ପୁରୀ,୧୯/୦୭ ରଥଯାତ୍ରାରେ ପୁରୀ ମହାନଗର ନିଗମ ପକ୍ଷରୁ ମେଗା ସଫେଇ ଅଭିଯାନ ଜାରି ରହିଛି । ଏହି କ୍ରମରେ ୧,୪୫୧ ଜଣ ସଫେଇ କର୍ମଚାରୀ, ୫୭୦ଟି ଆବର୍ଜନା ସଂଗ୍ରହ ଗାଡ଼ି, ୧୫ଟି ସେସପୁଲ୍ ଗାଡ଼ି ଏବଂ ୩ଟି ମେକାନିକାଲ୍ ରୋଡ୍ ସ୍ୱିପିଂ ମେସିନ୍ ନିୟୋଜିତ ହୋଇଛି । ବର୍ଷାର ମୁକାବିଲା ନିମନ୍ତେ ମହାନଗର ନିଗମ ପକ୍ଷରୁ ୨୩ଟି ନିର୍ଦ୍ଧାରିତ ପାର୍କିଂ ସ୍ଥଳରେ ରକ୍ଷଣାବେକ୍ଷଣ ଦଳ ସହ ଜରୁରୀକାଳୀନ ମରାମତି ପାଇଁ ବଫର୍ ନିର୍ମାଣ ସାମଗ୍ରୀ ପ୍ରସ୍ତୁତ ରଖାଯାଇଛି ।

ଜଳବନ୍ଦୀ ପ୍ରବଣ ଅଞ୍ଚଳରୁ ତୁରନ୍ତ ଜଳ ନିଷ୍କାସନ ଏବଂ ଭକ୍ତଙ୍କ ଅବାଧ ଯାତାୟାତ ପାଇଁ ମହାନଗର ନିଗମ ୩୮ଟି ଡିୱାଟରିଂ ପମ୍ପ, ଅଗ୍ନିଶମ ସେବା ବିଭାଗର ୫୦ଟି ଅତିରିକ୍ତ ପମ୍ପ ଏବଂ ମିନିଟ୍ ପ୍ରତି ପ୍ରାୟ ୩,୦୦୦ ଲିଟର ଜଳ ନିଷ୍କାସନ କ୍ଷମତା ସମ୍ପନ୍ନ ୧୦ଟି ଉଚ୍ଚ କ୍ଷମତା ସମ୍ପନ୍ନ ପମ୍ପ ସେଟ୍ କାର୍ଯ୍ୟ କରୁଛି । ପୁଲିସ କ୍ୟାମ୍ପ, ପାର୍କିଂ ସ୍ଥଳ ଓ ଜନଗହଳିପୂର୍ଣ୍ଣ ଅଞ୍ଚଳରେ ପ୍ରାୟ ୧,୬୦୦ଟି ଅସ୍ଥାୟୀ ଓ ମୋବାଇଲ ଶୌଚାଳୟ ସ୍ଥାପନ କରାଯାଇଛି । ଏହାସହ ନିରାପଦ ଯାତାୟାତ ପାଇଁ ବିଭିନ୍ନ ଗୁରୁତ୍ୱପୂର୍ଣ୍ଣ ସ୍ଥାନରେ ପ୍ରାୟ ୩,୦୦୦ଟି ଅସ୍ଥାୟୀ ଆଲୋକ ବ୍ୟବସ୍ଥା କରାଯାଇଛି । କୌଣସି ଯାନ୍ତ୍ରିକ ତ୍ରୁଟିର ତୁରନ୍ତ ନିରାକରଣ ପାଇଁ ମେଣ୍ଟେନାନ୍ସ ଟିମ୍ ପ୍ରସ୍ତୁତ ରଖାଯାଇଛି ।

ଅଧିକ ପଢ଼ନ୍ତୁ :- ସ୍ତ୍ରୀ ଜନ୍ମଦିନରେ ସ୍ୱାମୀଙ୍କ ସନ୍ଦେହଜନକ ମୃତ୍ୟୁ ଘଟଣା: ପକ୍ଷାଘାତରେ ପୀଡ଼ିତ ବାପା- ମା'ଙ୍କ ଆଖିରୁ ଶୁଖୁନି ଲୁହ, ପତ୍ନୀ ପାଇଁ ଦେଢ଼ କୋଟିର ଜାଗା କିଣିଥିଲେ ରଶ୍ମି

ରାଜ୍ୟ ଗୃହନିର୍ମାଣ ଓ ନଗର ଉନ୍ନୟନ ମନ୍ତ୍ରୀ ଡା. କୃଷ୍ଣଚନ୍ଦ୍ର ମହାପାତ୍ର ଏନେଇ କହିଛନ୍ତି, ପ୍ରବଳ ବର୍ଷା ସତ୍ତେ୍ୱ ଆନ୍ତଃ-ବିଭାଗୀୟ ସମନ୍ୱୟ ଯୋଗୁଁ ସ୍ୱଚ୍ଛତା ବଜାୟ ରଖିବା, ଜଳବନ୍ଦୀ ସମସ୍ୟାର ସମାଧାନ ଏବଂ ସାଧାରଣ ସୁବିଧା ସୁଯୋଗର ସୁପରିଚାଳନା କରାଯାଇଛି । ମୁଖ୍ୟ ରାସ୍ତାଗୁଡ଼ିକୁ ଜବରଦଖଲ ଉଚ୍ଛେଦ କରାଯାଉଛି । ସହରର ୩୦୦ରୁ ଅଧିକ ମୁଖ୍ୟ ନାଳର ସଫେଇ କରାଯିବା ସହ ୩ ଫୁଟରୁ ଅଧିକ ଗଭୀର ଥିବା ସମସ୍ତ ନାଳକୁ କଂକ୍ରିଟ୍ ସ୍ଲାବ୍ ଦ୍ୱାରା ଆବୃତ କରାଯାଇଛି । ଗୃହନିର୍ମାଣ ଓ ନଗର ଉନ୍ନୟନ ବିଭାଗର ଅତିରିକ୍ତ ମୁଖ୍ୟ ଶାସନ ସଚିବ ଉଷା ପାଢ଼ୀ କହିଛନ୍ତି, ଚଳିତ ବର୍ଷ ନାଗରିକ ସେବା ପ୍ରଦାନ ପ୍ରକ୍ର ିୟାକୁ ଅତ୍ୟନ୍ତ ସୁସଂଗଠିତ, ପ୍ରଯୁକ୍ତିଭିତ୍ତିକ ଓ ଉତ୍ତରଦାୟୀ କରାଯାଇଛି । ସ୍ୱଚ୍ଛତା ଭିତ୍ତିଭୂମି ପାଇଁ ଜିଓ ଟ୍ୟାଗିଂର ବ୍ୟବହାର, ନିରନ୍ତର କ୍ଷେତ୍ର ପରିଦର୍ଶନ ଏବଂ ସଫେଇ କର୍ମଚାରୀ ଓ ପ୍ରଶାସନିକ ଅଧିକାରୀଙ୍କ ୨୪ ଘଣ୍ଟା ନିୟୋଜନ କରାଯାଇଛି ।