ଜୟପୁର,୧୫/୧୦: କୋରାପୁଟ ଜିଲ୍ଲା ଜୟପୁର ସହର ଟାଉନହଲ୍ ପାଖ ଏକ ଘରୁ ଜଣେ ଯୁବକ ଏବଂ କିନ୍ନରଙ୍କ ଝୁଲନ୍ତା ମୃତଦେହ ଉଦ୍ଧାର ହୋଇଛି । ଉଭୟଙ୍କ ମୃତଦେହ ଏକ ଫ୍ୟାନ୍‌ରେ ଝୁଲୁଥିବା ଦେଖିବାକୁ ମିଳିଛି । ସେମାନଙ୍କ ପରିଚୟ ମିଳିପାରିନଥିବା ବେଳେ ମୃତ୍ୟୁର କାରଣ ବର୍ତ୍ତମାନ ଅସ୍ପଷ୍ଟ ରହିଛି।

ସୂଚନା ମୁତାବକ, ଯୁବକ ଏବଂ କିନ୍ନର ଏକାଠି ରହୁଥିଲେ । ବୁଧବାର ଉଭୟଙ୍କ ଝୁଲନ୍ତା ମୃତଦେହ ଗୋଟିଏ ଘରୁ ଉଦ୍ଧାର ହୋଇଛି । ସେମାନେ ଆତ୍ମହତ୍ୟା କରିଥାଇପାରନ୍ତି ବୋଲି ସନ୍ଦେହ କରାଯାଉଛି। ଏ ସମ୍ପର୍କରେ ଅଭିଯୋଗ ହେବା ପରେ ଟାଉନ ଥାନା ପୁଲିସ ଘଟଣାସ୍ଥଳରେ ପହଞ୍ଚିଛି । ତଦନ୍ତ ପରେ କାରଣ ସ୍ପଷ୍ଟ ହେବ ବୋଲି ପୁଲିସ କହିଛି ।