ନୂଆଦିଲ୍ଲୀ, ୦୩/୦୬: ମଧ୍ୟପ୍ରାଚ୍ୟ ପୁଣି ଆଶାନ୍ତ । ଆରମ୍ଭ ହେଲେ ଘମାଘୋଟ ଲଢ଼େଇ । ଆମେରିକା ଓ ଇରାନ ମଧ୍ୟରେ ଲଢ଼େଇ । ଉଭୟ ପରସ୍ପର ଉପରେ ଆକ୍ରମଣ କରିଛନ୍ତି । ଆମେରିକା ଉପରେ ପ୍ରତିଶୋଧ ନେବାକୁ ଯାଇ ଇରାନ, କୁଏତ ଉପରେ କ୍ଷେପଣାସ୍ତ୍ର ଏବଂ ଡ୍ରୋନ୍ ମାଡ଼ କରିଛି । ସେପଟେ କୁଏତ ଆକ୍ରମଣକୁ ନିନ୍ଦା କରିବା ସହିତ ଏୟାର ଡିଫେନ୍ସ ସିଷ୍ଟମ ସାହାଯ୍ୟରେ ଶତ୍ରୁପକ୍ଷର ମିସାଇଲ୍ ଏବଂ ଡ୍ରୋନକୁ ନଷ୍ଟ କରିଦେଇଛି ।
ଆମେରିକା ଉପରେ ପ୍ରତିଶୋଧ ନେବାକୁ ଯାଇ ଇରାନ ଏହି କରିଛି ଆକ୍ରମଣ। କୁଏତ ଯେଉଁ ଅଞ୍ଚଳରେ ଇରାନ ମିସାଇଲ୍ ମାଡ଼ କରିଛି, ସେହି ସ୍ଥାନରେ ଜୋରଦାର ବିସ୍ଫୋରଣ ହୋଇଥିଲା । ବ୍ଲାଷ୍ଟ ପରେ ଭଯଭୀତ ହୋଇଯାଇଛନ୍ତି ସ୍ଥାନୀୟ ଲୋକ । ଇରାନ ଗଣମାଧ୍ୟମ ଏକ ରିପୋର୍ଟ ଅନୁଯାୟୀ, କୁଏତର ଏକ ଦ୍ୱୀପ ଅଞ୍ଚଳରେ ବିସ୍ଫୋରଣ ଶୁଣାବାକୁ ମିଳିବାକୁ ।
ଇରାନର ସରକାରୀ ଟିଭି ଚ୍ୟାନେଲ୍ ଆଇଆରଆଇବି ଦାବି କରିଛି ଯେ କୁଏତରେ ଥିବା ଆମେରିକୀୟ ଘାଟିଗୁଡ଼ିକୁ ଟାର୍ଗେଟ କରାଯାଇଛି । ଇରାନ ପ୍ରତିଶୋଧ ପରାୟଣ ହୋଇ କୁଏତରେ ଥିବା ଆମେରିକୀୟ ସାମରିକ ଘାଟି ଉପରେ ଘନଘନ ମିସାଇଲ୍ ମାଡ଼ କରିଛି । ସେପଟେ ଆମେରିକାର କେନ୍ଦ୍ରୀୟ କମାଣ୍ଡ କହିଛି ଯେ ଇରାନର ବାଲିଷ୍ଟିକ୍ କ୍ଷେପଣାସ୍ତ୍ର ଏବଂ ଡ୍ରୋନ୍ ଆକ୍ରମଣକୁ ଆକାଶମାର୍ଗରେ ହିଁ ପଣ୍ଡ କରାଯାଇଛି। ଅନ୍ୟପଟେ ବାହାରିନର ଗୃହ ମନ୍ତ୍ରଣାଳୟ ମଧ୍ୟ ଏକ ସତର୍କତା ସାଇରନ୍ ବାଜିବା ବିଷୟରେ ରିପୋର୍ଟ କରିଛି। ଜବାବରେ ଆମେରିକା ହର୍ମୁଜ ପ୍ରଣାଳୀରେ ଇରାନର ଆଇଲ୍ୟାଣ୍ଡକୁ ଟାର୍ଗେଟ୍ କରିଛି। ଆମେରିକା ସେନା ଏହି ଆକ୍ରମଣକୁ ଆତ୍ମରକ୍ଷା ବୋଲି ବର୍ଣ୍ଣନା କରିଛି । ଏହା ସହିତ ଆମେରିକା ହୋର୍ମୁଜ୍ ପ୍ରଣାଳୀ ନିକଟରେ ଏକ ତୈଳ ଟ୍ୟାଙ୍କକୁ ଟାର୍ଗେଟ୍ କରି ଆକ୍ରମଣ କରିଛି। ଏଥିରେ ତୈଳ ଜାହାଜ ଭୟଙ୍କର ଭାବେ କ୍ଷତିଗ୍ରସ୍ତ ହୋଇଥିଲା ସୂଚନା ରହିଛି । ଆମେରିକା ଓ ଇରାନ ମଧ୍ୟରେ ଶାନ୍ତି ଆଲୋଚନା ଫେଲ୍ ମାରିବା ପରେ ପୁଣି ଥରେ ଦୁଇ ଦେଶ ମଧ୍ୟରେ ଯୁଦ୍ଧ ଆରମ୍ଭ ହୋଇଯାଇଛି । ଇରାନ ଆକ୍ରମଣ ପ୍ରତି ଜବାବ ଦେଉଛି ଆମେରିକୀୟ ସେନା ।
ଅଧିକ ପଢନ୍ତୁ- Russia-Ukraine War : ୟୁକ୍ରେନ ଉପରେ ରୁଷ୍ର ପ୍ରଚଣ୍ଡ ହମଲା : ୧୮ ମୃତ, ଶତାଧିକ ଆହତ