ନୂଆଦିଲ୍ଲୀ,୨୮/୦୫: ବିଦ୍ୟାର୍ଥୀଙ୍କ ପାଇଁ ଖୁସି ଖବର । ଚଳିତ ଶିକ୍ଷାବର୍ଷରୁ ୧୫ ବିଦେଶୀ ବିଶ୍ୱବିଦ୍ୟାଳୟ ଭାରତରେ ସେମାନଙ୍କର ବ୍ରାଞ୍ଚ ଖୋଲିବେ । ବିଶେଷ କରି ବିଜ୍ଞାନ, ଟେକ୍ନୋଲୋଜି, ଇଞ୍ଜିନିୟରିଂ ଓ ଗଣିତ ଷ୍ଟ୍ରିମରେ ବିଶ୍ୱ ବିଦ୍ୟାଳୟ ତାର ଶାଖା ଖୋଲିବ । ଏ ନେଇ କେନ୍ଦ୍ର ଶିକ୍ଷାମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ସୂଚନା ଦେଇଛନ୍ତି । ଲିବରପୁଲ ବିଶ୍ୱବିଦ୍ୟାଳୟ ସୋମବାର ଔପଚାରିକ ଭାବେ ବେଙ୍ଗାଲୁରୁ ସହ ତାର ବ୍ରାଞ୍ଚ ଖୋଲିବା ନେଇ ଅନୁମତି ଦେଇଛି ।
କେନ୍ଦ୍ର ଶିକ୍ଷାମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ କହିଛନ୍ତି, ''ଲିବରପୁଲ ବିଶ୍ୱବିଦ୍ୟାଳୟ ଭାରତରେ ତାର ଉପସ୍ଥିତି ସାର୍ବଜନିକ ଘୋଷଣା କରିବାରେ ଚତୁର୍ଥ ବିଦେଶୀ ବିଶ୍ୱବିଦ୍ୟାଳୟ ହୋଇଛି । ଚଳିତ ଶିକ୍ଷାବର୍ଷ ସୁଦ୍ଧା ୧୫ ବିଶ୍ୱ ବିଦ୍ୟାଳୟ ଭାରତରେ ସେମାନଙ୍କ ବ୍ରାଞ୍ଚ ଖୋଲିବେ । ବିଶେଷ କରି ଏସଟିଇଏମ୍ବିରେ ହେବ । ଏହି ବିଶ୍ୱବିଦ୍ୟାଳୟ ୧୮୮୧ରେ ସ୍ଥାପିତ ହୋଇଥିଲା । ଏହା ପ୍ରତିଷ୍ଠିତ ରସେଲ୍ ସମୂହର ସଦସ୍ୟ ଅଛନ୍ତି । ସାଉଥମପ୍ଟେନ ପ୍ରଥମ ବିଶ୍ୱବିଦ୍ୟାଳୟ ଭାବେ ୨୦୨୩ରେ ୟୁଜିସି ଗ୍ରାଣ୍ଟ ପାଇଥିଲା ।୨୦୪୭ ସୁଦ୍ଧା ବିକଶିତ ଭାରତ ଲକ୍ଷ୍ୟ ରଖାଯାଇଛି । ୨୦୨୦ ଏନଇପି ଲାଗୁ ହୋଇଛି ।''
୨୦୨୬ ଅଗଷ୍ଟରେ ସ୍ନାତ୍ତକ ଓ ସ୍ନାତ୍ତକତ୍ତୋର ଛାତ୍ରଙ୍କ ପ୍ରଥମ ବ୍ୟାଚକୁ ସ୍ବାଗତ କରିବାକୁ ପ୍ରସ୍ତୁତ ହେଉଛି । ବିଶ୍ୱବିଦ୍ୟାଳୟ ଆରମ୍ଭରେ ବିଜନେସ୍ ମ୍ୟାନେଜମେଣ୍ଟ, ଆକାଉଣ୍ଟିଂ ଓ ଫାଇନାନ୍ସ, କମ୍ପ୍ୟୁଟର ସାଇନ୍ସ ଓ ବାଓମେଡ଼ିକାଲ ସାଇନ୍ସରେ ପାଠ୍ୟକ୍ରମ ଆରମ୍ଭ ହେବ । ବେଙ୍ଗାଲୁରୁ କ୍ୟାମ୍ପସରେ ରିସର୍ଜ ସମେତ ପାଠ୍ୟକ୍ରମକୁ ଗୁରୁତ୍ୱ ଦିଆଯିବ ।