ଭଦ୍ରକ, ୩।୬ : ଲାଞ୍ଚ ନେବା ବେଳେ ଇନକମ ଟ୍ୟାକ୍ସ ଅଫିସରକୁ ମାଡ଼ି ବସିଲା ସିବିଆଇ। ଭୁବନେଶ୍ୱର ସିବିଆଇ ଟିମ ହାତରେ ଇନକମ ଟ୍ୟାକ୍ସ ଅଫିସର I ଏହି ଅଫିସର ଜଣକ ହେଉଛନ୍ତି ଭଦ୍ରକ ଆୟକର ବିଭାଗ କାର୍ଯ୍ୟାଳୟର ଅଫିସ ସୁପରିଣ୍ଟେଣ୍ଡେଣ୍ଟ ରମେଶ କୁମାର ମହାନ୍ତି।

ଏକ ଡୁପ୍ଲିକେଟ୍ (ନକଲି) ପ୍ୟାନ୍ କାର୍ଡକୁ ବାତିଲ୍ /ଡିଲିଟ୍ କରିବା ପାଇଁ ୫,୦୦୦/- ଟଙ୍କା ଲାଞ୍ଚ ଦାବି କରିଥିଲେ ଇନକମ ଟ୍ୟାକ୍ସ ଅଫିସର। ବୁଧବାର ଅଭିଯୋଗକାରୀଙ୍କଠାରୁ ୪,୦୦୦ ଟଙ୍କା ଲାଞ୍ଚ ନେଉଥିବା ସମୟରେ ରମେଶ କୁମାର ମହାନ୍ତିଙ୍କୁ ସିବିଆଇ ଟିମ୍ ଗିରଫ କରିଥିଲା। ବର୍ତ୍ତମାନ ରମେଶ କୁମାର ମହାନ୍ତିଙ୍କ ବିରୋଧରେ ମାମଲା ରୁଜୁ କରାଯାଇଛି। ଅଭିଯୁକ୍ତଙ୍କୁ ଅଟକ ରଖି ଅଧିକ ତଦନ୍ତ ଜାରି ରଖିଛି ସିବିଆଇ।

ଆହୁରି ପଢନ୍ତୁ : ଶିକ୍ଷାନୁଷ୍ଠାନରେ ଆଡମିଶନ ପାଇଁ ଆବଶ୍ୟକୀୟ ପ୍ରମାଣପତ୍ର ତୁରନ୍ତ ଦେବାକୁ ରାଜସ୍ୱ ସଚିବଙ୍କ ନିର୍ଦ୍ଦେଶ