ପ୍ରମୁଖ ଖବର
  • ନୂଆଦିଲ୍ଲୀ: ଅରୁଣାଚଳ ପ୍ରଦେଶର ୩ ଖେଳାଳିଙ୍କୁ ଚୀନ୍ ଦେଲାନି ଏସିଆନ୍ ଗେମ୍ସରେ ଏଣ୍ଟ୍ରି
  • ||
  • କଟକ: କଣ୍ଠଶିଳ୍ପୀ ଶାନ୍ତିଲତା ବାରିକ ଗୁରୁତର, ଘରୋଇ ହସ୍ପିଟାଲରେ ଭର୍ତ୍ତି
  • ||
  • ଏବେ ସୁଦ୍ଧା ବାତ୍ୟା ସୂଚନା ନାହିଁଁ, ଅକ୍ଟୋବର ପ୍ରଥମ ସପ୍ତାହରେ ଲଘୁଚାପ ସମ୍ଭାବନା:IMD ଡିଜି
  • ||
  • ରିଆମାଳ: ସାତକିଆରୀ ଡ୍ୟାମ୍‌ର ହ୍ୟୁମ ପାଇପ୍‌ରୁ ବାହାରୁଛି ଅସହ୍ୟ ଦୁର୍ଗନ୍ଧ, ପଚା ଶବ ଥିବା ସନ୍ଦେହ
  • ||
  • ଚଣ୍ଡୀଗଡ଼: ଟସ୍ ଜିତି ଭାରତ ବୋଲିଂ ନିଷ୍ପତ୍ତି, ବ୍ୟାଟିଂ କରିବ ଅଷ୍ଟ୍ରେଲିଆ
  • ||
  • ଭୁବନେଶ୍ୱର: ରାଜଧାନୀରେ ଗର୍ଜିଲେ ଆଙ୍ଗନବାଡ଼ି ଦିନ, ୧୦ ଦଫା ଦାବି ନେଇ ଆନ୍ଦୋଳନ
  • ||
  • କଟକ: ଭିଜିଲାନ୍ସ ଜାଲରେ ଜିଆର୍‌ଏସ୍ ଯଦୁମଣି ମାଝୀ, ୪ହଜାର ଲାଞ୍ଚ ନେଉଥିବା ବେଳେ ମାଡ଼ି ବସିଲା ଟିମ୍
  • ||
  • ପୁରୀ: ୨୪ରୁ ଗଡ଼ିବ ପୁରୀ-ରାଉରକେଲା ବନ୍ଦେ ଭାରତ, କଟକ ଦେଇ ଚାଲିବ ଟ୍ରେନ୍‌
  • ||
  • ଭୁବନେଶ୍ୱର; ଓଡ଼ିଶାର ପ୍ରଥମ ମହିଳା ବାଚସ୍ପତି ଭାବେ ଶପଥ ନେଲେ ପ୍ରମିଳା ମଲ୍ଲିକ
  • ||
  • ଭୁବନେଶ୍ୱର: ମାୟାବିନୀ ଇରାନୀର ହନିଟ୍ରାପ୍‌ ମାମଲା: ବାପିର ରିମାଣ୍ଡ ସରିଲା, ଏଥର ଇରାନୀ ପାଳି, ବ୍ୟାଙ୍କ ଆକାଉଣ୍ଟ ତଥ୍ୟ ମାଗିଲା ପୁଲିସ
  • ||
  • ସୁନ୍ଦରଗଡ଼ : ସୁନ୍ଦରଗଡ଼ରୁ ପୁଣି ୫ ସ୍କ୍ରବ୍ ଟାଇଫସ୍ ଆକ୍ରାନ୍ତ ଚିହ୍ନଟ, ୨୧୧ରେ ପହଞ୍ଚିଲା ପଜିଟିଭ୍ ସଂଖ୍ୟା
  • ||
  • କଣାସ : ଡ଼ଙ୍ଗା ନେଇ ଚିଲିକାକୁ ଯିବାବେଳେ ଅଘଟଣ, ମତ୍ସ୍ୟଜୀବୀ ନିଖୋଜ
  • ||
  • ଚନ୍ଦ୍ରର ଦକ୍ଷିଣ ମେରୁରେ ଉଇଁଲା ସୂର୍ଯ୍ୟ: ଆଜି ବିକ୍ରମ, ପ୍ରଜ୍ଞାନର ନିଦ ଭାଙ୍ଗିବ !ଯୋଗାଯୋଗ ପାଇଁ ଚେଷ୍ଟା କରିବ ଇସ୍ରୋ
  • ||
  • ଭୁବନେଶ୍ୱର:ଆଜିଠୁ ବିଧାନସଭା ଅଧିବେଶନ, ଅକ୍ଟୋବର ୪ ପର୍ଯ୍ୟନ୍ତ ଚାଲିବ: ପ୍ରଥମ ଦିନରେ ଆସିବ ଅତିରିକ୍ତ ବଜେଟ୍
  • ||
  • ଭୁବନେଶ୍ୱର: ଅକ୍ଟୋବର ପ୍ରଥମ ସପ୍ତାହରେ ବାତ୍ୟା! ଓଡ଼ିଶା-ଆନ୍ଧ୍ର ଉପକୂଳ ମୁହାଁଇପାରେ, ଆଣିପାରେ ପ୍ରବଳ ବର୍ଷା
  • ||

ଇଣ୍ଡିଆ ବନାମ ପାକିସ୍ତାନ ମ୍ୟାଚ୍‌ ପାଇଁ ରିଜର୍ଭ ଡେ' ନିଷ୍ପତ୍ତି ଉପରେ ପ୍ର‌ଥମ ‌ଥର ଆସିଲା ଶ୍ରୀଲଙ୍କା ଓ ବାଂଲାଦେଶ ବୋର୍ଡର ପ୍ରତିକ୍ରିୟା

Image courtesy: The Indian Express

ନୂଆଦିଲ୍ଲୀ,୦୯/୦୯: ଶୁକ୍ରବାର ଯେତେବେଳେ ଏସିଆ କପ୍‌ ୨୦୨୩ର ସୁପର ୪ରେ ଭାରତ ବନାମ ପାକିସ୍ତାନ ମୁକାବିଲା ପାଇଁ ଏସିଆନ୍‌ କ୍ରିକେଟ କାଉନସିଲ୍‌ ଅର୍ଥାତ୍‌ ଏସିସି ରିଜର୍ଭ ଡେ' ଘୋଷଣା କଲା, ଏହା ପରଠାରୁ ତମାମ ନିଷ୍ପତ୍ତିକୁ ନେଇ ଆଲୋଚନା ସମାଲୋଚନା ଚାଲିଛି। ସୂଚନାଥାଉକି ଭାରତ ବନାମ ପାକିସ୍ତାନ ମ୍ୟାଚ୍‌ ବ୍ୟତିତ ସୁପର ୪ରେ ହେବାକୁ ଥିବା ଅନ୍ୟ କୌଣସି ମ୍ୟାଚ୍‌ ପାଇଁ ଏହି ରିଜର୍ଭ ଡେ' ରଖାଯାଇନାହିଁ। ଫଳରେ ଏହି ନିଷ୍ପତ୍ତିରେ ସୁପର ୪ରେ ଥିବା ବାଂଲାଦେଶ ଓ ଶ୍ରୀଲଙ୍କା ଅସନ୍ତୁଷ୍ଟ ଥିବା କୁହାଯାଉଛି। ତେବେ ଏବେ ପ୍ରଥମ ଥର ଏସିସିର ଏହି ନିଷ୍ପତ୍ତି ଉପରେ ବାଂଲାଦେଶ ଓ ଶ୍ରୀଲଙ୍କା ବୋର୍ଡର ପ୍ରତିକ୍ରିୟା ଆସିଛି। ଉଭୟ ବୋର୍ଡ କହିଛନ୍ତି ଯେ, ଏସିସି ଏହି ନିଷ୍ପତ୍ତି ସୁପର ୪ରେ ଥିବା ସମସ୍ତ ଟିମ୍‌ର ସହମତିରେ ନେଇଛି। 

The reserve day for the India-Pakistan contest of the Super 11 Asia Cup Super 4 stage was taken in consultation with all four member boards of the Super 4 competing teams.

Accordingly, the ACC effectively revised the playing conditions of the tournament to effect the agreed-upon…

— Sri Lanka Cricket 🇱🇰 (@OfficialSLC) September 8, 2023 "><blockquote class="twitter-tweet">

The reserve day for the India-Pakistan contest of the Super 11 Asia Cup Super 4 stage was taken in consultation with all four member boards of the Super 4 competing teams.

Accordingly, the ACC effectively revised the playing conditions of the tournament to effect the agreed-upon…

&mdash; Sri Lanka Cricket 🇱🇰 (@OfficialSLC) September 8, 2023

ଶ୍ରୀଲଙ୍କା କ୍ରିକେଟ ବୋର୍ଡ ଟ୍ବିଟ କରି ଲେଖିଛନ୍ତି ଯେ, 'ସୁପର ୧୧ ଏସିଆ କପ୍‌ ସୁପର ୪ରେ ଭାରତ ବନାମ ପାକିସ୍ତାନ ମ୍ୟାଚ୍‌ ପାଇଁ ରିଜର୍ଭ ଡେ' ନିଷ୍ପତ୍ତି, ସୁପର ୪ରେ ଥିବା ସମସ୍ତ ଟିମ୍‌ର ବୋର୍ଡଙ୍କ ପରାମର୍ଶରୁ ନିଆଯାଇଛି। ଏହି ପରିପ୍ରେକ୍ଷିରେ ଏସିସି ସମସ୍ତଙ୍କ ଅନୁମତି ପରେ ଚୁଡ଼ାନ୍ତ ଏକାଦଶରେ ପରିବର୍ତ୍ତ କରିଥିଲା।'

A reserve day for India Pakistan contest in Super 11 Asia Cup Super 4 stage has been added that effectively revised the Asia Cup playing condition. To clarify on the position, the decision was taken with the consent of all four participating teams and ACC.

— Bangladesh Cricket (@BCBtigers) September 8, 2023 "><blockquote class="twitter-tweet">

A reserve day for India Pakistan contest in Super 11 Asia Cup Super 4 stage has been added that effectively revised the Asia Cup playing condition. To clarify on the position, the decision was taken with the consent of all four participating teams and ACC.

&mdash; Bangladesh Cricket (@BCBtigers) September 8, 2023

ସେପଟେ ବାଂଲାଦେଶ କ୍ରିକେଟ ବୋର୍ଡ ଟ୍ବିଟ କରି ଲେଖିଛି ଯେ,' ସୁପର ୧୧ ଏସିଆ କପ୍‌ ସୁପର ୪ରେ ଭାରତ ପାକିସ୍ତାନ ମୁକାବିଲା ପାଇଁ ଏକ ରିଜର୍ଭ ଡେ' ଯୋଡ଼ା ଯାଇଛି, ଯେଉଁଥିରେ ଏସିଆ କପ୍‌ ଖେଳାଯିବା ସ୍ଥିତିକୁ ସ୍ପଷ୍ଟ କରିବା ପାଇଁ ଏହି ନିଷ୍ପତ୍ତି ସୁପର ୪ରେ ଜଡ଼ିତ ସମସ୍ତ ଟିମ୍‌ର ସହମତି ନିଆଯାଇଥିଲା। 

ସୂଚନାଥାଉକି, ଟୁର୍ଣ୍ଣାମେଣ୍ଟରେ ଏବେ ଭାରତ ଓ ପାକିସ୍ତାନ ମ୍ୟାଚ୍ ବ୍ୟତିତ ଫାଇନାଲ୍‌ ମ୍ୟାଚ୍‌ରେ ବି ରିଜର୍ଭ ହେ ରହିବ। ସେପ୍ଟେମ୍ବର ୧୦ ତାରିଖ (ରବିବାର) ଭାରତ ଓ ପାକିସ୍ତାନ ବିପକ୍ଷ ସୁପର ୪ର ପ୍ରଥମ ମୁକାବିଲା ଖେଳାଯିବ। ଏହି ମ୍ୟାଚ୍‌ କଲମ୍ବୋରେ ଖେଳାଯିବ। ଏବଂ ଏହି ଦିନ ସେଠାରେ ୯୦ ପ୍ରତିଶତ ବର୍ଷା ହେବାର ସମ୍ଭାବନା ଅଛି। ଯଦି ୧୦ ତାରିଖ ଦିନ ଏହି ମ୍ୟାଚ୍‌ ବାତିଲ ହୁଏ, ତେବେ ଏହା ୧୧ ସେପ୍ଟେମ୍ବରେ ଖେଳାଯିବ। ଏପରିସ୍ଥଳେ ଟିମ୍‌ ଇଣ୍ଡିଆର ଖେଳସୂଚି ବ୍ୟସ୍ତତା ଭିତରେ ରହିବ। କାରଣ ଭାରତର ପରବର୍ତ୍ତି ମୁକାବିଲା ୧୨ ସେପ୍ଟେମ୍ବରରେ ଶ୍ରୀଲଙ୍କା ବିପକ୍ଷରେ ହେବ। ଯଦି ୧୦ ରେ ବର୍ଷା କାରଣରୁ ୧୧ ପର୍ଯ୍ୟନ୍ତ ଭାରତ ବନାମ ପାକିସ୍ତାନ ମ୍ୟାଚ୍‌ ହୁଏ, ତେବେ ଟିମ୍‌ ଇଣ୍ଡିଆକୁ ଲଗାତାର ତିନିଦିନ ଖେଳିବାକୁ ହେବ। 

You can also read: 

କଲମ୍ବୋରେ କିଙ୍ଗ୍‌ କୋହଲି! ଭାରତ-ପାକିସ୍ତାନ ମ୍ୟାଚ୍‌ରେ ଦେଖିବାକୁ ମିଳିବ ଦମଦାର ପ୍ରଦର୍ଶନ


Reserve day
ind vs pak
Asia cup 2023

Copyright © 2022 - Summa Real Media Private Limited. All Rights Reserved.