ପ୍ରମୂଖ ଖବର
  • ସିଂହଦ୍ବାର ସମ୍ମୁଖରେ ଲାଗିଲା ତିନି ରଥ, ଗୁଣ୍ଡିଚା ଯାତ୍ରା ସାରି ବାହୁଡ଼ିଲେ ଶ୍ରୀଜିଉ
  • ||
  • ପୁରୀ: ନବଦିନାତ୍ମକ ଯାତ୍ରା ସାରି ବାହୁଡିବେ ନୀଳାଦ୍ରିନାଥ, ବାହୁଡ଼ାଦିଅଁଙ୍କ ପହଣ୍ଡି ବିଜେ
  • ||
  • ସୁନ୍ଦରଗଡ଼: ପ୍ରେମ କଳିକୁ ନେଇ ଡବଲ ମର୍ଡର, ପ୍ରେମିକା ଓ ତାର ସହପାଠୀକୁ ଛୁରୀ ଭୁସି ହତ୍ୟା କଲା ଡ୍ରାଇଭର୍ ପ୍ରେମିକ
  • ||
  • ଭୁବନେଶ୍ୱର: କଳାଭୂମି ନିକଟରେ ବୃଦ୍ଧଙ୍କ ଉପରେ ମାଡିଗଲା ବାଲି ବୋଝେଇ ଟ୍ରକ୍‌, ଘଟଣାସ୍ଥଳରେ ଚାଲିଗଲା ଜୀବନ
  • ||
  • ୱିମ୍ବଲଡନ ଟାଇଟଲ ଲଢ଼େଇ: ଭେଟେରାନ ଜୋକୋଭିକଙ୍କୁ ହରାଇ କାର୍ଲୋସ ଅଲକାରାଜ ଚାମ୍ପିଅନ୍
  • ||
  • ସୋମବାରଠୁ ସିବିଏସ୍‌ଇ ସପ୍ଲିମେଣ୍ଟାରୀ ପରୀକ୍ଷା, ଉଭୟ ଦଶମ ଓ ଦ୍ୱାଦଶ ଛାତ୍ରଛାତ୍ରୀ ଦେବେ ଏକ୍ସଜାମ୍
  • ||
  • ବଙ୍ଗୋପସାଗରରେ ସୃଷ୍ଟି ହେଲା ଘୂର୍ଣ୍ଣିବଳୟ: ଆଜି ଦକ୍ଷିଣ- ଉତ୍ତର ଓଡ଼ିଶାରେ ପ୍ରବଳ ବର୍ଷା ସମ୍ଭାବନା
  • ||
  • ଜନ୍ମବେଦିରୁ ଶ୍ରୀମନ୍ଦିରକୁ ବାହୁଡିବେ ଚତୁର୍ଦ୍ଧାମୂର୍ତ୍ତି: ୧୨ଟାରେ ପହଣ୍ଡି, ୪ଟାରେ ରଥ ଟଣା
  • ||

କାଶୀପୁର ଡିପ୍‌ଥେରିଆ ସଂକ୍ରମଣ ଘଟଣା: ଅନୁଧ୍ୟାନ ପାଇଁ ପହଞ୍ଚିଲା କେନ୍ଦ୍ରୀୟ ଟିମ୍‌

ରାୟଗଡ଼ା,୨୯/୦୬: ରାୟଗଡ଼ା ଜିଲ୍ଲା କାଶୀପୁର  ବ୍ଲକ୍‌ରେ ଆତଙ୍କ ସୃଷ୍ଟି କରିଥିବା ଡିପ୍‌ଥେରିଆ ସ୍ଥିତି  ଅନୁଧ୍ୟାନ ପାଇଁ ପହଞ୍ଚିଛି କେନ୍ଦ୍ରୀୟ ଟିମ୍‌ । ଜାତୀୟ  ସ୍ୱାସ୍ଥ୍ୟ ବିଭାଗର ଡେପୁଟି କମିଶନର ଡାକ୍ତର ଆଶିଷ  ଚକ୍ରବର୍ତ୍ତୀ, ଉପନିର୍ଦ୍ଦେଶକ ଡାକ୍ତର ରମେଶ ଚନ୍ଦ୍ରା  ଏବଂ ଏପିଡୋମାଲୋଜିଷ୍ଟ୍‌ ଡାକ୍ତର ଆରତୀ ନରେଡ଼ାଙ୍କ  ନେତୃତ୍ୱରେ ୫ଜଣିଆ ଟିମ୍‌ ଶୁକ୍ରବାର ସନ୍ଧ୍ୟାରେ  ରାୟଗଡ଼ାରେ ପହଞ୍ଚିଛନ୍ତି । ସେମାନେ ଗ୍ରାଉଣ୍ଡ୍‌ ଜିରୋକୁ  ଯାଇ କେଉଁ କାରଣରୁ ଏହି ରୋଗ ବ୍ୟାପିଛି, ତାହାର  ଅନୁସନ୍ଧାନ କରିବେ ।  

ସୂଚନା ଅନୁଯାୟୀ, ଟିମ୍‌ର ସଦସ୍ୟମାନେ ଶନିବାର  ଡିପ୍‌ଥେରିଆ ସଂକ୍ରମିତ କାଶୀପୁର ବ୍ଲକ୍‌ର ମୁନୁଷପଦର  ଗାଁକୁ ଯିବେ । ସେଠାରେ ସ୍ଥିତି ଅନୁଧ୍ୟାନ କରିବେ । ଦିଆଯାଇଥିବା ଇଞ୍ଜେକ୍ସନର ପ୍ରଭାବ କିଭଳି ରହିଛି  ଏବଂ ରୋଗ ବ୍ୟାପିବାର କାରଣ କ’ଣ? ସେସବୁର  ଅନୁସନ୍ଧାନ କରିବେ । ସେଠାରୁ ଫେରିବା ପରେ  ଜିଲ୍ଲା ପ୍ରଶାସନ ଓ ସ୍ୱାସ୍ଥ୍ୟ ବିଭାଗ ଅଧିକାରୀଙ୍କ ସହ  ଆଲୋଚନା କରିବେ । ଜାତୀୟସ୍ତରରେ ଏହି ରୋଗ  ନିୟନ୍ତ୍ରଣ ପାଇଁ ଆଗୁଆ ଯୋଜନା କରାଯିବ ବୋଲି  ଜଣାପଡ଼ିଛି । 

ଏହି ଟିମ୍‌ ଶୁକ୍ରବାର ପହଞ୍ଚିବା ପରେ  ଜିଲ୍ଲା ମୁଖ୍ୟ ଚିକିତ୍ସାଳୟ ଯିବା ସହ ସିଡିଏମ୍‌ଓ ଡାକ୍ତର  ଲାଲମୋହନ ରାଉତରାୟଙ୍କ ସହ ଆଲୋଚନା କରିଛି ।  ସୂଚନାଥାଉ କି, ଏହି ରୋଗରେ ମୁନୁଷପଦର  ଗାଁରେ ୫ ଜଣ ଶିଶୁଙ୍କ ମୃତ୍ୟୁ ହୋଇଥିବା ବେଳେ  ଅନେକ ଆକ୍ରାନ୍ତ ହୋଇଛନ୍ତି।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Rath Yatra

Copyright © 2024 - Summa Real Media Private Limited. All Rights Reserved.