କେନ୍ଦ୍ରାପଡା ୨୬।୨: କଳସ ଶୋଭାଯାତ୍ରା ବେଳେ ଅଘଟଣ। ବାଣ ବିସ୍ଫୋରଣ ହୋଇ ୧୦ ଆହତ। ଆହତଙ୍କ ମଧ୍ୟରେ ୪ ଶିଶୁ ଅଛନ୍ତି । କେନ୍ଦ୍ରାପଡା ଗୁଲୁନଗର ଗାଁରେ ଏଭଳି ଘଟଣା ଘଟିଛି।

କେନ୍ଦ୍ରାପଡ଼ା ଗୁଲୁନଗରରେ ମନ୍ଦିର ପ୍ରତିଷ୍ଠା ଉତ୍ସବ ଥିଲା । ଆଖାପାଖର ଶତାଧିକ ମହିଳା ଓ ଶିଶୁ ଏଥିରେ ସାମିଲ ହୋଇଥିଲେ। ମନ୍ଦିର ପ୍ରତିଷ୍ଠା ପାଇଁ କଳସ ଶୋଭାଯାତ୍ରାରେ ଫୁଟାଯାଉଥିବା ବାଣ ହଠାତ ବିସ୍ଫୋରଣ ହୋଇଥିଲା। ବାଣ ବିସ୍ଫୋରଣ ଘଟିବାରୁ ପାଖରେ ଥିବା ଅନେକ ଆହତ ହୋଇଥିଲେ । ସଂଗେ ସଂଗେ ସେମାନଙ୍କୁ ହସ୍ପିଟାଲରେ ଭର୍ତ୍ତି କରାଯାଇଛି ।

ଆହୁରି ପଢନ୍ତୁ : ମାର୍ଚ୍ଚ ୨ରେ ଶ୍ରୀମନ୍ଦିର ପରିଚାଳନା କମିଟି ବୈଠକ, ରତ୍ନ ଅଳଙ୍କାର ଗଣତି ମଣତି ପାଇଁ ସ୍ଥିର ହେବ ତାରିଖ