ସୋନପୁର,୫।୪ : କୋଲଡ୍ରିଙ୍କସ ବୋଝେଇ ପିକଅପରୁ ଲକ୍ଷାଧିକ ଟଙ୍କାର କଫ ସିରଫ ଜବତ । ପିକଅପ ଭ୍ୟାନରୁ ୧୫୦ ପ୍ୟାକେଟରୁ ମୋଟ ୩୭୫୦ ବୋତଲ କଫ ସିରଫ ପୁଲିସ ଜବତ କରିଛି। ଏଥିସହ ୨ ଜଣଙ୍କୁ ପୁଲିସ ଅଟକ ରଖିଛି। ଜବତ କଫ ସିରଫର ମୂଲ୍ୟ ୨୦ ଲକ୍ଷ ଟଙ୍କା ହେବ।
ସୁବର୍ଣ୍ଣପୁର ଜିଲ୍ଲା ସଦର ବ୍ଳକ ଛକଠାରେ ଏକ କୋଲଡ୍ରିଙ୍କସ ବୋଝେଇ ପିକଅପ ଗାଡିକୁ ସନ୍ଦେହରେ ସୁବର୍ଣ୍ଣପୁର ପୁଲିସ ଅଟକାଇ ଯାଞ୍ଚ ପରେ କଫସିରଫ ଥିବା ଜାଣିବାକୁ ପାଇଥିଲା l କୋଲଡ୍ରିଙ୍କସ ଭିତରେ ୧୫୦ ପ୍ୟାକେଟ କଫ ସିରଫ ଥିବା ଜଣାପଡିଥିଲା l ମାଜିଷ୍ଟ୍ରେଟଙ୍କ ଉପସ୍ଥିତିରେ ଗଣତି ପରେ ଗାଡ଼ିରେ ଥିବା ୧୫୦ ପ୍ୟାକେଟରେ ୩୭୫୦ ବୋତଲ କଫସିରଫ ରହିଥିବା ଜଣାପଡିଛି l ଜବତ ହୋଇଥିବା କଫସିରଫ ବଜାରରେ ୨୦ ଲକ୍ଷ୍ ଟଙ୍କା ହେବ ବୋଲି ଜଣାପଡିଛି l ଏହି କଫସିରଫ କଟକ ଅଞ୍ଚଳରୁ ଆସି ବରଗଡ ବଲାଙ୍ଗୀର ଅଞ୍ଚଳକୁ ଯାଉଥିବା ସୁବର୍ଣ୍ଣପୁର ଆରକ୍ଷୀ ଅଧିକ୍ଷକ ସୂଚନା ଦେଇଛନ୍ତି l