ପ୍ରମୂଖ ଖବର
  • ତାଳଚେର ହାଣ୍ଡିଧୁଆ ସ୍କୁଲର ରୂପାନ୍ତରଣ ପ୍ରକଳ୍ପର ଶୁଭାରମ୍ଭ କଲେ କେନ୍ଦ୍ରମନ୍ତ୍ରୀ
  • ||
  • ତାଳଚେରରେ “ଏକ୍ ପେଡ୍ ମା’ କେ ନାମ ୨.୦” ଅଭିଯାନ ଶୁଭାରମ୍ଭ କଲେ କେନ୍ଦ୍ରମନ୍ତ୍ରୀ
  • ||
  • କଟକ : ଟ୍ରକ୍ ଧକ୍କାରେ ମହିଳା ହୋମଗାର୍ଡଙ୍କ ମୃତ୍ୟୁ, ଚାଳକ ଥାନାରେ ଅଟକ
  • ||
  • ଯାଜପୁର : ନଦୀରେ ଗାଧୋଇବାକୁ ଯାଇ ନିଖୋଜ ହୋଇଥିଲେ ବୃଦ୍ଧ, ମତ୍ସ୍ୟଜୀବୀଙ୍କ ଜାଲରୁ ମୃତଦେହ ଉଦ୍ଧାର
  • ||
  • କଟକ : ବୋଲେରୋ ଧକ୍କାରେ ସ୍ୱାମୀ ମୃତ, ସ୍ତ୍ରୀ ଓ ଝିଅ ଗୁରୁତର
  • ||
  • ଆଫ୍ରିକାରେ ୩ ଭାରତୀୟଙ୍କୁ ଅପହରଣ କରିନେଲେ ଅଲ୍ କାଏଦା ଆତଙ୍କୀ, ସୁରକ୍ଷିତ ଉଦ୍ଧାର ପାଇଁ ଭାରତର ପ୍ରକ୍ରିୟା
  • ||
  • ବୌଦ୍ଧ : ବାପାଙ୍କ ମୃତ୍ୟୁ ଖବର ଶୁଣି ଘରକୁ ଯାଉଥିଲେ ଦମ୍ପତି, ଦୁର୍ଘଟଣାରେ ଚାଲିଗଲା ଜୀବନ
  • ||
  • ବାଲେଶ୍ୱର : ବିପଦ ସଂକେତ ତଳେ ସୁବର୍ଣ୍ଣରେଖା, ଏବେବି ପାଣି ଘେରରେ ୨୦ରୁ ଅଧିକ ଗାଁ
  • ||
  • ୭ ଯାଏ ବର୍ଷା, ପଶ୍ଚିମ ଓଡ଼ିଶାରେ ପ୍ରବଳ ଛେଚିବ
  • ||
  • ଇଣ୍ଡୋନେସିଆ ବାଲିରେ ଅଘଟଣ, ୬୫ ଯାତ୍ରୀଙ୍କୁ ନେଇ ଯାଉଥିବା ଡଙ୍ଗା ବୁଡ଼ି ୪ ମୃତ, ଅନେକ ନିଖୋଜ
  • ||

୭୦ ହଜାର ଦେଲେ ମିଳୁଛି ଡାକ୍ତରୀ ଡିଗ୍ରୀ, ଗ୍ୟାଙ୍ଗର ମୁଖ୍ୟ ଅଭିଯୁକ୍ତଙ୍କ ସହ ଗିରଫ ହେଲେ ୧୪ ନକଲି ଡାକ୍ତର

Published By : Swapna Ray | December 6, 2024 3:37 PM

ଗୁଜୁରାଟ, ୬।୧୨: ପାଠ ପଢ଼ା ଦରକାର ନାହିଁ, କେବଳ ୭୦ ହଜାର ଟଙ୍କା ଦିଅ ଡାକ୍ତରୀ ଡିଗ୍ରୀ ନିଅ । ମାତ୍ର, ଅଷ୍ଟମ ଶ୍ରେଣୀ ପାସ୍ କରିଥିବା ଲୋକେ ମଧ୍ୟ ଏହି ଡାକ୍ତରୀ ସାର୍ଟିଫିକେଟ୍ କିଣି ପାଲଟିଥିଲେ ଡାକ୍ତର । ଏଭଳି ଏକ ରାକେଟ୍‌କୁ ଫର୍ଦ୍ଦାଫାସ କରିଛି ଗୁଜରାଟର ସୁରଟ ପୁଲିସ । ଏହି ଗ୍ୟାଙ୍ଗର ମୁଖ୍ୟଙ୍କ ସହିତ ଟଙ୍କା ଦେଇ ଡାକ୍ତରୀ ଡିଗ୍ରୀ କିଣିଥିବା ୧୪ ନକଲି ଡାକ୍ତରଙ୍କୁ ପୁଲିସ ଗିରଫ କରିଛି । ଏହି ଗ୍ୟାଙ୍ଗର ମୁଖ୍ୟ ଅଭିଯୁକ୍ତଙ୍କ ନାଁ ଡାକ୍ତର ରମେଶ ଗୁଜରାଟୀ । ଏହି ଗ୍ୟାଙ୍ଗର ଡାଟାବେସ୍‌ରେ ୧୨୦୦ଟି ନକଲି ଡାକ୍ତରୀ ଡିଗ୍ରୀ ଥିବା ଜଣାପଡ଼ିଛି । 

ପୁଲିସର ସୂଚନାନୁସାରେ, ସେମାନଙ୍କର ସଂସ୍ଥା (ବୋର୍ଡ ଅଫ୍ ଇଲେକ୍ଟ୍ରୋ ହୋମିଓପାଥି, ଗୁଜରାଟ) ରାଜ୍ୟ ସରକାରଙ୍କ ଆୟୁଷ ବିଭାଗ ସହିତ ଚୁକ୍ତି କରିଛି ବୋଲି ଲୋକଙ୍କୁ କହିଥିଲେ । ଡାକ୍ତରୀ ଡିଗ୍ରୀ ପ୍ରଦାନ କରିବାକୁ ଓ ପ୍ରଶିକ୍ଷଣ ଦେବାକୁ ସେମାନେ ପ୍ରତ୍ୟେକ ଲୋକଙ୍କଠାରୁ ୭୦ ହଜାର ଟଙ୍କା ନେଉଥିଲେ । ଏହା ସହିତ ସେମାନେ ନକଲି ଡାକ୍ତରମାନଙ୍କୁ କହୁଥିଲେ ଯେ, ସେମାନେ ଏହି ସାର୍ଟିଫିକେଟ୍ ଦ୍ୱାରା ଏଲୋପାଥି ଓ ହୋମିଓପାଥି ଚିକିତ୍ସା କରିପାରିବେ । ଟଙ୍କା ପାଇବାର ମାତ୍ର, ୧୫ ଦିନ ମଧ୍ୟରେ ମିଳୁଥିଲା ଡାକ୍ତରୀ ଡିଗ୍ରୀ । କିନ୍ତୁ, ଏହି ଡିଗ୍ରୀ ବୈଧ ଅବଧି ରହିଥିଲା । ପ୍ରତିବର୍ଷ ସେଗୁଡ଼ିକର ରିନ୍ୟୁ କରିବାକୁ ଏ ବାବଦକୁ ୫ ହଜାରରୁ ୧୫ ହଜାର ଟଙ୍କା ଦାବି କରୁଥିଲେ । ଯଦି କୌଣସି ନକଲି ଡାକ୍ତର ରିନ୍ୟୁ କରିବାକୁ ଫି’ ଦେଉନଥିଲେ, ତେବେ ଗ୍ୟାଙ୍ଗର ସଦସ୍ୟମାନେ ସେମାନଙ୍କୁ ଧମକଚମକ ଦେଉଥିଲେ । 

Prameya Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.