ପ୍ରମୂଖ ଖବର
  • ଟି-ଟ୍ୱେଣ୍ଟି ବିଶ୍ୱକପ୍‌ ୨୦୨୪: ଫ୍ଲୋରିଡାରେ ବନ୍ୟା, ୟୁଏସ୍‌ଏ-ଆୟର୍ଲାଣ୍ଡ୍‌ ମ୍ୟାଚ୍‌ ବାତିଲ ଆଶଙ୍କା
  • ||
  • ମଙ୍ଗଳବାର ଖୋଲିବ ସ୍କୁଲ: ପ୍ରଥମରୁ ଦିଆଯିବ ମଧ୍ୟାହ୍ନଭୋଜନ, ରୋଷେଇ ପୂର୍ବରୁ ସାମଗ୍ରୀ ଯାଞ୍ଚ କରିବାକୁ ନିର୍ଦ୍ଦେଶ
  • ||
  • ରଥଖଳା ହାଲ୍‌ଚାଲ୍‌...ପାଞ୍ଚ ଦେବ ଦମ୍ପତିଙ୍କୁ ଏକତ୍ର ପନ୍ତି ଅର୍ପଣ ସମ୍ପନ୍ନ, ଦଣ୍ଡାରେ ଲାଗିଲା ଆଗ-ପଛ ମୁହାଁଟ
  • ||
  • କୋଣାର୍କ ରାସ୍ତାରେ ଓଲଟିଲା ପିକଅପ୍ ଭ୍ୟାନ୍, ୨ ମୃତ ୧୦ରୁ ଉର୍ଦ୍ଧ୍ଵ ଆହତ
  • ||
  • ରଣେନ୍ଦ୍ର ପ୍ରତାପ ସ୍ୱାଇଁ ଅସ୍ଥାୟୀ ବାଚସ୍ପତି: ୧୮ ଓ ୧୯ରେ ବିଧାୟକଙ୍କ ଶପଥ ଉତ୍ସବ, ୨୦ରେ ବାଚସ୍ପତି ନିର୍ବାଚନ
  • ||
  • ଶୁକ୍ରବାର ଶ୍ରୀମନ୍ଦିର ନୀତି ସବ୍‌କମିଟି ଓ ଛତିଶା ନିଯୋଗ ବୈଠକ, ସ୍ନାନଯାତ୍ରା ନୀତି ନିର୍ଘଣ୍ଟକୁ ମିଳିବ ଅନୁମୋଦନ
  • ||
  • ରଜ ମଉଜକୁ ଫିକା କରିଦେବ ଗୁଳୁଗୁଳି, ଆସନ୍ତା ୨ ଦିନ ଯାଏ ତାତିରୁ ନାହିଁ ନିସ୍ତାର
  • ||

ଅନ୍ତେଷ୍ଟିକ୍ରିୟା ଭୋଜି ଖାଇ ୨ ମୃତ, ୩ ଗୁରୁତର : ଗାଁରେ ପହଞ୍ଚିଲା ସ୍ବାସ୍ଥ୍ୟ ଟିମ୍

କାଶୀପୁର,୩/୨ ରାୟଗଡା ଜିଲ୍ଲା ଦୋରଗୁଡା ଥାନା ଅନ୍ତର୍ଗତ କଣ୍ଟାମାଳ କୋରଳ ଗ୍ରାମର ଜଣେ ବ୍ୟକ୍ତିଙ୍କ ଅନ୍ତେଷ୍ଟିକ୍ରିୟା ଭୋଜିରେ ଖାଇ  ୨ ଜଣଙ୍କର ମୃତ୍ୟୁ ହେଇଥିବା ବେଳେ  ୩ ଜଣ ଗୁରୁତର ହୋଇଛନ୍ତି। ସେମାନଙ୍କୁ ପ୍ରଥମେ ଟିକିରି ଓ ପରବର୍ତ୍ତୀ ସମୟରେ ରାୟଗଡା ଜିଲ୍ଲା ମେଡ଼ିକାଲରେ ଭର୍ତ୍ତି କରାଯାଇଛି।

 କଣ୍ଟାମାଳ କୋରଳ ଗ୍ରାମରେ ଖୋଗ ଝୋଡ଼ିଆ  ଜ୍ୱରରେ ଆକ୍ରାନ୍ତ ହୋଇ ଚିକିତ୍ସାଧୀନ ଅବସ୍ଥାରେ ୩୧ତାରିଖରେ ମୃତ୍ୟୁ  ଘଟିଥିଲା। ତାଙ୍କ ଅନ୍ତେଷ୍ଟିକ୍ରିୟା ଭୋଜି ରେ ସମ୍ପର୍କୀୟ ଓ ସମାଜ ର ବନ୍ଧୁବର୍ଗ ଯୋଗ ଦେଇଥିଲେ । ଭୋଜି ଖାଇବାପରେ ଗାଁ ଶୁଖୁଆ ବାଡ଼ ର ବନ ଝୋଡ଼ିଆ ଙ୍କର ପେଟ ବ୍ୟଥା ହେବା ରୁ ସେଦିନ ସନ୍ଧ୍ୟାରେ ମୃତ୍ୟୁ ହୋଇଥିଲା। ସେହିପରି ଉକ୍ତ ଭୋଜିରେ ସାମିଲ ଥିବା ଅଭି ମୁଦୁଲି ଙ୍କର ସମାନ ଅଭିଯୋଗ ରେ କାଶୀପୁର ମେଡ଼ିକାଲ ରେ ଭର୍ତ୍ତି କରାଯିବା ସମୟରେ ଶୁକ୍ରବାର ସନ୍ଧ୍ୟାରେ ମୃତ୍ୟୁ ହେଇଯାଇଥିଲା । ଶନିବାର  ଉକ୍ତ ଭୋଜି ରେ ସାମିଲ ଥିବା  ଅନ୍ୟ ୩ ଜଣ ମଧ୍ୟରୁ ସିତରାମ ଲୋହରା, ରଘୁନାଥ ଗୌଡ଼ ଓ ପୁନିଆ ଝୋଡ଼ିଆ ପ୍ରମୁଖ ପେଟ ବ୍ୟଥା ରେ ଆକ୍ରାନ୍ତ ହେଇ ଗୁରୁତର ଭାବେ ଅସୁସ୍ଥ ହେଇଯାଇଥିଲେ । ଖବର ପାଇ ଶନିବାର ସକାଳୁ କାଶୀପୁର ସ୍ୱାସ୍ଥ୍ୟ ବିଭାଗ ର ଏକ ଟିମ କଣ୍ଟାମାଳ କୋରଳ ଗ୍ରାମରେ ପହଞ୍ଚି ପ୍ରାଥମିକ ଯାଞ୍ଚ ପରେ ଆକ୍ରାନ୍ତ ମଧ୍ୟରୁ  ସିତରାମ ଲୋହରା, ରଘୁନାଥ ଗୌଡ଼ ଓ ପୁନିଆ ଝୋଡ଼ିଆ ଙ୍କୁ  ବିଭାଗ ପକ୍ଷରୁ ପ୍ରଥମେ ଟିକିରି ମେଡ଼ିକାଲ ରେ ଭର୍ତ୍ତି କରାଯାଇଥିଲା । ସେମାନଙ୍କ ପ୍ରାଥମିକ ଚିକିତ୍ସା ପରେ ରାୟଗଡା ମୁଖ୍ୟ ଚିକିତ୍ସାଳୟ ରେ ଭର୍ତ୍ତି କରାଯାଇଥିଲା। ଅଞ୍ଚଳ ରେ ସାମାନ୍ୟ ସ୍ଥିତି ପର୍ଯ୍ୟନ୍ତ ବିଭାଗୀୟ କର୍ମଚାରୀ ଅଞ୍ଚଳରେ ଦୃଷ୍ଟି ଦିଆଯିବ ବୋଲି କାଶୀପୁର ମେଡ଼ିକାଲ ଇନଚାର୍ଜ ନେତ୍ରା ନନ୍ଦ ନାୟକ ପ୍ରକାଶ କରିଛନ୍ତି ।

ଆହୁରି ପଢନ୍ତୁ : ରାସ୍ତା ଉପରେ ଯୁବକଙ୍କୁ ଟେକି କଚାଡି ମାରିଦେଲା ଦନ୍ତା, ଉତ୍ତ୍ୟକ୍ତ ଲୋକଙ୍କ ରାସ୍ତା ଅବରୋଧ

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.