଣା ଗାଡ଼ିକୁ ଧକ୍କା ଦେଲା ଡାଲା ଅଟୋ, ହେଲ୍ପର ମୃତ
  • ||
  • ଛତିଶଗଡ଼ ଗରିଆବନ୍ଧରେ ଏନକାଉଣ୍ଟର: ୧୪ ମାଓବାଦୀ ନିହତ, ବଢ଼ିପାରରେ ମୃତ୍ୟୁସଂଖ୍ୟା
  • ||
  • ଲମତାପୁଟ : ଜଙ୍ଗଲକୁ କାଠ ଆଣିବାକୁ ଯାଇଥିବା ବେଳେ ଅଘଟଣ, ବିଦ୍ୟୁତ୍‌ ତାର ସଂସ୍ପର୍ଶରେ ଆସି ଚାଲିଗଲା ସ୍ୱାମୀ-ସ୍ତ୍ରୀଙ୍କ ଜୀବନ
  • ||
  • ନିଖୋଜ ଯୁବତୀ ମୁମୂର୍ଷୁ ଅବସ୍ଥାରେ ଉଦ୍ଧାର ଘଟଣା: ନ୍ୟାୟ ଦାବିରେ ୧୨ ଘଣ୍ଟିଆ ବରଗଡ଼ ବନ୍ଦ, ଏବେ ବି ମୁଖ୍ୟ ଅଭିଯୁକ୍ତ ଫେରାର
  • ||
  • ଟ୍ୱିନ୍‌ ସିଟିରେ ବ୍ଲକିଂ ଚେକିଂ କଡ଼ାକଡ଼ି, ରାତି ଅଧିଆ ତନାଘନା କଲା କମିଶନରେଟ୍‌ ପୋଲିସ
  • ||
  • ବଙ୍ଗୋପସାଗରରେ ଗୁରୁଚାପ ବଳୟ ପ୍ରଭାବ: ବୁଧବାରଠାରୁ କମିବ ଶୀତ, ଦୁଇ ଦିନ ଘନ କୁହୁଡ଼ି ସମ୍ଭାବନା
  • ||

ଆଇପିଏଲ୍‌ ଫ୍ରାଞ୍ଚାଇଜ୍‌ଙ୍କ ପ୍ରସ୍ତାବ: ୫ବର୍ଷରେ ଥରେ ହେଉ ମେଗା ନିଲାମ, ପ୍ରତ୍ୟେକ ଫ୍ରାଞ୍ଚାଇଜ ପାଇଁ ୮ ଆରଟିଏମ କାର୍ଡ

Published By : Prameya | July 26, 2024 11:20 AM

Image Courtesy: latestly

ମୁମ୍ବାଇ,୨୬/୦୭: ଆଗାମୀ ୨୦୨୫  ଆଇପିଏଲ୍‌ ସିଜନ ପୂର୍ବରୁ ହେବ ମେଗା  ନିଲାମ । ଏଥିପାଇଁ ଆଇପିଏଲ ଆୟୋଜକ  କମିଟି ପ୍ରସ୍ତୁତି ଆରମ୍ଭ କରିଛି । ଫ୍ରାଞ୍ଚାଇଜ୍‌ଙ୍କ ମତାମତ ନେଇସାରିଛି ଆୟୋଜକ କମିଟି । ଏଣିକି ୩ବର୍ଷ ବଦଳରେ ପ୍ରତି ୫ବର୍ଷରେ  ଥରେ ମେଗା ନିଲାମ ଆୟୋଜନ କରିବାକୁ ଫ୍ରାଞ୍ଚାଇଜମାନେ ପ୍ରସ୍ତାବ ଦେଇଛନ୍ତି । ସେହିପରି ମେଗା ନିଲାମ ପୂର୍ବରୁ ୪ରୁ ୬ଜଣ ଖେଳାଳି  ପ୍ରତିଧାରଣ କରିବାର ଅନୁମତି ମିଳିବା ସହ  ୮ଟି ‘ରାଇଟ ଟୁ ମ୍ୟାଚ୍‌’  କାର୍ଡର ବ୍ୟବହାର  କରିବା ପାଇଁ ନୂଆ ନିୟମ ପ୍ରଣୟନ କରିବାକୁ ଫ୍ରାଞ୍ଚାଇଜମାନେ ଦାବି କରିଛନ୍ତି । ଆସନ୍ତା  ସପ୍ତାହରେ ବୈଠକ ଆୟୋଜନ କରାଯାଇ  ଚୂଡ଼ାନ୍ତ ନିଷ୍ପତ୍ତି ନିଆଯିବ ।  

ମେଗା ନିଲାମ ପାଇଁ ୫ବର୍ଷର ଅବଧି  ରଖିବା ପଛରେ ମୁଖ୍ୟ କାରଣ ହେଉଛି  ଯୁବ ତଥା ଉଦୀୟମାନ ଖେଳାଳିଙ୍କୁ ଆଗାମୀ  ଦିନ ପାଇଁ ପ୍ରସ୍ତୁତ କରିବା ସହଜ  ହେବ । ୨୦୦୮ରୁ ଫ୍ରାଞ୍ଚାଇଜମାନେ  ଉଦୀୟମାନ ଯୁବ ଖେଳାଳିଙ୍କୁ  ଖୋଜିବା ଓ ସେମାନଙ୍କୁ ଭବିଷ୍ୟତର ଷ୍ଟାର ଭାବେ ପ୍ରସ୍ତୁତ କରିବା ପାଇଁ ବହୁ ଅର୍ଥ  ବିନଯୋଗ କରୁଛନ୍ତି । ଏକାଡେମୀ ଗଠନ  କରିବା, ତୃଣମୂଳ ସ୍ତରରୁ ଯୁବ ପ୍ରତିଭାଙ୍କୁ  ଖୋଜି ବାହାର କରିବାରେ ବହୁ ସମୟ ଓ ଅର୍ଥ  ଅପଚୟ ହେଉଛି । ମାତ୍ର ସେମାନଙ୍କ ଖେଳିବା  ସମୟ ଆସିବା ବେଳକୁ ମେଗା ନିଲାମର  ସମୟ ହୋଇ ଯାଉଛି ଓ ଅନ୍ୟ ଫ୍ରାଞ୍ଚାଇଜମାନେ  ସେମାନଙ୍କୁ କିଣି ନେଉଛନ୍ତି । ୨୦୧୮ରେ ପ୍ରଥମ  ମେଗା ନିଲାମ ହୋଇଥିଲା । ୨ବର୍ଷ ଲେଖାଏଁ  ନିଲମ୍ବିତ ହୋଇଥିବା ଚେନ୍ନାଇ ସୁପରକିଙ୍ଗ୍‌ସ ଓ  ରାଜସ୍ଥାନ ରୟାଲ୍ସ ସେତେବେଳେ ପ୍ରତ୍ୟାବର୍ତ୍ତନ  କରିଥିଲେ । ଏହାପରେ ୨୦୨୧ରେ ପରବର୍ତ୍ତୀ  ନିଲାମ ଆୟୋଜିତ ହୋଇଥିଲା । ଗୁଜରାଟ  ଟାଇଟନ୍ସ ଓ ଲକ୍ଷେ୍ନø ସୁପରଜାଏଣ୍ଟ୍‌ସ ନୂଆ ଦଳ  ଭାବେ ସାମିଲ ହୋଇଥିଲେ । 

 ପୂର୍ବ ନିୟମ ଅନୁଯାୟୀ ୫ଟି ରାଇଟ୍‌ ଟୁ  ମ୍ୟାଚ(ଆରଟିଏମ୍‌) କାର୍ଡ ବଦଳରେ ୮କୁ ବୃଦ୍ଧି  କରିବା ପାଇଁ ଫ୍ରାଞ୍ଚାଇଜ ପ୍ରସ୍ତାବ ଦେଇଛନ୍ତି ।  ଯାହା ଫଳରେ ପ୍ରତ୍ୟେକ ଫ୍ରାଞ୍ଚାଇଜମାନେ  ପ୍ରମୁଖ ଖେଳାଳିମାନଙ୍କୁ ଫେରାଇ ଆଣିବାରେ  ସଫଳ ହେବେ । ୪ରୁ ୬ଜଣ ଖେଳାଳିଙ୍କୁ  ପ୍ରତିଧାରଣ କରିବା ପରେ ବାକି କିଛି ପସନ୍ଦର  ଖେଳାଳି ନିଲାମରେ ସାମିଲ ହେବେ । ତେଣୁ  ସେମାନଙ୍କ ମଧ୍ୟରୁ କୌଣସି ଖେଳାଳିଙ୍କୁ  ପୁନର୍ବାର ଫେରାଇ ଆଣିବା ପାଇଁ ଅଧିକ  ‘ଆରଟିଏମ୍‌’ କାର୍ଡ ରହିବା ଜରୁରି ।

Prameya Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.