ବଲାଙ୍ଗୀର,୨୦।୪ : ବଜ୍ରପାତରେ ଚାଲିଗଲା ୨ ଜୀବନ। ବଲାଙ୍ଗୀର ଜିଲ୍ଲାରେ ଏଭଳି ଦୁଃଖଦ ଘଟଣା ଘଟିଛି।  ଛେଳି ଚରାଇବାକୁ ଯାଇଥିବା ବେଳେ   ଜଣେ  ମହିଳାଙ୍କ  ମୃତ୍ୟୁ ଘଟିଛି। ସେହିପରି  ଅନ୍ୟ ଜଣେ ଚାଷ  କାମ କରୁଥିବା ବେଳେ ବଜ୍ରପାତରେ ମୃତ୍ୟୁ ଘଟିଛି। 

ବଲାଙ୍ଗୀର ଜିଲ୍ଲା ସଇଁନ୍ତଳା ବ୍ଲକ କରମତଲା ପଂଚାୟତ ତୁଷ୍ଟାପାଳି ଗ୍ରାମର ସ୍ନେହଲତା ବୁଡେକ ଛେଳି ଚରାଇବାକୁ ଯାଇଥିଲେ। ତାଙ୍କ ସହ ଅନ୍ୟ କିଛି ଗାଁ ଲୋକ ମଧ୍ୟ ଥିଲେ।  ହଠାତ ପବନ ବହିବା ସହ ବର୍ଷା ଆରମ୍ଭ ହୋଇଥିଲା । କିଛି ସମୟ ବର୍ଷା ପରେ ଘଡିଘଡି ସହ ବିଜୁଳି ମାରିଥିଲା। ତେବେ ମହିଳା ଜଣକ ଚାଷଜମିରୁ ଛେଳିଙ୍କୁ ଘଉଡ଼ାଇ ନେବା ସମୟରେ ବଜ୍ରାଘାତ ହୋଇଥିଲା ଓ ତାଙ୍କ ମୃତ୍ୟୁ ହୋଇଥିଲ। ତାଙ୍କ ନିକଟରେ ଥିବା ଆଉ ଜଣେ ବ୍ୟକ୍ତି ଗୌରାଙ୍ଗ ବୁଡ଼େକ ଗୁରୁତର ହୋଇଥିଲେ  । ଗୁରୁତରବ୍ୟକ୍ତି ଙ୍କୁ ଡାକ୍ତର ଖାନାରେ ଚିକିତ୍ସା କରାଯାଉଛି। ସେହିପପର  ପାଟଣାଗଡ଼ରେ  ବଜ୍ରଘାତରେ ଜଣଙ୍କ ମୃତ୍ୟୁ ହୋଇଛି।  ମୃତକ ଜଣକ ହେଉଛନ୍ତି ସରମୁହାଣ ଗାଁ ର ଗଙ୍ଗାଧର ଧରୁଆ। ବାଗଦୋର ଗାଁ ର ଏକ ଚାଷ ଜମିରେ ଟ୍ରାକ୍ଟର ରେ କାମ କରୁଥିବା ସମୟରେ ବଜ୍ରପାତରେ ତାଙ୍କର ମୃତ୍ୟୁ ହୋଇଛି।