ସୋନପୁର, ୨୮।୫ : ସୁବର୍ଣ୍ଣପୁର ଜିଲ୍ଲାରେ କାଳ ବୈଶାଖୀ ପ୍ରଭାବରେ ପ୍ରବଳ ପବନ ସାଙ୍ଗକୁ ଘଡଘଡି ବିଜୁଳି ସହ ତୁହାକୁ ତୁହା ବର୍ଷା ହୋଇଛି। ଜିଲାରେ ପ୍ରବଳ ପବନ ହେବାରୁ ବିଜେପୁର ଠାରେ ଥିବା ପେଟ୍ରୋଲ ପମ୍ପର ଛାତ ଉଡିଯାଇଥିବା ବେଳେ ବିନିକା ସିଙ୍ଗିଯୁବା ଅଞ୍ଚଳରେ ରାସ୍ତା ଉପରକୁ ଉଡି ଆସିଛି କାଠ ତିଆରି ଦୋକାନ l

ଅନେକ ସ୍ଥାନରେ ବଡ଼ ବଡ଼ ଗଛ ପଡି ରାସ୍ତା ଅବରୋଧ ହୋଇଥିବାରୁ ଅଗ୍ନିଶମ କର୍ମଚାରୀ ଗଛ କାଟିବାରେ ଲାଗିପଡିଛନ୍ତି l ଦୀର୍ଘ ଦୁଇ ଘଣ୍ଟା ହେବ ବିଦ୍ୟୁତ ସରବରାହ ବନ୍ଦ ରହିଛି l ସୁବର୍ଣ୍ଣପୁର ସହରର ଦୋକାନ ଗୁଡିକର ଆଜବେଷ୍ଟସ ଭାଙ୍ଗି ରାସ୍ତା ଉପରକୁ ଆସିଥିବା ଦେଖାଦେଇଛି l

ଆହୁରି ପଢନ୍ତୁ : କୋଇଲା ଟ୍ରକରୁ ବାହାରିଲା ୧୩.୮୫ କ୍ୱିଣ୍ଟାଲ ଗଞ୍ଜେଇ, ୨ ଗିରଫ