ନୀଳଗିରି,୬/୧ : ନୀଳଗିରି ଅଞ୍ଚଳରେ ଜାମୁଡିହା-୨ ଅଞ୍ଚଳରେ ନୀଳଗିରି ପୁଲିସ ଚଢ଼ାଉ କରିଛି। ମାଜିଷ୍ଟ୍ରେଟଙ୍କ ଉପସ୍ଥିତରେ ନୀଳଗିରି ଏସଡିପିଓ ପ୍ରମୋଦ କୁମାର ମଲ୍ଲିକ ଆଇଆଇସିଙ୍କ ସହ ପୁଲିସ ଫୋର୍ସ ନେଇ ଅଚାନକ ଚଢ଼ାଉ କରିଥିଲେ। ଏ ନେଇ ୫ ଟି ଜେସିବି ମେସିନ ଓ ୫ଟି କମ୍ପ୍ରେସର ସହ ଟ୍ରାକ୍ଟର,୫ଟି ଡ଼ମ୍ଫର ମୋଟ ୧୫ ଟି ଗାଡ଼ି ଜବତ କରାଯାଇ
ଜାମୁଡିହା ମୌଜାରେ ଲିଜ ଆକାରରେ ଏକ ପଥର ଖାଦାନ ଦିଆଯାଇଥିଲା। ଖାଦାନ ଚାଲିବା ପାଇଁ ୨୩ ଡିସେମ୍ବର ପର୍ଯ୍ୟନ୍ତ ଅନୁମତି ଥିଲା। ସେହି ଖାଦାନରୁ ୨ ପୋଖଲୀନ ଓ ୨ ଟି ଟ୍ରକ,୪ ଟି କମ୍ପ୍ରେସର ଜବତ ହୋଇଥିବା ବେଳେ ବାକି ସବୁ ବାହାରୁ ଜବତ ହୋଇଛି। ଖଣିଜ ଅଧିକାରୀ ପରେ ଯାଇ ଗାଡି ଜବତ କରିବା ସହ ଏହା ତଦନ୍ତ କରି ଫାଇନ ଆଦାୟ ହେବ ନଚେତ ମାମଲା ରୁଜୁହେବ ବୋଲି କହିଛନ୍ତି।