ପ୍ରମୂଖ ଖବର
  • କେନ୍ଦୁଝର : ଗଛ ତଳେ ବସିଥିଲେ, ବଜ୍ରପାତରେ ଚାଳିଗଲା ଦମ୍ପତିଙ୍କ ଜୀବନ
  • ||
  • ଓଡ଼ିଶା ଗ୍ରାମ୍ୟ ବ୍ୟାଙ୍କର କୁଚେଇ ଶାଖାରୁ ବନ୍ଧୁକ ଦେଖାଇ ଲକ୍ଷାଧିକ ଟଙ୍କା ଲୁଟ୍
  • ||
  • ବାରିପଦା : ପୂର୍ବ ଶତ୍ରୁତା ଓ ଛେଳି ଚୋରିକୁ ନେଇ ପୁଅକୁ ଗୁଳି, ମାଆକୁ ଛୁରାମାଡ
  • ||
  • ଯାତ୍ରା କଳିରେ ପଡିଲା ଯବନିକା, ୫ ବର୍ଷ ରହିବି ବର୍ଷେ ପରେ ମଞ୍ଚରେ ଚଢିବି କହିଲେ ପୀୟୂଷ
  • ||
  • ମହାକାଶକୁ ଉଡ଼ାଣ ଭରିବେ ଶୁଭାଂଶୁ ଶୁକ୍ଳା; ୬ ଥର ଘୁଞ୍ଚିଲା ପରେ ଆସନ୍ତାକାଲି ଲଞ୍ଚ ହେବ ଆକ୍ସିଓମ୍‌-୪ ମିଶନ୍
  • ||
  • ଗଞ୍ଜାମ: ୨ ଦଳିତଙ୍କୁ ଲଣ୍ଡା କରି ଆଣ୍ଠେଇ ଚଲାଇବା ମାମଲା, ଘଟଣାସ୍ଥଳକୁ ଯାଇ ଅନୁଧ୍ୟାନ କରିବ କଂଗ୍ରେସର ଫ୍ୟାକ୍ଟ ଫାଇଣ୍ଡିଂ ଟି
  • ||
  • ବୁଧବାର BMC କର୍ପୋରେସନ ବୈଠକ: ଏକାଧିକ ପ୍ରସ୍ତାବରେ ବାଜିବ ମୋହର, ଉଠିବ ଜଳବନ୍ଦୀ ଓ ଡେଙ୍ଗୁ ପ୍ରସଙ୍ଗ
  • ||
  • ପାଟନାରେ ପୂର୍ବାଞ୍ଚଳ ଶକ୍ତି ମନ୍ତ୍ରୀ ସମ୍ମିଳନୀ, ଆଜି ଯୋଗ ଦେବେ ଉପମୁଖ୍ୟମନ୍ତ୍ରୀ କନକବର୍ଦ୍ଧନ ସିଂହଦେଓ
  • ||
  • ମହାପ୍ରଭୁଙ୍କୁ ଲାଗି ହେବା ପୂର୍ବରୁ ଦଶମୂଳ ମୋଦକ ଚୋରି, ମାରା ମହୌଷଧି ଶ୍ରୀଜିଉଙ୍କୁ ଲାଗି ହେଲା କିପରି ?
  • ||
  • ଗୋପାଳପୁର ଗଣଦୁଷ୍କର୍ମ ମାମଲା, ୬ ଅଭିଯୁକ୍ତଙ୍କୁ ଦିନିକିଆ ରିମାଣ୍ଡରେ ନେବ କ୍ରାଇମ୍‌ବ୍ରାଞ୍ଚ
  • ||
  • କେନ୍ଦୁଝର: ଟ୍ରକ୍ ପଛରେ ପିଟିହେଲା କନ୍ୟାଯାତ୍ରୀ ବସ୍, ଜଣେ ମୃତ ୧୩ ଗୁରୁତର
  • ||
  • ଇରାନ୍-ଇସ୍ରାଏଲ୍ ଯୁଦ୍ଧ ନେଇ ଟ୍ରମ୍ପ୍‌ଙ୍କ ବଡ଼ ଘୋଷଣା, ୧୨ ଦିନ ପରେ ସମ୍ପୂର୍ଣ୍ଣ ଅସ୍ତ୍ରବିରତି ଘୋଷଣା
  • ||
  • ଘୂର୍ଣ୍ଣିବଳୟ ପ୍ରଭାବରେ ଲଗାଣ ବର୍ଷା: ସପ୍ତାହେ ଯାଏ ପ୍ରବଳ ଛେଚିବ,୨୫ରେ ୩ଟି,୨୬ରେ ୫ ଜିଲ୍ଲାକୁ ଅରେଞ୍ଜ ୱାର୍ଣ୍ଣିଂ
  • ||

କାର ସହ ୧୪୦ କେଜି ଗଞ୍ଜେଇ ଜବତ, ୨ ଗିରଫ

Published By : Suraj Kumar | June 24, 2025 11:11 PM

ସୋନପୁର ୨୪।୬ (ଆପ୍ର)-ଗଜେଇ ଚୋର ଚାଲାଣ କରୁଥିବା ଅଭିଯୋଗରେ ସୋନପୁର ଅବକାରୀ ବିଭାଗ ପକ୍ଷରୁ ୨ଜଣଙ୍କୁ ଗିରଫ କରାଯାଇଛି । ଗିରଫ ଅଭିଯୁକ୍ତମାନେ ହେଲେ ନୂଆପଡା ଜିଲ୍ଲା ଜଜ୍ଞ ଥାନା ଅର୍ନ୍ତଗତ ଖରିଆରରୋଡ ର ଲିଙ୍ଗ ସାହୁ(୪୨) ଏବଂ ବରଗଡ ଜିଲ୍ଲା ଝାରବନ୍ଧ ଥାନା ଅନ୍ତର୍ଗତ କୈଳାସପୁର ଗାଁର ଲମ୍ବଦୋର ଦଣ୍ଡସେନା(୩୮) । ଗଜେଇ ଚୋରାଚାଲାଣରେ ବ୍ୟବହୃତ ଏକ ନମ୍ବରବିହାନ କାର ସହ ୧୪୦କେଜି ଗଜେଇ ଏବଂ ୨ଟି ମୋବାଇଲ ଫୋନ ଅବକାରୀ ବିଭାଗ ପକ୍ଷରୁ ଜବତ କରାଯାଇଛି । 

ଅବକାରୀ ବିଭାଗ ପକ୍ଷରୁ ମିଳିଥିବା ସୂଚନା ଅନୁଯାୟୀ ବୈଦ୍ଧ ଜିଲ୍ଲା ପଟରୁ ସୋନପୁର ପଟକୁ ଏକ କାର ରେ ଗଞ୍ଜେଇ ଚୋରା ଚାଲାଣ ହେଉଥିବା ନେଇ ବିଶ୍ବସ୍ଵ ସୂତ୍ର ରୁ ଖବର ପାଇଁ ସୋନପୁର-ମନମୁଣ୍ଡା ରାସ୍ତାରେ ଅବକାରୀ ବିଭାଗ ପକ୍ଷରୁ ପାଟ୍ରୋଲିଂ ଜାରି ରହିଥିଲା । ତେବେ ଅଭିଯୁକ୍ତମାନେ କାରରେ ଗଞ୍ଜେଇ ଧରି ସକାଳୁ ବୈଦ୍ଧ ଜିଲ୍ଲା ପଟରୁ ମନମୁଣ୍ଡା ଦେଇ ସୋନପୁର ପଟକୁ ଆସୁଥିବା ବେଳେ ସ୍ଥାନୀୟ କୁଞ୍ଜ ଛକ୍ ରେ ଅବକାରୀ ବିଭାଗ ପକ୍ଷରୁ ଉଚ୍ଚ କାରୁ ସନ୍ଦେହରେ ଅଟକାଯାଇ ଯାଞ୍ଚ କରାଯାଇଥିଲା। ତେବେ କାରରେ ଗଞ୍ଜେଇ ଥିବା ଜଣାପଡିବା ପରେ ଅଭିଯୁକଙ୍କୁ ଗିରଫ କରାଯାଇ ସୋନପୁର ଅବକାରୀ କାର୍ଯ୍ୟାଳୟକୁ ଅଣାଯାଇଥିଲା । ସେଠାରେ ଅବଶ୍ୟକ ଯାଞ୍ଚ ପରେ ଅଭିଯୁକ୍ତ ଦ୍ୱାୟଙ୍କ ନାଁରେ ଏକ ମାମଳା ରୁଜୁ କରାଯାଇ ଉଭୟଙ୍କୁ କୋର୍ଟଚାଲାଣ କରାଯାଇଥିଲା । ଅବକାରୀ ଅଧିକ୍ଷକ ପ୍ରବାରକୁମାର ସାମଳଙ୍କ ନିର୍ଦ୍ଦେଶକ୍ରମେ ଇନ୍ସପେକ୍ଟର ପ୍ରକାଶକୁମାର ସା, ହରପ୍ରସାଦ ରଣା, ଏସଆଇ ସାନ୍ତାଳୁ କୁମାର ପଟ୍ଟନାୟକ, ଏଏସଆଇ ଲୋକନାଥ ବେହେରା, ପ୍ରଭାତ ସାହୁ, ଗଣେଶ ଭୁଏ. ସମିର ମିଶ୍ର ଏବଂ ଆକଶ କୁମାର ସବୁ ପ୍ରମୁଖ ଏହି ଚଢାଉରେ ସାମିଲ ଥିଲେ ।

Prameya Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.