ଭୋଗରାଇ, ୧୬/୦୧ : ଅବକାରୀ ବିଭାଗକୁ ବଡ଼ ସଫଳତା। ବାଲେଶ୍ଵର ଜିଲ୍ଲା ଭୋଗରାଇ ବ୍ଳକ ସରସ୍ବତୀପୁରରୁ ୧୬ ଲକ୍ଷ ଟଙ୍କାର ବ୍ରାଉନସୁଗର ଜବତ। ବିକ୍ରି ହେଉଥିବା ବେଳେ ଗ୍ରାହକ ବେଶରେ ଆସି ମାଡ଼ି ବସିଲା ଜଳେଶ୍ୱର ଓ ଭୋଗରାଇ ଅବକାରୀ ବିଭାଗ। ବ୍ରାଉନସୁଗର ବେପାରୀ ଗିରଫ। ଗୋଟିଏ ବାଇକ୍ ଓ ନଗଦ ୧୦୭୦ ଟଙ୍କା ଜବତ।
ସୂଚନାନୁଯାୟୀ, ବାଲେଶ୍ୱର ଜିଲ୍ଲା ଭୋଗରାଇ ବ୍ଳକ ସାନତେଘରି ଗ୍ରାମରେ ବିଜୟ କୁମାର ସାହୁ ପଶ୍ଚିମବଙ୍ଗରୁ ବ୍ରାଉନସୁଗର ଆଣି ଭୋଗରାଇ ବ୍ଳକ ସରସ୍ବତୀପୁର ଠାରେ ବିକ୍ରି କରୁଥିଲେ। ଏନେଇ ଖବର ପାଇବା ପରେ ଜଳେଶ୍ୱର ଓ ଭୋଗରାଇ ଅବକାରୀ ବିଭାଗ ଫିଲ୍ମ ଷ୍ଟାଇଲରେ ମାଡି ବସିଥିଲେ। ସମ୍ପୃକ୍ତ ଯୁବକଙ୍କୁ ଠାରୁ ୧୬୫ ଗ୍ରାମର ବ୍ରାଉନସୁଗର ସହ ଗୋଟିଏ ବାଇକ ଓ ନଗଦ ୧୦୭୦ ଟଙ୍କା ଜବତ ହୋଇଛି। ଯାହାର ଆନୁମାନିକ ମୂଲ୍ୟ ୧୬ ଲକ୍ଷ ୫୦ ହଜାର ଟଙ୍କା ହେବ ବୋଲି ଜଣା ପଡିଛି। ଏନେଇ ଉଭୟ ଜଳେଶ୍ୱର ଓ ଭୋଗରାଇ ଅବକାରୀ ପୁଲିସ ତଦନ୍ତ ଜାରି ରଖିଛି। ତେବେ ପଶ୍ଚିମବାଙ୍ଗରୁ କେମିତି ଓଡ଼ିଶା ସୀମା ଭିତରକୁ ଏତେ ମାତ୍ରାରେ ବ୍ରାଉନସୁଗର ଆସୁଛି ତାହା ଏବେ ଅବକାରୀ ବିଭାଗ ପାଇଁ ବଡ଼ ଚ୍ୟାଲେଞ୍ଜ ପାଲଟିଛି।
ଏହି ଖବରଟିକୁ ପଢନ୍ତୁ- ରାଜ୍ୟରେ ଶନିବାରଠାରୁ କମିବ ଥଣ୍ଡାର ପ୍ରଭାବ, ବଢିବ କୁହୁଡ଼ି