ପ୍ରମୂଖ ଖବର
  • ଅବସର ପରେ କରିପାରିବେ ଶିକ୍ଷକତା, ୬୩୮୭ ଅବସରପ୍ରାପ୍ତ ଶିକ୍ଷକ ହେବେ ଅତିଥି ଶିକ୍ଷକ
  • ||
  • ରାଜ୍ୟସ୍ତରୀୟ ପିଏମ କିଷାନ ସମ୍ମାନ ନିଧି, ଓଡ଼ିଶାର ପ୍ରାୟ ୩୫ ଲକ୍ଷ କୃଷକଙ୍କୁ ମିଳିଲା ୬୯୭ କୋଟି ଟଙ୍କା ସହାୟତା
  • ||
  • ମୟୂରଭଞ୍ଜ : ସାପ କାମୁଡାରେ ଚାଲିଗଲା ୨ ମହିଳାଙ୍କ ଜୀବନ
  • ||
  • ଅନ୍ନଦାତାଙ୍କୁ ପିଏମ୍ କିଷାନ ଟଙ୍କା, ୯ କୋଟି ୭୧ ଲକ୍ଷରୁ ଅଧିକ ଚାଷୀଙ୍କ ଖାତାକୁ ଗଲା ୨୦ତମ କିସ୍ତି
  • ||
  • ଅପରେସନ୍ ଅଖଲ; କୁଲଗାମରେ ଏନକାଉଣ୍ଟର, ଆତଙ୍କୀ ନିପାତ
  • ||
  • କରଞ୍ଜିଆ: ବିଲ ମଝିରେ ପେଟ୍ରୋଲ ଢାଳି ନିଆଁ ଲଗାଇ ଆତ୍ମାହୁତି ଉଦ୍ୟମ; ମହିଳା ମୃତ, ପୁରୁଷ ଗୁରୁତର
  • ||
  • ଅପରେସନ୍ ଅଖଲ, ଜମ୍ମୁ କାଶ୍ମୀର କୁଲଗାମରେ ସୁରକ୍ଷାକର୍ମୀଙ୍କ ଏନ୍‌କାଉଣ୍ଟର, ଜଣେ ଆତଙ୍କୀ ନିପାତ
  • ||
  • ଢେଙ୍କାନାଳ : ଚାଷୀଙ୍କୁ ଦଳିଦେଲା ଦନ୍ତା, ମୁଣ୍ଡରୁ ଅଲଗା ହେଲା ଗଣ୍ଡି
  • ||
  • ବିଜେଡି ନେତା ରାଜା ଚକ୍ରଙ୍କୁ ୧୫ ଦିନ ଜାମିନ୍‌, ଶଶୁରଙ୍କ ଦଶାହ କର୍ମରେ ଯୋଗ ଦେବାକୁ ମିଳିଛି ଅନ୍ତରୀଣ ବେଲ୍
  • ||
  • ବ୍ରହ୍ମପୁର: ପୁଲିସ ଗୁଳିରେ ଦୁର୍ଦ୍ଦାନ୍ତ ଅପରାଧୀ ସୁନୀଲ ଆହତ, ବାମ ଗୋଡ଼ରେ ବାଜିଛି ଗୁଳି
  • ||
  • ରାଜନୀତି ଛାଡ଼ିବାକୁ ଘୋଷଣା କଲେ କମଲା ହାରିସ୍‌, କହିଲେ 'ଆମ ବ୍ୟବସ୍ଥା ଭାଙ୍ଗି ସାରିଛି...'
  • ||
  • ଆଭ୍ୟନ୍ତରୀଣ ଓଡ଼ିଶାରେ ଘଡ଼ଘଡ଼ି ସହ ବର୍ଷା ସମ୍ଭାବନା, ୨୦ ଜିଲ୍ଲାକୁ ୟେଲୋ ଆଲର୍ଟ ଜାରି
  • ||

'ରାଧେ ରାଧେ' କହିବାରୁ ନର୍ସରୀ ଛାତ୍ରୀଙ୍କୁ ମାଡ଼; ମୁହଁରେ ସେଲୋଟେପ୍ ଲଗାଇଲେ ସ୍କୁଲ ପ୍ରିନ୍ସିପାଲ

Published By : Ankita S | August 2, 2025 3:17 PM

ନୂଆଦିଲ୍ଲୀ,୦୨/୦୮: କୁନି ଝିଅଟି । କଣ ବା ଭୁଲ ଥିଲା । କେବଳ 'ରାଧେ ରାଧେ' କହି ସ୍କୁଲ ପ୍ରିନ୍ସିପାଲଙ୍କୁ ଅଭିବାଦନ ଜଣାଇଥିଲେ । ହେଲେ ଏହାକୁ ଗ୍ରହଣ କରିପାରିଲେ ନାହିଁ ପ୍ରିନ୍ସିପାଲ । କୁନି ଛାତ୍ରୀଜଣଙ୍କୁ ମାଡ଼ ମାରିବା ସହ ମୁହଁରେ ସେଲୋଟେପ୍ ଲଗାଇଦେଲେ । ଛତିଶଗଡ ଦୁର୍ଗ ଜିଲ୍ଲାରୁ ଏପରି ଅଶୋଭନୀୟ ଘଟଣା ସାମ୍ନାକୁ ଆସିଛି ।

ସ୍କୁଲ ପ୍ରିନ୍ସିପାଲ ଜଣେ ନର୍ସରୀ ଛାତ୍ରୀଙ୍କୁ ମାଡି ମାରିବା ସହ ତାଙ୍କ ପାଟିରେ ସେଲୋଟେପ୍ ଲଗାଇ ବନ୍ଦ କରି ଦେଇଥିବା ଅଭିଯୋଗରେ ଗିରଫ ହୋଇଛନ୍ତି । ଛାତ୍ରୀଟି ‘ରାଧେ ରାଧେ’କହି ଅଭିବାଦନ ଜଣାଇବାରୁ ସ୍କୁଲ ପ୍ରଧାନଶିକ୍ଷକ ଜଣକ ରାଗି ଯାଇ ଆକ୍ରମଣାତ୍ମକ ହୋଇ ଉଠିଥିଲେ। ଦୁର୍ଗ ଜିଲ୍ଲା ନନ୍ଦିନୀ ଥାନା ଅଞ୍ଚଳର ବାଗଡୂମର ଗାଁରେ ଅବସ୍ଥିତ ମଦର ଟେରେସା ଇଂରାଜୀ ମାଧ୍ୟମିକ ସ୍କୁଲରେ ଏହି ଘଟଣା ଘଟିଛି । ଅଧିକାରୀଙ୍କ କହିବା ଅନୁଯାୟୀ, ସାଢେ ତିନି ବର୍ଷର ଉକ୍ତ ଛାତ୍ରୀଙ୍କୁ ପ୍ରିନ୍ସିପାଲ ଇଲା ଇଭାନ କୋଲଭିନ ‘ରାଧେ ରାଧେ’କହି ଅଭିବାଦନ ଜଣାଇଥିବାରୁ ଦଣ୍ଡ ଦେଇଥିଲେ। ସେ ପ୍ରଥମେ ଛାତ୍ରୀଙ୍କୁ ମାରିଥିଲେ ଏବଂ ତା ପରେ ତାଙ୍କ ମୁହଁରେ ସେଲୋଟେପ ଲଗାଇ ଦେଇଥିଲେ।

ଅଭିଯୋଗ ଆଧାରରେ,ପୁଲିସ କୋଲଭିନଙ୍କ ବିରୁଦ୍ଧରେ ଭାରତୀୟ ନ୍ୟାୟ ସଂହିତା (ବିଏନଏସ)ର ଧାରା ୧୧୫(୨) ଏବଂ ୨୯୯ ସହିତ ଜୁଭେନାଇଲ ଜଷ୍ଟିସ (ଶିଶୁ ଯତ୍ନ ଓ ସୁରକ୍ଷା) ଆଇନର ଧାରା ୭୫ ଅନୁଯାୟୀ ମାମଲା ରୁଜୁ କରିଛି, ଯାହା ଶିଶୁମାନଙ୍କୁ ଆଘାତ ଦେବା, ଧାର୍ମିକ ଭାବନାକୁ ଆଘାତ କରିବା ଏବଂ ନିଷ୍ଠୁରତା ସହ ଜଡିତ।

ପୁଲିସ କହିଛି ଯେ, ଏହି କାର‌୍ୟ୍ୟାନୁଷ୍ଠାନ ଶିଶୁଙ୍କ ପରିବାରର ବିସ୍ତୃତ ବୟାନ ଏବଂ ପ୍ରାଥମିକ ଚିକିତ୍ସା ରିପୋର୍ଟ ପରେ କରାଯାଇଛି। ସ୍କୁଲ ପ୍ରଶାସନ ପକ୍ଷରୁ ଏପର‌୍ୟ୍ୟନ୍ତ କୌଣସି ପ୍ରତିକ୍ରିୟା ଦେଇନାହିଁ ।

Prameya Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.