ପ୍ରମୂଖ ଖବର
  • ବିହାରରେ ୧୭ଟି ରାଜନୈତିକ ଦଳକୁ ନିର୍ବାଚନ ଆୟୋଗଙ୍କ କାରଣ ଦର୍ଶାଅ ନୋଟିସ୍
  • ||
  • ଖନ୍ତାପଡ଼ା : ବାଇକକୁ ପଛରୁ ଧକ୍କା ଦେଲା ବସ୍ , ଅଙ୍ଗନବାଡି କର୍ମୀ ମୃତ ,ଶିକ୍ଷକ ଆହତ
  • ||
  • ମତ୍ସ୍ୟ ସେବାରେ ୨୧୭ ନୂତନ ପଦବୀ ଏବଂ ଉଦ୍ୟାନ କୃଷି ସେବାରେ ୬୭ ନୂତନ ପଦବୀ ସୃଷ୍ଟି
  • ||
  • ଦିଗପହଣ୍ଡି ଓସ୍ତାପଲ୍ଲୀରେ ବ୍ୟାପୁଛି ଝାଡାବାନ୍ତି, ମୃତ୍ୟୁ ସଂଖ୍ୟା ୨ରେ ପହଞ୍ଚିଲା
  • ||
  • ପ୍ରସିଦ୍ଧ ୟୁଟ୍ୟୁବର ମନୀଷ କଶ୍ୟପ ‘ଜନ ସୁରାଜ’ ପାର୍ଟିରେ ସାମିଲ
  • ||
  • ପ୍ରକାଶ ପାଇଲା ଯୁକ୍ତ ୨ ପ୍ରଥମ ମେଧା ତାଲିକା, କାଲିଠୁ ଆରମ୍ଭ ହେବ ନାମଲେଖା: ୨୪ରୁ ଏକାଦଶ ଶ୍ରେଣୀ ପାଠପଢ଼ା
  • ||
  • ସୁରକ୍ଷା ବାହିନୀକୁ ବଡ଼ ସଫଳତା, ଏନକାଉଣ୍ଟରରେ PLGA ବାଟାଲିୟନ ଡେପୁଟି କମାଣ୍ଡର ନିହତ
  • ||
  • ରାଜଧାନୀରୁ ୨୬୫ ଗ୍ରାମ ବ୍ରାଉନ ସୁଗର ଜବତ, ଅଭିଯୁକ୍ତ ଗିରଫ
  • ||
  • ଢେଙ୍କାନାଳ : ଫାର୍ମହାଉସ୍‌ରୁ ଶ୍ରମିକଙ୍କ ସନ୍ଦେହଜନକ ମୃତଦେହ ଉଦ୍ଧାର, ତଦନ୍ତ କରୁଛି ପୁଲିସ
  • ||
  • IT ଅଫିସରେ ହାଜର ହେଲେ ବିଶାଳ ଦାସ, କିଛି ଦିନ ପୂର୍ବରୁ ହୋଇଥିଲା ଚଢାଉ
  • ||
  • ଭଦ୍ରକ : ବିପଦ ସଂକେତ ତଳେ ବୈତରଣୀରେ ବନ୍ୟା ଜଳ, ୧୮.୦୭ ମିଟରରେ ପ୍ରବାହିତ
  • ||
  • ଅଧରପଣା ପାଇ ତୃପ୍ତ ହେବେ ଦେବାଦେବୀଙ୍କ ସମେତ ଯୋଗିନୀଗଣ, ପଣା ସଂଗ୍ରହ ଉପରେ ଲାଗିଲା କଟକଣା
  • ||
  • ଢେଙ୍କାନାଳ : ୪୦ ଟିକିଆ ହାତୀପଲ ନଦୀ ପାର ବେଳେ ଅଘଟଣ, ବ୍ରାହ୍ମଣୀ ନଦୀରେ ଭାସିଗଲେ ୩ ହାତୀ, ଦୀର୍ଘ ସମୟର ପରେ ଉଦ୍ଧାର
  • ||
  • ରଥାରୂଢ଼ ଠାକୁରଙ୍କୁ ଅଧର ପଣା ଭୋଗ ଅର୍ପଣ ନୀତି, ଆଜି ପାର୍ଶ୍ୱଦେବାଦେବୀ ଓ ଅଶରୀରଙ୍କୁ ହେବ ସମର୍ପଣ
  • ||
  • ବାଲେଶ୍ୱର : ବାଗୁଡ଼ି ଯୋଡ଼ାମ୍ବ ଛକ SBI ଏଟିଏମ୍‌ରୁ ଲୁଟ୍, ଗ୍ୟାସ୍‌ କଟରରେ ଏଟିଏମ୍‌ କାଟି ଟଙ୍କା ଲୁଟିନେଲେ ଦୁର୍ବୃତ୍ତ
  • ||
  • ବଙ୍ଗୋପସାଗରେ ଲଘୁଚାପ ସକ୍ରିୟ; ଆଜି ୭ ଜିଲ୍ଲାରେ ପ୍ରବଳ ବର୍ଷା ନେଇ ଅରେଞ୍ଜ, ୮ ଜିଲ୍ଲାକୁ ୟେଲୋ ୱାର୍ଣ୍ଣିଂ ଜାରି
  • ||

ସୁରକ୍ଷା ବାହିନୀକୁ ବଡ଼ ସଫଳତା; ଏନକାଉଣ୍ଟରରେ PLGA ବାଟାଲିୟନ ଡେପୁଟି କମାଣ୍ଡର ନିହତ

Published By : Rasmita Pradhan | July 7, 2025 2:52 PM

ମାଲକାନଗିରି, ୦୭/୦୭ : ଛତିଶଗଡ଼ ବିଜାପୁର ଜିଲ୍ଲାରେ ଏନକାଉଣ୍ଟର। ସୁରକ୍ଷା କର୍ମୀ ଓ ମାଓବାଦୀଙ୍କ ମଧ୍ୟରେ ଗୁଳି ବିନିମୟ। ଟଳିଲା ୮ ଲକ୍ଷ ଟଙ୍କାର ମୁଣ୍ଡ। PLGA ବାଟାଲିୟନ ନମ୍ବର ୧ର ଡେପୁଟି କମାଣ୍ଡର ହାର୍ଡକୋର୍ ମାଓବାଦୀ ସୋଡି କନ୍ନା ଓରଫ ପଦନାମ ମୃତ। ଘଟଣାସ୍ଥଳରୁ ବିପୁଳ ଅସ୍ତ୍ରଶସ୍ତ୍ର ଜବତ।

ସୂଚନାନୁଯାୟୀ, ନ୍ୟାସନାଲ ପାର୍କ ଜଙ୍ଗଲରେ ମାଓବାଦୀମାନେ ଏକ କ୍ୟାମ୍ପ୍ କରି ରହିଥିବା ନେଇ ପୁଲିସକୁ ଗୁଇନ୍ଦା ସୂତ୍ରରୁ ସୂଚନା ମିଳିଥିଲା। ଯାହାକୁ ଆଧାର କରି ଡିଆରଜି, ସିଆରପିଏଫ ଓ ଏସଟିଏଫ ବାହିନୀର ଯବାନମାନେ ସେଠାରେ କମ୍ଵିଂ ଅପରେସନ ଆରମ୍ଭ କରିଥିଲେ। ଏହି ସମୟରେ ସୁରକ୍ଷା କର୍ମୀ ଓ ମାଓବାଦୀଙ୍କ ମଧ୍ୟରେ ଗୁଳି ବିନିମୟ ହୋଇଥିଲା। ସୁରକ୍ଷା କର୍ମୀଙ୍କ ଗୁଳିରେ ଜଣେ ହାର୍ଡକୋର୍ ମାଓବାଦୀ ନିହତ ହୋଇଛନ୍ତି। ମୃତ ମାଓବାଦୀ ହେଉଛନ୍ତି PLGA ବାଟାଲିୟନ ନମ୍ବର-୧ର ଡେପୁଟି କମାଣ୍ଡର ସୋଡି କନ୍ନା ଓରଫ ପଦନାମ। ପଦନାମ ମୁଣ୍ଡ ଉପରେ ପୁର୍ବରୁ ଛତିଶଗଡ଼ ସରକାର ଆଠ ଲକ୍ଷ ଟଙ୍କାର ପୁରସ୍କାର ରାଶି ଘୋଷଣା କରିଥିଲେ। ଘଟଣା ସ୍ଥଳରୁ ଗୋଟିଏ ବନ୍ଧୁକ ସହ ବିପୁଳ ବିସ୍ଫୋରକ ସାମଗ୍ରୀ ଜବତ ହୋଇଛି। ଏବେ ସର୍ଚ୍ଚ ଅପରେସନ ଜାରି ରହିଛି। ଏନେଇ ବିଜାପୁର ଏସପି ଜିତେନ୍ଦ୍ର ଯାଦବ ସୂଚନା ଦେଇଛନ୍ତି।


Prameya Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.