ନୂଆପଡା,୦୧/୦୩:   BBM ଅର୍ଥାତ୍ ବଲାଙ୍ଗୀର, ବରଗଡ଼, ମହାସମୁନ୍ଦ ଡିଭିଜନ କମିଟିର ୧୫ ମାଓବାଦୀଙ୍କ ଆତ୍ମସମର୍ପଣ। ପଡୋଶୀ ଛତିଶଗଡ ମହାସମୁନ୍ଦ ଜିଲ୍ଲା ବଲୋଦା ଥାନାରେ ରାତି ୨ ରୁ ୪ଟା ସମୟରେ ଆତ୍ମସମର୍ପଣ କରିଛନ୍ତି। ଓଡିଶାର ପଶ୍ଚିମ ସବ ଜୋନାଲ ବ୍ୟୁରୋ ସଚିବ ବିକାଶ ସହ ୧୫ ଜଣ ହତିଆର ସହ କଲେ ଆତ୍ମ ସମର୍ପଣ। ବିକାଶର ମୁଣ୍ଡ ଉପରେ ୨୫ ଲକ୍ଷର ପୁରସ୍କାର ରାଶି ଥିବା ବେଳେ ଆତ୍ମ ସମର୍ପଣ କରିଥିବା ନକ୍ସଲ ଭିତରେ ୯ ମହିଳା ଓ ୬ ପୁରୁଷ ସାମିଲ ଥିବା ଜଣାପଡିଛି। ତେବେ ଆଜି ଦିନ ଗୋଟାଏରେ ସବୁ ଖୁଲାସା ହେବା ନେଇ ମହାସମୁନ୍ଦ ଏସପି ପ୍ରଭାତ କୁମାର  ସୂଚନା ଦେଇଛନ୍ତି। 

ଆହୁରି ପଢନ୍ତୁ- ଟୁଙ୍ଗୁରୁ ଭୋଳ ପୁଣି ଗିରଫ, ଏଥର ପାଣି ପମ୍ପ ଚୋରି କରି ଧରାପଡ଼ିଲା...​​​​​​​